ପ୍ରମୂଖ ଖବର
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

ଭାଡ଼ାରୁ ପଡି ମହିଳା ଶ୍ରମିକ ଆହତ, ଅଚେତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya | June 10, 2025 11:21 AM

ଅନୁଗୁଳ, ୧୦/୬:  ଘର କାମ ଚାଲୁଥିବା ବେଳେ ଅଘଟଣ। ଭାଡ଼ାରୁ ଖସି ପଡି ମହିଳା ଶ୍ରମିକ ଆହତ। ଅଚେତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଅନୁଗୁଳ ଟାଉନ ଥାନା ଇଲାକା ରାଣୀଗୋଡା ଗ୍ରାମରେ ଘର କାମ ଚାଲୁଥିବା ବେଳେ ଜଣେ ମହିଳା ଶ୍ରମିକ ଆହତ ହୋଇଛନ୍ତି। ମହିଳା ଜଣଙ୍କ ହେଲେ ପୁରୁଣାଗଡ଼ ଗ୍ରାମର ଅଞ୍ଜଳି ନାଏକ ବୋଲି ଜଣାପଡିଛି।

ସୂଚନା ଅନୁସାରେ ଅଞ୍ଜଳୀ ଆଜି ସାକଳୁ ରାଣୀଗୋଡା ଗ୍ରାମକୁ ନିର୍ମାଣଧୀନ ଏକ ଘରକୁ ଶ୍ରମିକ ଭାବେ କାମ କରି ଆସିଥିଲେ। ଭାଡ଼ା ଉପରେ ଥାଇ କାମ କରୁଥିବା ବେଳେ ସକାଳ ୯ଟା ବେଳକୁ ଅସୁସ୍ଥ ଅନୁଭବ କରି ପଡି ଯାଇ ସଂଜ୍ଞାହୀନ ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଶ୍ରମିକ ମାନେ ଗୃହକର୍ତାଙ୍କ ସହାୟତାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏବେ ଅଞ୍ଜଳୀଙ୍କ ଚିକିତ୍ସା ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.