ପ୍ରମୁଖ ଖବର
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ବୟସ ୭୨ ଛୁଇଁଲାଣି ; ସଉକ୍ ବଡି ବିଲ୍ଡିଂ, ଘରକୁ ଆଣୁଛନ୍ତି ଶହ ଶହ ମେଡାଲ

ନୂଆଦିଲ୍ଲୀ, ୨୭।୩: ସାଧାରଣତଃ ଲୋକ ପରିଣତ ବୟସରେ ଅବସର ନେଇ ଘରେ ବସନ୍ତି । କିଛି ଲୋକ ଏହି ଅବସର ସମୟ ନିଜ ପରିବାର ସହ ବିତାଇବାକୁ ଭଲପାନ୍ତି । କିନ୍ତୁ, ଜଣେ ୭୨ ବର୍ଷୀୟ ମହିଳାଙ୍କ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ବିପରୀତ  । ଏଇ ବୟସରେ ସେ ଘରେ ବିଶ୍ରାମ ନେବା ବଦଳରେ କରୁଛନ୍ତି ବଡି ବିଲ୍ଡିଂ । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏହା ସତ । ଏତେ ବୟସରେ ବି ସେ ମେଡାଲ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛନ୍ତି । ମହିଳା ଜଣକ ହେଲେ ଗ୍ରେନୀ ରେନି ଲିଣ୍ଡର୍ସ । ଯିଏ ଆମେରିକାର ଟେକସାସରେ ବାସ କରନ୍ତି । ୫୮ ବର୍ଷ ବୟସରେ ବୟସାଧିକ କାରଣରୁ ସେ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଲେ । ସ୍ପାଇନାଲ ଫ୍ୟୁଜନ ଭଳି ସମସ୍ୟା ଦେଖାଦେବାରୁ ଏଥିରୁ ମୁକ୍ତି ପାଇବା ପାଇଁ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଡାକ୍ତର ତାଙ୍କୁ ବ୍ୟାୟାମ କରିବାକୁ ପରାମର୍ଶ ଦେଲେ । 

ଏହାପରେ ଆରମ୍ଭ ହେଲା ଏକ ନୂଆ ଜୀବନର ଯାତ୍ରା । ଗ୍ରେନୀ କିଛି ଦିନ ଧରି ଚାଲିବା, ଦୌଡ଼ିବାର ଅଭ୍ୟାସ କଲେ । ଏଥିସହ ଖାଦ୍ୟପେୟରେ ମଧ୍ୟ ବିଶେଷ ଧ୍ୟାନ ଦେଲେ । ଦେହ ଖରାପ ହେବା ପରୁ ସେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେଲେ । ୬୦ ବର୍ଷ ବୟସରେ ସେ ଜିମ୍ ଯିବା ଆରମ୍ଭ କଲେ ଓ ୱେଟଲିପ୍ଟିଂ ଭଳି ହେବି ଏକ୍ସରସାଇଜ୍ କରିବା ଆରମ୍ଭ କରିଦେଲେ । ୬୯ ବର୍ଷ ବୟସରେ ସେ ପ୍ରଥମ ବିକିନୀ ୱେଟ୍ ଲିପ୍ଟିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ । କେବଳ ସେତିକି ନୁହେଁ, ଏଥିରେ ସଫଳତା ଅର୍ଜନ କରି ସମ୍ମାନୀତ ମଧ୍ୟ ହୋଇଥିଲେ । ଏହା ପରଠାରୁ ଗ୍ରେନୀ ଆଉ ପଛକୁ ଫେରି ଚାହିଁନାହାନ୍ତି । ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇ ମେଡାଲ ପରେ ମେଡାଲ ଜିତି ଚାଲିଛନ୍ତି । 

ଗିନିଙ୍କୁ ଏବେ ୭୨ ବର୍ଷ ହୋଇଥିଲେ ହେଁ, ସେ ପ୍ରତିବର୍ଷ ବିକିନୀ ୱେଟ୍ ଲିପ୍ଟିଂ ପ୍ରତିଯୋଗିତାରେ ଭାଗ ନେଇ ମେଡାଲ ଓ ସମ୍ମାନ ନିଜ ନାଁରେ କରିଛନ୍ତି । ସେ ଅର୍ନାଲ୍ଡ କ୍ଲାସିକ୍ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଛନ୍ତି । ସେ ପ୍ରସିଦ୍ଧ ବଡି ବିଲ୍ଡର ଓ ଆକ୍ଟର ଅର୍ଣ୍ଣୋଲ୍ଡ ସ୍ୱାଜନେଗରଙ୍କୁ ନିଜ ଆଦର୍ଶ ବୋଲି ମାନନ୍ତି । ତାଙ୍କର ଟିକଟକ୍ ଓ ଇନଷ୍ଟାଗ୍ରାମରେ ପ୍ରାୟ ୫୩ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି । ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଡରେ ଭିଡିଓ ପୋଷ୍ଟ କରିବାକୁ କେବେ ବି ଭୁଲନ୍ତିନି । ଦୈନିକ ନିଜ ଫ୍ୟାନ୍ସଙ୍କ ପାଇଁ ଭିଡିଓ ପୋଷ୍ଟ କରନ୍ତି ଗ୍ରେନୀ । ଗେନି କହିଛନ୍ତି ବୟସ କେବଳ ଏକ ସଂଖ୍ୟା ମାତ୍ର । ମନୋବଳ ଦୃଢ଼ ଥିଲେ ଯେ କୌଣସି କାର୍ଯ୍ୟ କରିବା ସମ୍ଭବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.