ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୫୦ ବର୍ଷ ପରେ ଓଜନ କମାଇବା ହେବ ସହଜ, ଫଲୋ କରନ୍ତୁ ଏହି ଡାଏଟପ୍ଲାନ

Published By : Ankita S | February 4, 2025 3:15 PM

ନୂଆଦିଲ୍ଲୀ,୦୪/୦୨: ମୋଟାପଣ ଏବେ ବଡ ସମସ୍ୟା ଭାବେ ଉଭା ହୋଇଛି । ଅସନ୍ତୁଳିତ ଖାଦ୍ୟପେୟ ମେଦବହୁଳତାର ପ୍ରମୁଖ କାରଣ ପାଲଟିଛି । ତେବେ ବୟସ ବଢିବା ସାଙ୍ଗକୁ ମୋଟାପଣ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ । ତେବେ ୫୦ ବର୍ଷ ବୟସ ପରେ ଆପଣ ଫିଟ୍ ରହିବାକୁ ଚାହୁଁଛନ୍ତି କି ?  ୫୦ ବର୍ଷ ପରେ ବାୟ୍ୟାମ କରିବାକୁ କଷ୍ଟ ହେଉଥିଲେ ଓଜନ କମାଇବାକୁ ସହଜ ଟିପ୍ସ ଆପଣାନ୍ତୁ । କଣ କଲେ କମିବ ମୋଟାପଣ ଜାଣନ୍ତୁ ଏହି ରିପୋର୍ଟରେ ।

କ୍ୟାରୋରୀ କଣ୍ଟ୍ରୋଲ କରନ୍ତୁ- ୫୦ ବର୍ଷ ପରେ ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଅତ୍ୟଧିକ କ୍ୟାଲୋରୀ ନେବା କମ୍ କରନ୍ତୁ । ଯେତେବେଳେ ଆପଣ ଖାଉଛନ୍ତି ମଧ୍ୟାହ୍ନ କିମ୍ବା ରାତ୍ରୀ ଭୋଜନ କରୁଛନ୍ତି ସେଥିରେ କେତେ କ୍ୟାଲୋରୀ ରହୁଛି ତାହା ଉପରେ ଧ୍ୟାନ ଦିଅନ୍ତୁ । ଅତ୍ୟଧିକ କ୍ୟାଲୋରୀରୁ ବଞ୍ଚନ୍ତୁ । ଯେତେ କମ୍ ପରିମାଣ ଖାଇବେ ସ୍ବାସ୍ଥ୍ୟ ପାଇଁ ସେତେ ଉପଯୋଗୀ ।

ଏହା ବି ପଢନ୍ତୁ...ବିଶ୍ୱ କର୍କଟ ଦିବସ ୨୦୨୫, ଜାଣନ୍ତୁ ଏହି ରୋଗରୁ ରକ୍ଷା ପାଇବାର କିଛି ଉପାୟ

ହେଲଦି ରୁଟିନ ଫିକ୍ସ କରନ୍ତୁ- ଫ୍ଲେକ୍ସିବିଲିଟି ଓ ସନ୍ତୁଳନ ଉପରେ ଧ୍ୟାନ ଦିଅନ୍ତୁ । ଯୋଗ ଏବଂ ଷ୍ଟ୍ରିଚିଙ୍ଗ କରନ୍ତୁ । ଏଥିରେ ଆଘାତ ଲାଗିବା ସମ୍ଭାବନା କମ୍ ହୋଇଥାଏ । ହାତ, ଗୋଡ ବୁଲାଇବାରେ ସୁଧାର ଆସିଥାଏ ।

ସନ୍ତୁଳିତ ଆହାର ନିଅନ୍ତୁ- ପ୍ରୋଟିନ୍ ମୋଟାବୋଲିଜିମ୍କୁ ବଢାଇବାକୁ ଏବଂ ମାଂଶପେଶୀକୁ ସୁରକ୍ଷିତ କରିବାକୁ ସନ୍ତୁଳିତ ଆହାର ନିଅନ୍ତୁ । ସନ୍ତୁଳିତ ଆହାର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ ।

ହେଲଦି ଖାଇବା ଖାଆନ୍ତୁ- ଡାଏଟ ପ୍ଲାନରେ ଫଳ, ସବୁଜ ପନିପରିବା, ଭାତ ଓ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଏହା ଦ୍ବାରା ମାଂଶପେଶୀ ପାଇଁ ସହାୟକ ହେବ । ସ୍ମରଣଶକ୍ତି ବଢାଇବ ।

ପ୍ରୋସେସ୍ ଫୁଡରୁ ଦୂରରେ ରୁହନ୍ତୁ- ମୋଟାପାଣ କମାଇବାକୁ ଚାହୁଁଥିଲେ ବାହାର ଖାଦ୍ୟରୁ ଦୂରରେ ରୁହନ୍ତୁ । ବିଶେଷ କରି ପ୍ୟାକିଂ ଖାଦ୍ୟ ପଦାର୍ଥଠୁ ଦୂରରେ ରହିବା ବେଶ୍ ଲାଭାଦାୟକ ହେବ । ପ୍ରୋସେସ ଫୁଡ ସ୍ବାସ୍ଥ୍ୟ ପାଇଁ ସ୍ବାସ୍ଥ୍ୟକର ହୋଇନଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.