ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସାଙ୍ଗକୁ ମଦ ପିଇବାକୁ ନ ଦେବାରୁ ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା କଲା ସ୍ୱାମୀ

ମାଲକାନଗିରି/ଖଇରପୁଟ, ୩/୮(ଆପ୍ର )  : ଘରକୁ ଆସିଥିବା ବନ୍ଧୁଙ୍କୁ ମଦ ପିଇବାକୁ ଦେଇ  ଚର୍ଚ୍ଚା ନ କରିବାରୁ ପତ୍ନୀଙ୍କୁ ଛୁରୀ ଭୁସି ହତ୍ୟା କରିଛି ସ୍ୱାମୀ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟି ମୁଦୁଲିପଡ଼ା ପଞ୍ଚାୟତ ବନ୍ଧଗୁଡା ଗ୍ରାମରେ।   ସ୍ବାମୀ ଧମ୍ପା ଧାଁଗଡା ମାଝୀଙ୍କ ଛୁରା ମାଡ଼ରେ ସ୍ତ୍ରୀ ବୁଦାଇ ଧାଙ୍ଗଡ଼ା ମାଝି (୩୭)ଙ୍କ ମୃତ୍ୟୁ ଘଟିଛି। 

 ଗୁରୁବାର ଜଙ୍ଗଲରୁ କରିଡ ସଂଗ୍ରହ କରି ଆସି ରାତିରେ ତାକୁ ତରକାରୀ କରି ପାଖ ଘରକୁ ଟିଭି ଦେଖୁବାକୁ ଯାଇଥିଲେ ସ୍ତ୍ରୀ ବୁଦାଇ। ସେହି ଗ୍ରାମର ଧମ୍ପାଙ୍କ ଜଣେ ସାଙ୍ଗ   ଆସିଥିଲେ ସେହି ରାତିରେ। ଅତିଥ୍ ସହିତ ମିଶିକି ରାତ୍ରି ଭୋଜନ କରିବାକୁ ବୁଦାଙ୍କୁ ଡାକି ଖାଇବାକୁ ଦେବାକୁ ସ୍ବାମୀ ଧମ୍ପା ଧାଙ୍ଗଡ଼ା ମାଝୀ କହିଥିଲେ।  ଦୁହିଁଙ୍କୁ ସ୍ତ୍ରୀ ବୁଦାଇ ଖାଇବାକୁ ଦେଇଥିଲେ। ଅତିଥିଙ୍କ ସତ୍କାର ପାଇଁ ମଦ ପିଇବାକୁ ଦେବାକୁ ଧମ୍ପା କହିଥିଲେ। ବୁଦାଇ କହିଥିଲେ ଯେ ସେ ସକାଳେ ମଦ ପିଇଦେଇ ଥିବାରୁ ଘରେ ଆଉ ମଦ ନାହିଁ । ମଦ ନଥିବାର ଜାଣି ଏତିକିରେ ଉଭ୍ୟକ୍ତ ହୋଇ ଏକ ଧାରୁଆ ଛୁରିରେ ଧମ୍ପା  ବୁଦାଇଙ୍କୁ ଆଘାତ କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଶୁକ୍ରବାର ଜଣା ପଡିବା ପରେ ମୁଡ଼ୁଲିପଡ଼ା ଥାନା ପୋଲିସ ବଣ୍ଡାଘାଟିରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଇଛି।  ଧମ୍ପାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.