ପ୍ରମୁଖ ଖବର
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଗାଁ ଗହଳିରେ ସୁଟିଂ କରନ୍ତି ଭିଡିଓ; ଅଧିକାଂଶ ଗ୍ରାମବାସୀ ୟୁଟ୍ୟୁବର୍, ମାସିକ ରୋଜଗାର ୨୦ରୁ ୪୦ ହଜାର

ରାୟପୁର, ୨୮।୩: ଭାରତରେ ଲକ୍ଷାଧିକ ଗାଁ ରହିଛି । ଏଥିମଧ୍ୟରୁ କିଛି ଗାଁ ନିଜ ବିଶେଷତା ପାଇଁ ବେଶ୍ ପରଚିତ । ଆଜି ବି ଏଭଳି ଅନେକ ଗାଁ ରହିଛି, ଯେଉଁଠାରେ ଲୋକ ମୋବାଇଲ ନେଟୱର୍କ ଓ ଡିଜିଟାଲ ଦୁନିଆଠୁ ବହୁ ଦୂରରେ । କିନ୍ତୁ, ଏକ ଏଭଳି ଗାଁ ଯାହା ୟୁଟ୍ୟୁବରଙ୍କ ଗାଁ ଭାବେ ପରିଚିତ । ଗାଁରେ ୫ ବର୍ଷରୁ ଆରମ୍ଭ କରି ୮୫ ବର୍ଷ ପର୍ଯ୍ୟନ୍ତ ୟୁଟ୍ୟୁବର୍ସ ଦେଖିବାକୁ ମିଳନ୍ତି । ଏମାନେ ଗାଁ ଗହଳି ଓ ବିଲରେ ସବୁଠି ଭିଡିଓ ସୁଟିଂ କରନ୍ତି । ଏଠାରେ ଅଧିକାଂଶ ଲୋକଙ୍କ ରୋଜଗାରର ମାଧ୍ୟମ ସାଜିଛି ୟୁଟ୍ୟୁବ୍ । ଛତିଶଗଡ଼ର ରାଜଧାନୀ ରାୟପୁରଠାରୁ ପ୍ରାୟ ଘଣ୍ଟାଏ ଧରି ଯାତ୍ରା କରିବା ପରେ ପଡ଼ିଥାଏ ‘ତୁଲସୀ’ ଗାଁ । ୪ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ସ୍ୱତନ୍ତ୍ରତା ହେଲା ଏଠାକାର ବହୁ ଲୋକ ୟୁଟ୍ୟୁବ୍‌ରେ ଭିଡିଓ ପୋଷ୍ଟ କରି ଅର୍ଥ ରୋଜଗାର କରିଥାନ୍ତି । ସେଥିଲାଗି ଏହାକୁ ‘ୟୁଟ୍ୟୁବରଙ୍କ ଗାଁ’ ଭାବେ ପରିଚିତି । 

ଏହି ଗାଁର ପ୍ରତ୍ୟେକ ପରିବାରରୁ ପ୍ରାୟ ଜଣେ ଲେଖାଏଁ ଭିଡିଓ କଣ୍ଟେଣ୍ଟ ପ୍ରସ୍ତୁତି ଲାଗି କାମ କରୁଛନ୍ତି । ସେଥିଯୋଗୁଁ ଏଠାରେ ୪୦ଟି ସକ୍ରିୟ ଲୋକପ୍ରିୟ ୟୁଟ୍ୟୁବ୍‌ ଚ୍ୟାନେଲ ରହିଛି । ଗାଁରେ ପାଖାପାଖି ୧୦୦ ଜଣ ୟୁଟ୍ୟୁବର୍ସ ଅଛନ୍ତି । ସେଥିମଧ୍ୟରୁ ‘ବିଙ୍ଗ୍‌ ଛତିଶଗଡ଼ିୟା’ ନାମକ ଚ୍ୟାନେଲର ଲକ୍ଷାଧିକ ସବ୍‌ସ୍କ୍ରାଇବର ରହିଛନ୍ତି । ଯାହା ଗାଁର ପ୍ରଥମ ୟୁଟ୍ୟୁବ୍ ଚ୍ୟାନେଲ୍ । ଏହି ୟୁଟ୍ୟୁବ୍‌ ଚ୍ୟାନେଲ ହେଉଛି ଜୟ ଓ ଜ୍ଞାନେନ୍ଦ୍ର ଶୁକ୍ଲା ନାମକ ଦୁଇ ବନ୍ଧୁଙ୍କର । ଏହା ରାଜ୍ୟର ପ୍ରଥମ କମେଡି ୟୁଟ୍ୟୁବ୍‌ ଚ୍ୟାନେଲ ହୋଇଥିବାବେଳେ ଚ୍ୟାନେଲରେ ୨୫୦ରୁ ଅଧିକ ଭିଡିଓ ପୋଷ୍ଟ କରାଯାଇଛି । ୨୦୧୬ରେ ଜ୍ଞାନେନ୍ଦ୍ର ନେଟ୍‌ୱାର୍କ ଇଞ୍ଜିନିୟର ଭାବେ କାମ କରୁଥିଲେ । ଜୟ ଜଣେ ଶିକ୍ଷକ ଥିଲେ । ୨୦୧୮ରେ ଉଭୟେ ମିଶି ‘ବିଙ୍ଗ୍‌ ଛତିଶଗଡ଼ିୟା’ ଚ୍ୟାନେଲ୍ ଆରମ୍ଭ କଲେ । ଏହି ୟୁଟ୍ୟୁବ୍‌ ଚ୍ୟାନେଲ ବେଶ୍‌ ମୋଟାଅଙ୍କର ରୋଜଗାର କଲେ । ତେବେ ଭିଡିଓ ପ୍ରସ୍ତୁତି ଲାଗି ଜୟ ଏବଂ ଜ୍ଞାନେନ୍ଦ୍ରଙ୍କର ଏକ ନିୟମ ରହିଛି । ତା’ ହେଲା ଏମାନେ କେବଳ ପାରିବାରିକ ଭିଡିଓ ପ୍ରସ୍ତୁତ କରିବେ । ସେହି ନିୟମକୁ ପାଳନ କରି ସଂସ୍କୃତିଭିତ୍ତିକ ସମସାମୟିକ ଘଟଣା ଉପରେ ପର୍ଯ୍ୟବସିତ ଭିଡିଓ ପ୍ରସ୍ତୁତ କରିବା ଉପରେ ସେମାନେ ଅଧିକ ଧ୍ୟାନ ଦିଅନ୍ତି ।

ଏଠାକାର ଅଧିକାଂଶ ୟୁଟ୍ୟୁବର ମାସକୁ ୨୦ ହଜାରରୁ ୪୦ ହଜାର ଟଙ୍କା ଲେଖାଏଁ ରୋଜଗାର କରୁଛନ୍ତି । କିଛି ଜଣ ଛୋଟ ମୋଟ ଫିଲ୍ମରେ ବି କାମ ପାଇଛନ୍ତି । ସବୁଠୁ ବଡ଼ କଥା ହେଲା ଏଥିଯୋଗୁ ଗାଁର ପିଲାମାନେ ବେକାରୀରୁ ମୁକ୍ତି ପାଉଛନ୍ତି । ଏହା ସେମାନଙ୍କୁ ସକରାତ୍ମକ ଦିଗ ଦେଉଛି ବୋଲି ଶୁକ୍ଲା କହିଛନ୍ତି । ସେମାନଙ୍କର ସଫଳତା ଦେଖି ଗାଁର ଅନ୍ୟ ଯୁବକମାନେ ବି ଏଥିପ୍ରତି ଆକର୍ଷିତ ହେଲେ । ଆଉ ଭିଡିଓ କରିବା ଆରମ୍ଭ କଲେ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗାଁରେ ଜଣେ ୮୫ ବର୍ଷୀୟ ବୃଦ୍ଧା ମଧ୍ୟ ୟୁଟ୍ୟୁବ୍‌ରେ ଭିଡିଓ ବନାନ୍ତି । ତୁଳସୀ ଗାଁର ସରପଞ୍ଚ ଗୁଲାବ ସିଂ ଯଦୁ ଗାଁର ୟୁଟ୍ୟୁବର୍ସମାନଙ୍କୁ ଅନେକ ସାହାଯ୍ୟ ମଧ୍ୟ କରନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.