ନୂଆଦିଲ୍ଲୀ ,୧୭/୦୧: ଏବେ ଚାଲିଛି ସ୍ମାର୍ଟଫୋନର ଯୁଗ। ଯେଉଁଥିପାଇଁ ବହୁଳ ବ୍ୟବହାର କରାଯାଉଛି ଇଣ୍ଟରନେଟ୍ର। ଯାହାକୁ ନେଇ ଓ୍ବାଇଫାଇର ବ୍ୟବହାର ମଧ୍ୟ ବଢିଛି । ଏହା ଏମିତି ଏକ ସେବା ଯାହା ୨୪ ଘଣ୍ଟା ଇଣ୍ଟରନେଟ ଉପଲବ୍ଧ କରାଏ। ଏନେଇ ଅଧିକାଂଶ ଲୋକ ନିଜ ଘରେ ଲଗାଇଛନ୍ତି ଓ୍ବାଇଫାଇ ରାଉଟର ମେସିନ । ହେଲେ ଓ୍ବାଇଫାଇ ରାଉଟରକୁ ନେଇ ନ୍ୟାଶନାଲ ହେଲଥ ଲାଇବ୍ରେରୀ ପକ୍ଷରୁ ସାମ୍ନାକୁ ଆସିଛି ଏକ ବଡ଼ ତଥ୍ୟ । ଓ୍ବାଇଫାଇର ରାଉଟର୍ରୁ ରେଡ଼ିଓ ତରଙ୍ଗ ବାହାରୁଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ତରଙ୍ଗ ସମ୍ପର୍କରେ ଆସିଲେ ମଣିଷର ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ରିପୋର୍ଟ ଜଣାପଡିଛି । ନିକଟରେ ୩୪ ବର୍ଷୀୟ ୫ ଜଣ ଯୁବକ ଓ୍ବାଇଫାଇ ରାଉଟର ପାଖେ ୫ ରାତି ବିତାଇଥିଲେ ।
ଏହି ସମୟରେ ସେମାନଙ୍କର ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିବା ସହ ଏଥିଯୋଗୁଁ ସେମାନଙ୍କ ଠାରେ ଅନିଦ୍ରା ସମସ୍ୟା ଦେଖାଯାଇଥିଲା । କେବଳ ସେତିକି ନୁହେଁ ରାତି ସାରା ଓ୍ବାଇଫାଇ ଅନ କରି ରଖିବା ଦ୍ବାରା ଏଥିରୁ ବାହାରୁଥିବା କ୍ଷତିକାରକ ବିକିରଣ ମନୁଷ୍ୟ ଉପରେ ପ୍ରଭାବ ପକାଇପାରେ । ଏହାଦ୍ବାରା ଥକ୍କାପଣ, ନିଦ ନ ହେବା,ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିବା ଯୋଗୁଁ ମୁଣ୍ଡବିନ୍ଧା, ମୁଣ୍ଡ ଘୁରାଇବା,ମାନସିକ ଚାପ ଆଦି ସମସ୍ୟା ହୋଇପାରେ । ଓ୍ବାଇଫାଇ ନେଟଓ୍ବର୍କ ସହିତ ସଂଯୋଗ ସ୍ମାର୍ଟଫୋନ, ଲ୍ୟାପଟପ୍ ଏବଂ ଅନ୍ୟାନ୍ୟ ଉପକରଣରୁ ଉତ୍ପନ ହେଉଥିବା ଚୁମ୍ବକୀୟ ତରଙ୍ଗ ମନୁଷ୍ୟ ସ୍ବାସ୍ଥ୍ୟକୁ ବିଗାଡ଼ିପାରେ। ଫଳରେ ଉଚ୍ଚ ରକ୍ତଚାପ, ହୃଦ ସମ୍ବନ୍ଧୀୟ ସମସ୍ୟା ହେବା ସହ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିପାରେ । ଏଥିରୁ ସୁରକ୍ଷା ପାଇବା ପାଇଁ ରାତିରେ ଶୋଇବା ସମୟରେ ରାଉଟକୁ ବନ୍ଦ କରିବା ଅଭ୍ୟାସ ରଖିବା ଭଲ । ଯଦି ସ୍ମାର୍ଟଫୋନ ବ୍ୟବହାର କରୁଥାନ୍ତି ତେବେ ସୋଇବା ସମୟପେ ଇଣ୍ଟରନେଟ ଅଫ୍ କରିବା ଆବଶ୍ୟକ। ସେହିଭଳି ଓ୍ବାଇଫାଇ ରାଉଟରକୁ ଶୟନ କକ୍ଷରୁ ଦୂରରେ ରଖିବା ଆାବଶ୍ୟକ ।