ପ୍ରମୁଖ ଖବର
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ସାବଧାନ ! ଠିଆ ହୋଇ ପାଣି ପିଉଥିଲେ ଦେଖାଦେଇପାରେ ଏଭଳି ସମସ୍ୟା...

ଭୁବନେଶ୍ୱର, ୧।୪: ଜଳ ବିନା ଜୀବନଧାରଣ କରିବା ଅସମ୍ଭବ । କିନ୍ତୁ, ପାଣି ପିଇବାର ସଠିକ୍ ଶୈଳୀ ବିଷୟରେ ଅନେକ ଜାଣିନଥାନ୍ତି । ଆୟୁର୍ବେଦଲରେ ଖାଦ୍ୟ ପାନୀୟ ଶୈଳୀ ନେଇ ଅନେକ ନିୟମ ରହିଛି । ଯାହାର ପାଳନ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ । ତେବେ ଅନେକ ସମୟରେ କିଛି ଭୁଲ୍ କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ । ସେଭଳି କିଛି କାରଣ ମଧ୍ୟରୁ ଗୋଟିଏ ହେଉଛି ଠିଆ ହୋଇ ପାଣି ପିଇବା ଅଭ୍ୟାସ । 

- ଠିଆହୋଇ ପାଣି ପିଇବା ଦ୍ୱାରା ଜରୁରୀ ପୋଷକତତ୍ତ୍ୱ, ଭିଟାମିନ୍‌ଗୁଡ଼ିକ ଯକୃତ ପାଚନତନ୍ତ୍ରରେ ଠିକ୍ ଭାବେ ପହଞ୍ଚିନଥାଏ । ଏଥିଯୋଗୁଁ ଫୁସ୍‌ଫୁସ୍‌ ଓ ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଏ । 

- ଏଭଳି ପାଣି ପିଇବା ଦ୍ୱାରା ଖାଦ୍ୟନଳୀ ଓ ଶ୍ୱାସନଳୀରେ ସମସ୍ୟା ସୃଷ୍ଟି ହୋଇଥାଏ । ଧିରେ ସୁସ୍ଥେ ପାଣି ନ ପିଇ ଶୀଘ୍ର ଠିଆହୋଇ ପାଣି ପିଇବା ଦ୍ୱାରା ଏସିଡଟି, ଗ୍ୟାଷ୍ଟ୍ରିକ୍, ହେକୁଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।  

- ଯେତେବେଳେ ଆମେ ଠିଆ ହୋଇ ପାଣି ପିଇଥାଉ, ଜଳ ଶୁଦ୍ଧ ନ ହୋଇ ଏହା ତଳିପେଟକୁ ଚାଲିଯାଏ । ଏହାଦ୍ୱାରା ଅପରିଷ୍କାର ଜିନିଷଗୁଡ଼ିକ ପିତ୍ତାଶୟରେ ଜମା ହୋଇ ରୁହେ । ଏହା ବୃକକ୍ ପାଇଁ କ୍ଷତିକାରକ ହୋଇଥାଏ । 

- ବସିକରି ପାଣି ପିଇବା ଦ୍ୱାରା ଶରୀର ଭିତରେ ସମସ୍ତ ସ୍ଥାନକୁ ପାଣି ସଠିକ୍ ମାତ୍ରାରେ ପହଞ୍ଚିପାରିନଥାଏ । ଏହା ସହ ଅଦରକାରୀ ପଦାର୍ଥକୁ ମଧ୍ୟ ଶରୀରରୁ ବାହାର କରିବାକୁ ସହାୟକ ହୋଇଥାଏ । ଏହାଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ।   

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.