ନୀଳଗିରି,୧୭/୭(ଆ.ପ୍ର):ବାଲେଶ୍ଵର ଜିଲ୍ଲା ଫକୀରମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବା ଘଟଣା ନେଇ ସାରା ରାଜ୍ୟରେ ଆନ୍ଦୋଳନ ଦେଖା ଦେଇଛି। ବୁଧବାର ବିଜେଡି ଘଟଣାର ନ୍ୟାୟ ଦାବି କରି ବାଲେଶ୍ଵର ଜିଲ୍ଲା ୮ ଘଣ୍ଟିଆ ବନ୍ଦଡାକରା ଦେଇଥିଲା। ଗୁରୁବାର କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ନୀଳଗିରି ରେ ପଡିଛି।
ନୀଳଗିରି ବନ୍ଦରେ କଂଗ୍ରେସ ସହିତ ସାମିଲ ହୋଇଛି ସିପିଆଇ, ସିପିଆଇଏମ ଦଳ। ସେରଗଡ଼- ଝରଣାଘାଟି ରାଜ୍ୟରାଜପଥ ରେ ବିକ୍ଷୋଭ କରିବା ସହିତ ରାସ୍ତା ରୋକ କରାଯାଇଛି।ଦୋକାନ ବଜାର,ସରକାରୀ କାର୍ଯ୍ୟାଳୟ,କୋର୍ଟ,ସ୍କୁଲ ବନ୍ଦ ରହିଛି।