ପ୍ରମୂଖ ଖବର
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ରାଜ୍ୟ ବିଂଝାଲ ସମାଜ ମହିଳା ସଂଘ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସ ପାଳିତ

Published By : Suraj Kumar | August 9, 2025 6:30 PM

ପାଟଣାଗଡ, ୯।୮(ଆପ୍ର): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ  ଲରମ୍ଭା ଠାରେ ଶନିବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ରାଜ୍ୟ ବିଂଝାଲ ସମାଜ ମହିଳା ସଂଘ ଓ ଜିଲ୍ଲା ବିଂଝାଲ ସମାଜ ମିଳିତ ଆନୁକୂଲ୍ୟରେ ଏହା ପାଳିତ ହୋଇଛି।

ପ୍ରଥମେ ସଂଘର କର୍ମକର୍ତ୍ତାମାନେ ଗାଁ ପରିକ୍ରମା କରି ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ସଚେତନ କରାଇଥିଲେ। ପରେ ସଂଘ ଉପସଭାନେତ୍ରୀ କଳାବତୀ ବରିହାଙ୍କ ସଭାପତିତ୍ବରେ ଆୟୋଜିତ  ସଭାରେ ରାଜ୍ୟ ମହିଳା ସଂଘର କୋଷାଧ୍ୟକ୍ଷ ସୀତୟା ବରିହା , ଉପଲାଟ ସଭାପତି ଚନ୍ଦ୍ରଶେଖର ବାଗ ,ସଦସ୍ୟା ଚନ୍ଦ୍ରାବତୀ  ଡୁଡୁକା, କଳ୍ପନା ବରିହା, ଚନ୍ଦ୍ରଶେଖର ବରିହା, କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା,ଜିର୍ବଦ୍ଧନ ଡୁଡୁକା,ଜିଲ୍ଲା ମିଡ଼ିଆ ସେଲ ସଂଯୋଜକ ଗୋରେଖନାଥ ବରିହା, ପାଟଣାଗଡ଼ ବ୍ଳକ ସଭାପତି କିଶୋର ଚନ୍ଦ୍ର ବରିହା, ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା , ଦେଓଗାଁ ବ୍ଲକ ସଭାପତି ମଦନ ବରିହା,ସମେତ ବିପିନ ବରିହା, କିର୍ତ୍ତିଚନ୍ଦ୍ର ଧରୁଆ, ନୀଳମଣି ରାଏ,ସନାତନ ବରିହା,ଶଶିମୂଖି ବରିହା, ତପନ ବାଗ , ତିଳବତୀ ବାଗ,ମଗଶିର ବରିହା, ଯୋଗେନ୍ଦ୍ର ବାଗ ,ସୁମତି ଡୁଡୁକା ପ୍ରମୁଖ ଯୋଗ ଦେଇଥିଲେ।  ଆଦିବାସୀ ମାନଙ୍କ ହକ୍ ଅଧିକାର ,ନାରୀ ଶିକ୍ଷା ଉପରେ ଗୁରୁତ୍ୱାରୋପ, ନାରୀ ନିର୍ଯାତନା, ପୁଅ ଝିଅ ମାନଙ୍କୁ କିପରି ଉଚ୍ଚ ଶିକ୍ଷା  ପାଇଁ ଯତ୍ନଶୀଳ ହେବା , ଭାଷା ସାଂସ୍କୃତିକ ପରମ୍ପରା , ଜଙ୍ଗଲ ଜମି ଅଧିକାର, ନକଲି ଆଦିବାସୀ, ଆଦିବାସୀ ଧାର୍ମିକ ସ୍ଥଳୀ,ଦେବା ଦେବୀ ପୀଠର ସୁରକ୍ଷା , ଆଦିବାସୀମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାରକୁ ପ୍ରତିସ୍ବର କରିବା ପାଇଁ ଏକତା ବଜାୟ ରଖିବା,  ଆଦିବାସୀମାନଙ୍କ ସମାନତା   ଅଧିକାର ପାଇଁ ସଚେତନ ଆଦି ଉପରେ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ  । ସମ୍ବିଧାନ ଅନୁସୂଚିତ ଜନଜାତି ଆଦେଶ ୧୯୫୦ ଅନୁଯାୟୀ ଓଡିଶାରେ ଅନୁସୂଚିତ ଜନଜାତି ୬୨ ପ୍ରକାର ତାଲିକା ଭୁକ୍ତ ହୋଇଛନ୍ତି। ଜିଲ୍ଲାରେ  ଅନୁସୂଚିତ ଜନଜାତି ଲୋକ ବସବାସ କରୁଛନ୍ତି।ମିଳିତ ଜାତିସଂଘ ଘୋଷଣା ଅନୁସାରେ ସାରା ବିଶ୍ବରେ ଆଦିବାସୀ ଦିବସ ପାଳନ ହେଉଛି। ଏହି ସାମ୍ବିଧାନିକ ଅଧିକାରକୁ ବଜାୟ ରଖିବା ପାଇଁ  ପ୍ରତିବର୍ଷ ଅଗଷ୍ଟ ୯କୁ ‘ବିଶ୍ବ ଆଦିବାସୀ ଦିବସ’ ଭାବେ ପାଳନ କରି ଆସୁଛନ୍ତି।  ଏହି ଦିନକୁ ସରକାରୀ ଛୁଟି ଘୋଷଣା କରିବାକୁ ଦାବି କରାଯାଇଥିଲା। 

ଏଥିରେ ବିଂଝାଲ ସମାଜଙ୍କ ସହ ଅନ୍ୟ ଆଦିବାସୀ ସମ୍ପ୍ରଦାୟ ଶତାଧିକ ଆଦିବାସୀ ମହିଲା ପୁରୁଷ ଯୋଗଦେଇଥିଲେ।  ରାଜ୍ୟ ବିଂଝାଲ ସମାଜ ମହିଳା ସଂଘ କୋଷାଧ୍ୟକ୍ଷା ସୀତୟା ବରିହା ସଭା  ପରିଚାଳନା କରିଥିବା ବେଳେ ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା ଧନ୍ୟବାଦ ଅର୍ପଣ କରିଥିଲେ। ଅନୁରୂପ ଭାବରେ ପାଟଣାଗଡ ଆଦିବାସୀ ଭବନ ଠାରେ ମଧ୍ୟ ଜିଲ୍ଲା ଆଦିବାସୀ ଜଲ୍ୟାଣ ସଂଘ ପକ୍ଷରୁ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଏହି ଦିବସ ପାଳିତ ହୋଇଛି |

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.