ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଜ୍ଞାନବ୍ୟାପୀ ମସଜିଦ ଉପରେ କୋର୍ଟ ସର୍ଭେ ରିପୋର୍ଟ ପାଇବେ କି? ଆଜି ଶେଷ ତାରିଖ

image source: ndtv

ନୂଆଦିଲ୍ଲୀ,୨୮/୧୧: ଉତ୍ତରପ୍ରଦେଶର ବାରାଣାସୀ ସ୍ଥିତ ଜ୍ଞାନବ୍ୟାପୀ ମସଜିଦ ପରିସରର ବୈଜ୍ଞାନିକ ସର୍ଭେ ରିପୋର୍ଟର ଶେଷ ତାରିଖ ଆଜି ଅର୍ଥାତ୍ ମଙ୍ଗଳବାର। ଆଶା କରାଯାଉଛି ଯେ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବର୍ତ୍ତମାନ ବାରାଣାସୀ ଜିଲ୍ଲା କୋର୍ଟରେ ରିପୋର୍ଟ ଦାଖଲ କରିବେ। ୧୦୦ ଦିନିଆ ସର୍ଭେ ରିପୋର୍ଟର ଶେଷ ଦିନ ହେଉଛି ଆଜି। ଅବଶ୍ୟ ଏଏସ୍‌ଆଇ ଏହାକୁ ଅନେକ ଥର ବୃଦ୍ଧି କରିବାକୁ ଦାବି କରିଆସିଛି। 

ପଢ଼ନ୍ତୁ: ସେହି ବିପଜ୍ଜନକ ଡଙ୍କି ରୁଟ୍‌, ଯେଉଁଥିରେ ଯାଇଛି ଅନେକ ଲୋକଙ୍କ ଜୀବନ; ଏହି ରାସ୍ତାକୁ ଅତିକ୍ରମ କେତେ କଷ୍ଟକର?

ସୂଚନାଯୋଗ୍ୟ ଯେ, ପ୍ରାୟ ଏକ ମାସ ପୂର୍ବରୁ ଏହି ସର୍ଭେ ଶେଷ ହୋଇଥିଲା। ଏଏସଆଇ ଏହାର ରିପୋର୍ଟ ଦାଖଲ କରିବାକୁ ଅତିରିକ୍ତ ସମୟ ମାଗିଥିଲା। ଏହାର ଶେଷ ସମ୍ପ୍ରସାରଣ ନଭେମ୍ବର ୧୮ ରେ ଥିଲା, ସେତେବେଳେ ଏଏସଆଇ ଆଉ ୧୫ ଦିନ ସମୟ ମାଗିଥିଲା।ଯଦିଓ ଏଥିପାଇଁ କୋର୍ଟ କେବଳ ୧୦ ଦିନ ଅନୁମତି ଦେଇଥିଲେ। ଅଗଷ୍ଟ ୪ ତାରିଖରୁ ଏଏସଆଇ ଟିମ୍ ମସଜିଦ ପରିସର ଉପରେ ସର୍ଭେ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିଲ୍ ହୋଇଥିବା ଗର୍ଭଗୃହର ସେହି ଅଂଶ ଏଥିରେ ସାମିଲ କରାଯାଇନାହିଁ। 

ନଭେମ୍ବର ୨ରେ ଏଏସଆଇ କୋର୍ଟକୁ କହିଥିଲେ ଯେ ସର୍ଭେ ଶେଷ ହୋଇଛି କିନ୍ତୁ ସର୍ଭେରେ ବ୍ୟବହୃତ ଉପକରଣର ସବିଶେଷ ତଥ୍ୟ ସହିତ ରିପୋର୍ଟକୁ ସଂଲଗ୍ନ କରିବାକୁ ଅଧିକ ସମୟ ଆବଶ୍ୟକ ହେବ। ଏହା ପରେ ନଭେମ୍ବର ୧୭ ପର୍ଯ୍ୟନ୍ତ ଦସ୍ତାବିଜ ଦାଖଲ କରିବାକୁ କୋର୍ଟ ଅତିରିକ୍ତ ସମୟ ଦେଇଥିଲେ।

ପଢ଼ନ୍ତୁ: ଅବସରର ୩ ଦିନ ପୂର୍ବରୁ ଇଞ୍ଜିନିୟରଙ୍କ ବଦଳି, ରେଳବୋର୍ଡ ସଚିବଙ୍କୁ ଚିଠି ଲେଖି କହିଲେ ପାଗଳାମୀ

୨୧ ଜୁଲାଇରେ ସର୍ବେକ୍ଷଣ ପାଇଁ ଦେଇଥିଲେ ନିର୍ଦ୍ଦେଶ: 

ସୂଚନାଥାଉକି, ଜୁଲାଇ ୨୧ ରେ ବାରାଣାସୀର ଏକ କୋର୍ଟ ଚାରିଜଣ ମହିଳାଙ୍କ ଆବେଦନ ପରେ ଜ୍ଞାନବ୍ୟାପି ପରିସରରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆବେଦନକାରୀମାନେ ମନ୍ଦିରର ପଶ୍ଚିମ କାନ୍ଥ ପଛରେ ଅବସ୍ଥିତ ଶୃଙ୍ଗାର ଗୌରୀ ମନ୍ଦିରରେ ପୂଜା କରିବାକୁ ଅନୁମତି ମାଗିଥିଲେ। ଗତ ବର୍ଷ ଏପ୍ରିଲରେ କୋର୍ଟ ସେହି ଆବେଦନ ଆଧାରରେ ପରିସରର ଭିଡିଓ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମେ ମାସରେ କରାଯାଇଥିବା ସର୍ଭେରେ ଆବେଦନକାରୀମାନେ ଭୁଜୁଖାନା ବା ଗର୍ଭଗୃହରେ ଏକ ଶିବଲିଙ୍ଗ ପାଇଥିବାର ଦାବି କରିଥିଲେ। 

ଦକ୍ଷିଣପନ୍ଥି କାର୍ଯ୍ୟକର୍ତ୍ତାମାନେ ଦାବି କରିଥିଲେ ଯେ ପୂର୍ବରୁ ଏହି ସ୍ଥାନରେ ଏକ ମନ୍ଦିର ଥିଲା। ୧୭ ତମ ଶତାବ୍ଦୀରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ଏହାକୁ ଭାଙ୍ଗି ଦିଆଯାଇଥିଲା। ସୂଚନାଥାଉକି ଦୀର୍ଘ ଦିନ ଧରି ଆଲୋଚନା ହୋଇଆସୁଥିବା କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଜ୍ଞାନବ୍ୟାପୀ ମସଜିଦ ରହିଛି, ଯାହାକି ଅନେକ ସମୟ ଧରି ଚର୍ଚ୍ଚାରେ ରହିଆସିଛି।

You can also read: ବେଆଇନ ଭାବେ ୯୦୦ ଗର୍ଭନଷ୍ଟ ଅଭିଯୋଗ: ବନ୍ଧା ହେଲେ ଡାକ୍ତର ଓ ଟେକ୍ନିସିଆନ, ଅଲଟ୍ରାସାଉଣ୍ଡ ସ୍କାନ ମେସିନ ଜବତ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.