ବାଲେଶ୍ୱର,୧୭/୭: ପାରିବାରିକ କଳହକୁ ନେଇ ଜଣେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ସହର ଏଡିଏମଓ ଛକ ନିକଟରେ ଏହି ଘଟଣା ଘଟିଛି।
ମହିଳା ଜଣଙ୍କ ସ୍ୱାମୀ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି କରୁଥିଲେ। ପରିବାର ସଦସ୍ୟଙ୍କ ସହ ସେ ଏଡିଏମଓ ଛକ ନିକଟସ୍ଥ ସରକାରୀ କ୍ବାର୍ଟରରେ ରହୁଥିଲେ।ତେବେ କୌଣସି କାରଣରୁ ତାଙ୍କ ସ୍ତ୍ରୀ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି । ତାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।