ପ୍ରମୂଖ ଖବର
  • Women's Triseries IND VS SRI; ସ୍ମୃତିଙ୍କ ଶତକୀୟ ପାଳି, ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ
  • ||
  • ଏବେ ବି ଜାରି ଅପରେସନ୍ 'ସିନ୍ଦୂର', ଭାରତୀୟ ବାୟୁସେନା ଦେଲା ବଡ଼ ସୂଚନା
  • ||
  • ବଲାଙ୍ଗୀର : ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ, ପିଏମ୍‌ଙ୍କ ବାସ ଭବନ ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସଏଙ୍କ ସମେତ ସିଡିଏସ
  • ||
  • ମୟୂରଭଞ୍ଜ : ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ସୁନ୍ଦରଗଡ଼ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଡ଼ୋଶୀକୁ କଟୁରୀରେ ହାଣି ହତ୍ୟା
  • ||
  • ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ
  • ||
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ଆତଙ୍କୀସ୍ତାନର ମୁଖା ଖୋଲିଲେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ; କହିଲେ ବହୁ ଜଲଦି ଭାଙ୍ଗିବାକୁ ଯାଉଛି ବଲୁଚିସ୍ତାନ

Published By : Bijay Swain | May 8, 2025 6:01 AM

Image courtesy: indiatoday

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ଉପରେ ଆକ୍ରମଣ କରିବା ନେଇ ନିଜ ଭାଷଣ ରଖୁଥିବା ବେଳେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବୟାନ ପାକିସ୍ତାନର ସତକୁ ପଦାରେ ପକାଇଛି। ଭାରତ ପାକିସ୍ତାନ ଉପରେ କରିଥିବା 'ଅପରେସନ ସିନ୍ଦୁର'କୁ ନେଇ ଗଣମାଧ୍ୟମରେ ମତ୍ତ ରଖି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାୱନ ଅବ୍ବାସି କହିଛନ୍ତି ଯେ ପାକିସ୍ତାନ ନିଜ ଘରେ ନିଜେ ସୁରକ୍ଷିତ ନାହିଁ। କାରଣ ଇସଲାମାବାଦ ହାତରୁ ଧିରେ ଧିରେ ବଲୁଚିସ୍ତାନ ଖସିବାରେ ଲାଗିଛି। ଯେଉଁଠି ପାକିସ୍ତାନ ନିଜ ଘର ସମ୍ଭାଳି ପାରୁନି ସେ କଣ ଭାରତଠୁ ନିଜ ଦେଶକୁ ସୁରକ୍ଷା ଦେବ ମୁଁ ଜାଣି ପାରୁନି। 

ସୁଚନା ମୁତାବକ, ବର୍ତ୍ତମାନ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଖାୱନ ଅବ୍ବାସିଙ୍କ ଏକ ବକ୍ତବ୍ୟ ବାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଭାରତ ପାକିସ୍ତାନ ଉପରେ ଗ୍ରହଣ କରିଥିବା 'ଅପରେସନ ସିନ୍ଦୁର'କୁ ନେଇ ମତ୍ତ ରଖିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି ଯେ “ବଲୁଚିସ୍ଥାନ ଧିରେଧିରେ ପାକିସ୍ତାନ ହାତରୁ ଖସିବାରେ ଲାଗିଛି। ଏବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ପାକିସ୍ତାନର ମନ୍ତ୍ରୀ ଓ ଉପରିସ୍ଥ କର୍ମଚାରୀମାନେ ବଲୁଚିସ୍ତାନକୁ ନେଇ ଭୁଲ କଥା କହୁଛନ୍ତି। ପାକିସ୍ତାନର ସେନାଧ୍ୟକ୍ଷ ମଧ୍ୟ ଏନେଇ ଭୁଲ ନେରେଟିଭ ପ୍ରକାଶ କରୁଛନ୍ତି। ଯେଉଁଥିପାଇଁ ବଲୁଚିସ୍ତାନ ଆମ ହାତରୁ ଖସିବାରେ ଲାଗିଲାଣି। ଯଦି ଏମିତି ଲାଗି ରହେ ତେବେ ପାକିସ୍ତାନ ବହୁ ଜଲଦି ଭାଙ୍ଗିବାକୁ ଯାଉଛି। ଯଦି ଆମେ ଆମ ନିଜ ଘର ସମ୍ଭାଳି ନପାରିବା ତ ଭାରତଠୁ ବଞ୍ଚିବାର ଆଶା କେମିତି ରଖିବା।”

ଆପଣଙ୍କୁ ଜଣାଇରଖୁ ଯେ ଅବ୍ବାସି ୨୦୧୭ରୁ ୨୦୧୮ ଯାଏ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଶାସନ ଉପରେ ପ୍ରଶ୍ନ ଉଠାଇ ଅବ୍ବାସି କହିଛନ୍ତି ଯେ ପାକିସ୍ତାନର ସର୍ବବୃହତ ପ୍ରଦେଶ ବଲୁଚିସ୍ତାନରେ ଭୟ ଏବଂ ଅନିଶ୍ଚିତତାର ପରିବେଶ ଲାଗି ରହିଛି। ସେ ଦାବି କରିଛନ୍ତି ଯେ ଅଶାନ୍ତ ପ୍ରଦେଶରେ ବରିଷ୍ଠ ସରକାରୀ ଅଧିକାରୀ ଏବଂ ମନ୍ତ୍ରୀମାନେ ମଧ୍ୟ ସୁରକ୍ଷା ଏସ୍କର୍ଟ ବିନା ଯାତାୟାତ କରିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାନ୍ତୀୟ ରାଜଧାନୀ କ୍ୱେଟାରେ ବିକାଶ ଏତେ ଧିମା ଯେ, "ଅନ୍ଧକାର ପରେ, ଏହି ସ୍ଥାନର ଉପସ୍ଥିତି ପ୍ରାୟତଃ ଅଦୃଶ୍ୟ ହୋଇଯାଏ"।

ଏମିତି ପରିସ୍ଥିତିରେ ସେମାନେ ଆମ ବିରୁଦ୍ଧରେ ସ୍ୱର ଉଠାଉଛନ୍ତି। ତେଣୁ ଆମ ମାନଙ୍କୁ ପ୍ରଥମେ ନିଜ ଘର ସଜାଡିବାକୁ ପଡିବ। ଏହା ସହ  ଅସିମ ମୁନୀରଙ୍କୁ ମଧ୍ୟ ବଲୁଚିସ୍ତାନ ଉପରେ ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ପଡିବ ବୋଲି ସେ କହିଛନ୍ତି। 

'ଅପରେସନ ସିନ୍ଦୁର' ଏପ୍ରିଲ ୨୨ ପାହାଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ସ୍ୱରୂପ କରାଯାଇଛି। ଭାରତୀୟ ସେନା ରାଫେଲ ଯୁଦ୍ଧ ବିମାନ ଓ ସ୍କାଲ୍ପ କ୍ରୁଜ ମିସାଇଲ ବ୍ୟବହାର କରି ବାହାୱାଲପୁର ଓ ମୁରିଦ୍ଦେ ସ୍ଥିତ ଜୈଶ ଓ ଲସ୍କରର ମୁଖ୍ୟ ଶିବିରଗୁଡ଼ିକୁ ଧ୍ୱଂସ କରିଛି। ଏହି ହମଲାରେ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ଖବର ମୁତାବକ, ପାକିସ୍ତାନର ସବୁଠୁ ବଡ ଅ଼ଞ୍ଚଳ ଓ ଖଣିଜ ସମ୍ପଦରେ ଭରପୁର ଏକମାତ୍ର ପ୍ରଦେଶ ଭାବେ ବଲୁଚିସ୍ତାନକୁ ପରିଗଣିତ କରାଯାଇଥାଏ। କିନ୍ତୁ ପାକିସ୍ତାନ ସରକାରଙ୍କ ଦ୍ୱାରା ବାରମ୍ୱାର ଅଣଦେଖା ଓ ଧିମା ବିକାଶ ପାଇଁ ବଲୁଚିସ୍ତାନର ଲୋକମାନେ ପାକିସ୍ତାନ ବିରୋଧରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ଚଳେଇ ଆସୁଛନ୍ତି। ଏହାମଧ୍ୟରେ ବଲୁଚିସ୍ତାନରେ କେତେକ ହିଂସାକାରୀ ଗୋଷ୍ଛୀର ବିକାଶ ହେବା ଫଳରେ ସେମାନେ ପାକିସ୍ତାନ ବିରୋଧରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି। ଏଥିରେ ବିଚଳିତ ହୋଇ ଗତ କିଛିଦିନ ତଳେ ସେନା ମୁଖ୍ୟ ଅସୀମ ମୁନିର ଏହି ପ୍ରଦେଶକୁ ଆତଙ୍କବାଦର ଆଡ୍ଡାସ୍ଥଳୀ ବୋଲି କହିଥିଲେ। ଏହାସହ ପାକିସ୍ତାନି ସେନା ମଧ୍ୟ ବ୍ୟପକ ରୁପେ ଏହି ଅଞ୍ଚଳରେ ନରସଂହାର ଚଳାଇଥିବା ଜଣାପଡିଛି। ତେଣୁ ବଲୁଚିସ୍ତାନ ପାକିସ୍ତାନଠୁ ଅଲଗା ହୋଇ ଏକ ସ୍ୱାଧିନ ଦେଶ ଭାବେ ନିଜକୁ ପ୍ରତିଷ୍ଠା କରିବାକୁ ଚାହୁଁଥିବା ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.