ପ୍ରମୁଖ ଖବର
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ବାଉଁଶରୁ ହେଡ୍‌ଫୋନ୍‌ ତିଆରି କରିଛନ୍ତି ଆଇଆଇଟି ବମ୍ୱେର ଜଣେ ଛାତ୍ର, ପ୍ଲାଷ୍ଟିକ୍ ବଦଳରେ ବାଉଁଶର ବ୍ୟବହାର

ବମ୍ୱେ, ୨୭।୩: ଅନେକ ଲୋକ ଗୀତ ଶୁଣିବା ପାଇଁ ହେଡ୍‌ଫୋନ୍‌ର ବ୍ୟବହାର କରିଥାନ୍ତି । ବଜାରରେ ମିଳୁଥିବା ହେଡ୍‌ଫୋନ୍ ପ୍ଲାଷ୍ଟିକର ହୋଇଥିବାରୁ ଏହା ପରିବେଶ ଅନୁକୂଳ ହୋଇନଥାଏ । ତେବେ ନିକଟରେ ଆଇଆଇଟି ବମ୍ୱେର ୨୪ ବର୍ଷୀୟ ଛାତ୍ର ଅକାଂଶ ଚତୁର୍ବେଦୀ ବମ୍‌ବାସ ନାଁରେ ଏକ ହେଡ୍‌ଫୋନ୍‌ ତିଆରି କରିଛନ୍ତି । ଯାହା ସମ୍ପୂର୍ଣ୍ଣ ଭିନ୍ନ ଧରଣର ହେଡ୍‌ଫୋନ୍ । ଏହା ବାଉଁଶରୁ ନିର୍ମିତ । ଇନ୍ଦୋରରେ ରହୁଥିବା ଅକାଂଶ ଇଞ୍ଜିନିୟରିଂ ଶେଷ କରିବା ପରେ ୨୦୨୦ରେ ଆଇଆଇଟି ପ୍ରଡକ୍ଟ ଡିଜାଇନ କରିବା ଦିଗରେ ଆଗକୁ ଆସିଲେ । ତେବେ ପ୍ରକୃତି ସହିତ ଯେଭଳି ତାଙ୍କ ଉତ୍ପାଦ ସାମଞ୍ଜସ୍ୟ ରଖୁଥିବ, ସେଭଳି କିଛି ପ୍ରଡକ୍ଟ ଡିଜାଇନ କରିବାରେ ତାଙ୍କର ଇଚ୍ଛା ଥିଲା । ସେଇଠୁ ସେ ପରିବେଶ ଅନୁକୂଳ ହେଡ୍‌ଫୋନ୍ ତିଆରି କରିବା ଦିଗରେ ଆଗକୁ ବଢ଼ିଲେ । 

ସେ କିଭଳି ପରିବେଶ ଅନୁକୂଳ ଜିନିଷ ଉପଯୋଗ କରିବେ ତାହା ଥିଲା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ । ଏହା କିଭଳି ହାଲୁକା, ଆଡଜଷ୍ଟ ହୋଇପାରୁଥିବ ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ, ସେ ଦିଗରେ ମଧ୍ୟ ସେ ଗୁରୁତ୍ୱ ଦେଲେ । ହେଡ୍‌ଫୋନ୍‌ ପାଇଁ ସେ ପ୍ଲାଷ୍ଟିକ୍ ବଦଳରେ ବାଉଁଶ ବ୍ୟବହାର କରିବା ପାଇଁ ସ୍ଥିର କଲେ । ବାଉଁଶ କାରିଗରଙ୍କ ସହାୟତାରେ ସେ ଏହାର ପ୍ରୋଟୋଟାଇପ୍ ତିଆରି କରିଥିଲେ । ଯାହାକୁ ତିଆରି କରିବାକୁ ତାଙ୍କୁ ଲାଗିଥିଲା ୩ ମାସର ସମୟ । ଶେଷରେ ସେ ବାଉଁଶ ହେଡ୍‌ଫୋନ୍ ତିଆରି କରିବାରେ ସଫଳ ହୋଇଥିଲେ । ବାଉଁଶ ହେଡଫୋନ୍ କେବଳ ଏକ ଗ୍ୟାଜେଟ୍ ନୁହଁ, ବରଂ ବାଉଁଶ କାରିଗରଙ୍କ ପ୍ରତି ସମ୍ମାନ ବୋଲି ଅକାଂଶ କହିଛନ୍ତି । ହେଡଫୋନ୍‌ର ଇୟର କପ୍ପର ଉପର ଅଂଶରେ ବାଉଁଶରେ ଅତି ନିଖୁଣ କାମ କରାଯାଇଛି । ଅକାଂଶଙ୍କ ଉଦ୍ୟମ କେବଳ ଏତିକିରେ ସୀମିତ ନାହିଁ, ବିଶ୍ୱର ସବୁ ଗ୍ୟାଜେଟ୍ ଯେଭଳି ପରିବେଶ ଅନୁରୂଳ ହେବ, ସେ ଦିଗରେ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.