ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଜି ବିଶ୍ବ କର୍କଟ ଦିବସ; ଲଢିବା ଜୀବନ ଯୁଦ୍ଧରେ ଜିତିବା, ଜାଣନ୍ତୁ କଣ ରହିଛି ଥିମ୍ ?

Published By : Ankita S | February 4, 2025 9:06 AM

ନୂଆଦିଲ୍ଲୀ,୦୪/୦୨: କର୍କଟ ବା କ୍ୟାନ୍ସର । ଏହି ରୋଗର ନାମ ଶୁଣିଲେ ମନରେ ଭୟ ଆସିଯାଏ । ରୋଗ ପରିବାର ମେରୁଦଣ୍ଡ ଭାଙ୍ଗିଦିଏ । ରୋଗରେ ଆକ୍ରାନ୍ତ ମନୋବଳ ହରାଇ ଦିଅନ୍ତି । ମାନସିକ ସ୍ତରର ଭାଙ୍ଗି ପଡନ୍ତି । ହେଲେ ଯିଏ ରୋଗ ସହ ଲଢେ ସେ ଜୀବନ ଯୁଦ୍ଧରେ ଜିତିଯାଏ । ଠିକ୍ ସମୟରେ କର୍କଟ ରୋଗର ଚିହ୍ନଟ ହୋଇପାରିଲେ ଚିକିତ୍ସାରେ ସହାୟକ ହୋଇଥାଏ । କ୍ୟାନ୍ସରକୁ ଠିକ୍ ସମୟରେ ଜାଣିବା ତା ସହ ଲଢିବାକୁ ମନୋବଳ ରହିବା ଦରକାର । ତେବେ ଯାଇ କ୍ୟାନ୍ସରକୁ ଜିତିପାରିବା । କେବେଳ ରୋଗ ନୁହେଁ ରୋଗୀର ସମ୍ପୂର୍ଣ୍ଣ ଚିକିତ୍ସାର ଆବଶ୍ୟକତା ରହିଛି । ଆଜି ବିଶ୍ବ କର୍କଟ ଦିବସ । କ୍ୟାନ୍ସରକୁ ନେଇ ସଚେତନତା ସୃଷ୍ଟି କରିବାକୁ ପ୍ରତିବର୍ଷ ପେବୃଆରୀ ୪ ତାରିଖକୁ ବିଶ୍ବ କର୍କଟ ଦିବସ ଭାବେ ପାଳନ ହୋଇ ଆସୁଛି । ଚଳିତ ବର୍ଷ ଥିମ୍ ରହିଛି ' ୟୁନାଇଡେଟ୍ ବାଏ ୟୁନିକ୍' ।

ଦେଶରେ ବର୍ତ୍ତମାନ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇ କ୍ୟାନ୍ସର । ବିଶ୍ବରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏ ରୋଗ ଏକ ଆହ୍ବାନ ପାଲଟିଛି । କ୍ୟାନ୍ସର କାହାକୁ ବା କେତେବେଳେ ହୋଇପାରେ । କର୍କଟ ରୋଗ ବିଭିନ୍ନ ପ୍ରକାରର ରହିଛି । ରକ୍ତ କର୍କଟ, ଚର୍ମ କର୍କଟ, ସ୍ତନ କ୍ୟାନ୍ସର, ଗଳା କର୍କଟ, ମୁଖ କର୍କଟ ଆଦି ରହିଛି ।ଖାଦ୍ୟନଳୀ କର୍କଟ, ଫୁସଫୁସ କର୍କଟ, ଜରାୟୁ କର୍କଟ ଆଦି ପ୍ରକାର ଭେଦ ରହିଛି ।  ତମାଖୁ ସେବନ ଦ୍ବାରା ମୁଖଗହ୍ବର ହୋଇଥାଏ । ପ୍ରତିବର୍ଷ ଭାରତରେ ପ୍ରାୟ ୧୦ରୁ ୧୨ ଲକ୍ଷ କର୍କଟ ରୋଗୀ ଚିହ୍ନଟ ହୋଇଥାନ୍ତି ।୨୦୨୩ରେ ଭାରତରେ ୧୪,୯୬ ୯୭୨ କ୍ୟାନ୍ସର ମାମଲା ସାମ୍ନାକୁ ଆସିଥିଲା ।

ଉତ୍ତମ ଚିକିତ୍ସା ଓ ସଚେତନତା ଅଭାବରୁ ସେମାନଙ୍କ ମଧ୍ୟରୁ ପ୍ରାୟ ୮ ଲକ୍ଷ ରୋଗୀଙ୍କର ମୃତ୍ୟୁ ହୋଇଥାଏ । କର୍କଟ ରୋଗକୁ ପ୍ରାରମ୍ଭିକ ସମୟରେ ସଠିକ୍ ଭାବରେ ଚିହ୍ନି ପାରିଲେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଗଲେ ଆରୋଗ୍ୟ ମିଳିଥାଏ । 

କର୍କଟ ରୋଗ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରୁ ପ୍ରତିବର୍ଷ ଫେବୃଆରୀ ୪ ତାରିଖରୁ ବିଶ୍ବ କର୍କଟ ଦିବସ ଭାବେ ପାଳନ କରାଯାଏ । ୨୦୦୦ ମସିହାରେ ପ୍ୟାରିସରେ ପ୍ରଥମଥର ଏହି ଦିବସ ପାଳନ ହୋଇଥିଲା । ୟୁନିୟନ ଫର୍ ଇଣ୍ଟରନ୍ୟାସନାଲ କ୍ୟାନ୍ସର କଣ୍ଟ୍ରୋଲ (UICC) ଏହାର ସ୍ଥାପନା କରିଥିଲା । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଚେତନତା ସୃଷ୍ଟି କରିବା ସହ ଚିକିତ୍ସାକୁ ଅଧିକ ବ୍ୟାପକ ତଥା ସହଜ କରିବା ।

ଏହା ବି ପଢନ୍ତୁ...ଆମେରିକାର ସର୍ଜନ ଜେନେରାଲଙ୍କ ବଡ଼ ଚେତାବନୀ, ଗୋଟିଏ ବୁନ୍ଦା ମଦ ବି ମଣିଷ ଶରୀରରେ ସୃଷ୍ଟି କରିପାରେ ଏଭଳି ମାରାତ୍ମକ ରୋଗ...

ଚଳିତବର୍ଷର ଥିମ୍-  ବିଶ୍ବ କର୍କଟ ଦିବସ ନେଇ ଚଳିତବର୍ଷ ବିଷୟବସ୍ତୁ ରହିଛି  'ୟୁନାଇଡେଟ୍ ବାଏ ୟୁନିକ୍  ' ବା ଅନନ୍ୟତାର ଏକତା (United by unique) । କର୍କଟ ରୋଗୀଙ୍କ ବ୍ୟକ୍ତିଗତ ଯତ୍ନ ସହିତ ସହାନୁଭୂତି ଓ ଉତ୍ତମ ଚିକିତ୍ସା ଯୋଗାଇ ଦେବା ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.