ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ, ସମ୍ବର୍ଦ୍ଧିତ ହେଲେ ୯୬୩ ବିଦ୍ୟାର୍ଥୀ,ଶିକ୍ଷକ ଓ ଶିକ୍ଷୟିତ୍ରୀ

ମାଲକାନଗିରି, ୫/୯(ଆପ୍ର ) : ମାଲକାନଗିରି ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ  ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ସାହୁ ଏହି ସମାରୋହ ର ଅଧ୍ୟକ୍ଷତା କରିଥିଲେ।ଏହି ସମାରୋହ ର ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ମୂଖ୍ୟ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର,    ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରି ଉପସ୍ଥିତ ରହି ଉଦବୋଧନ ଦେଇଥିଲେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦର୍ ଉପସ୍ଥିତ ଥିଲେ। ଶିକ୍ଷା ହିଁ ପ୍ରଗତିର ଚାବିକାଠି। ଶିକ୍ଷକ ମାନେ ହିଁ ପ୍ରକୃତ ରାଷ୍ଟ୍ର ନିର୍ମାତା। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମ ଦିବସ କୁ ଗୁରୁଦିବସ ଭାବରେ ପାଳନ କରାଯାଇଥାଏ । ଗୁରୁ ଆମ ଜୀବନ ରେ ଉଚିତ୍ ଶିକ୍ଷା ଦେବା ସହ  ଆମ ଭବିଷ୍ୟତ ଜୀବନକୁ ଆଲୋକିତ କରିଥାଆନ୍ତି ବୋଲି ଅତିଥି ମାନେ କହିଥିଲେ।

ଏହି ଅବସରରେ ଜିଲ୍ଲାର ସାତଟି ଯାକ ବ୍ଲକ୍ ରେ ଥିବା ଶିକ୍ଷା ଅନୁଷ୍ଠାନ,ଉତ୍ତମ ଶିକ୍ଷା ଦାନ,ପରିବେଶ ସୁରକ୍ଷା ପାଇଁ ଉତ୍ତମ ଶିକ୍ଷକ,ଉତ୍ତମ ଶିକ୍ଷା ଅନୁଷ୍ଠାନ, ଏବଂ ଉତ୍ତମ ଛାତ୍ର ଛାତ୍ରୀ ମୋଟ ୯୬୩ଜଣ ଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା।୩୩ଜଣ ପ୍ରଧାନ ଶିକ୍ଷକ ଙ୍କୁ ବିଦ୍ୟାଳୟ ରେ ଉତ୍ତମ ଶିକ୍ଷା,ଭଲ ପରୀକ୍ଷା ଫଳ ପାଇଁ ସମ୍ମାନିତ କରାଯାଇଛି। ୧୫୫ଜଣ ଛାତ୍ର ଛାତ୍ରୀ ଙ୍କୁ ଓଡ଼ିଆ ଭାଷା ବୃତ୍ତି ସମ୍ମାନ,୪୬ଜଣ  ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲା ସ୍ତରୀୟ ଶିକ୍ଷା ମେଧା ପୁରସ୍କାର,୭୨୬ଜଣ ଛାତ୍ର ଛାତ୍ରୀ ଙ୍କୁ ବ୍ଲକ ସ୍ଥରୀୟ ମେଧା ପୁରସ୍କାର,୩ଜଣ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାର୍ଥୀ ମେଧା ପୁରସ୍କାର ପ୍ରଦାନ କରା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.