ପ୍ରମୂଖ ଖବର
  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ, ପିଏମ୍‌ଙ୍କ ବାସ ଭବନ ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସଏଙ୍କ ସମେତ ସିଡିଏସ
  • ||
  • ମୟୂରଭଞ୍ଜ : ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ସୁନ୍ଦରଗଡ଼ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଡ଼ୋଶୀକୁ କଟୁରୀରେ ହାଣି ହତ୍ୟା
  • ||
  • ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ
  • ||
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

Operation Sindoor: ସଶସ୍ତ୍ର ବଳର ସୈନିକଙ୍କ ପାଇଁ ଟିକେଟ ରିଶେଡ୍ୟୁଲିଂ ହେବ ମାଗଣା; ଜାଣନ୍ତୁ କଣ ରହିଛି ପୁରା ଖବର...

Published By : Bijay Swain | May 8, 2025 3:20 AM

Image courtesy: analytics india magazine

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀର ସଦସ୍ୟମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ବିମାନ ଚଳାଚଳ କରୁଥିବା ସଂସ୍ଥା ଏୟାର ଇଣ୍ଡିଆ। ଏନେଇ ଏୟାର ଇଣ୍ଡିଆ ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ କରି ଘୋଷଣା କରିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀର କର୍ମଚାରୀମାନଙ୍କ ପାଇଁ ବିମାନ ଟିକେଟ୍‌ ରିଶେଡ୍ୟୁଲିଂ ସମ୍ପୂର୍ଣ୍ଣ ମାଗଣା କରାଯିବ। ଏହି ନିଷ୍ପତ୍ତି ‘ଅପରେସନ୍‌ ସିନ୍ଦୁର’ ପରେ ସୀମାରେ ଉତ୍ତେଜନା ଓ ସେନାର ବ୍ୟାପକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ନିଆଯାଇଛି।

ଖବର ମୁତାବକ, ଗତ ବୁଧବାର ପାକିସ୍ତାନ ଉପରେ ହୋଇଥିବା ଆକ୍ରମଣ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସମସ୍ତ ଅର୍ଧ ସାମରିକ ସେନା କର୍ମଚାରୀଙ୍କ ଛୁଟି ବାତିଲ କରିଛି। ଏଣୁ ସଶସ୍ତ୍ର ବାହିନୀର ସଦସ୍ୟମାନେ ଜରୁରୀ କାରଣରୁ ନିଜର ଯାତ୍ରା ସ୍ଥଗିତ କିମ୍ବା ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ତେବେ ଏୟାର ଇଣ୍ଡିଆ କିମ୍ୱା ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଯାତ୍ରା କରୁଥିବା କିମ୍ୱା ଟିକେଟ ବୁକ କରିଥିବା କର୍ମଚାରୀମାନଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହି ସୁବିଧା ତୁରନ୍ତ ପ୍ରଭାବରୁ ଲାଗୁ ହେବ ବୋଲି ଜଣା ପଡିଛି। 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବୟାନରେ କହିଛନ୍ତି, “ଆମ ସେନା ଦେଶର ସୁରକ୍ଷା ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛି। ଏହି ନିଷ୍ପତ୍ତି ସେମାନଙ୍କ ସେବାକୁ ସମ୍ମାନ ଜଣାଇବା ସହ ସେମାନଙ୍କ ବ୍ୟକ୍ତିଗତ ଓ ପେଷାଗତ ଜୀବନରେ ସୁବିଧା ଯୋଗାଇବ।” 

ଏହି ଘୋଷଣାକୁ ସେନା ଅଧିକାରୀ ଓ ସମାଜର ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି, “ଏହା ଆମ ସଦସ୍ୟମାନଙ୍କ ପାଇଁ ଆର୍ଥିକ ଓ ମାନସିକ ଚାପ ହ୍ରାସ କରିବ ଏବଂ ସେମାନେ ଅଧିକ ନିଷ୍ଠାର ସହ ଦାୟିତ୍ୱ ତୁଲାଇ ପାରିବେ।”

ଏହି ସୁବିଧା କେବଳ ସଶସ୍ତ୍ର ବାହିନୀର ସକ୍ରିୟ ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ, ଆଗାମୀ ଭବିଷ୍ୟତରେ ସମସ୍ତ ସୈନିକମାନଙ୍କ ପାଇଁ ମଧ୍ୟ ଏଭଳି ସୁବିଧା ବିସ୍ତାର କରିବା ଉପରେ ବିଚାର କରୁଛନ୍ତି ବୋଲି ସୂଚନା ରିହଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.