ପ୍ରମୁଖ ଖବର
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ଡାଇନାସୋର ଭଳି ଲୋପ ପାଇବାକୁ ଯାଉଛି କଂଗ୍ରେସ: ରାଜନାଥ ସିଂହ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆରୋପ ପ୍ରତ୍ୟାରୋପ ରାଜନୀତି ଜୋର ଧରିଛି । ଏହାରି ଭିତରେ ଉତ୍ତରାଖଣ୍ଡର ଗଢ଼ୱାଲରେ ନିର୍ବାଚନୀ ପ୍ରଚାର ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି । ଆଗାମୀ କିଛି ବର୍ଷ ଭିତରେ କଂଗ୍ରେସ ଡାଇନାସୋରଙ୍କ ଭଳି ଲୋପ ପାଇଯିବ ବୋଲି କହିଛନ୍ତି ରାଜନାଥ ସିଂହ । ଏପରିକି ସେ କଂଗ୍ରେସ ଦଳକୁ ଟେଲିଭିଜନ୍‌ ରିୟଲିଟି ଶୋ’ ବିଗ ବସ୍‌ ସହ ତୁଳନା କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରସର ଦଳର ନେତା ପ୍ରତିଦିନ ଜଣେ ଅନ୍ୟ ଜଣଙ୍କ କପଡ଼ା ଫାଡ଼ୁଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ହେବାର କେତେ ବର୍ଷ ପରେ ପିଲାମାନେ ଆଉ କଂଗ୍ରେସକୁ ଚିହ୍ନି ପାରିବେ ନାହିଁ । ଏବେ କଂଗ୍ରେସର ବହୁ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇଛନ୍ତି । ଏଭଳି ସମୟରେ ରାଜନାଥ ସିଂହଙ୍କ ଏହି ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । 




ରାଜନାଥ ସିଂହ କହିଛନ୍ତି ଯେ, ‘କଂଗ୍ରେସ ନେତାଙ୍କ ପଳାୟନ ଜାରି ରହିଛି । ଜଣେ ପରେ ଜଣେ ନେତା ପାର୍ଟି ଛାଡ଼ୁଛନ୍ତି ଏବଂ ବିଜେପିରେ ସାମିଲ ହେଉଛନ୍ତି । ମୋତେ ଭୟ ହେଉଛି ଆଗାମୀ କିଛି ବର୍ଷରେ କଂଗ୍ରେସ ଡାଇନାସୋର ପରି ବିଲୁପ୍ତ ହୋଇଯିବ । ଦେଶରେ କଂଗ୍ରେସ ଦୀର୍ଘ ସମୟ ଧରି ଶାସନ କରିଛି । ସେବେ ଦେଶରେ ବହୁ ଦୁର୍ନୀତି ହୋଇଛି । କେବେ ଜିପ୍‌ ଦୁର୍ନୀତି ତ ଆଉ କେବେ ବୋଫର୍ସ ଦୁର୍ନୀତି  ଏବଂ ଆଉ କେବେ ହେଲିକପ୍ଟର ଦୁର୍ନୀତି ହୋଇଛି । ବଡ଼ ବଡ଼ ଭ୍ରଷ୍ଟାଚାର ଯୋଗୁଁ ଦଳର ଛବି ଖରାପ ହୋଇଛି । ଦୁର୍ନୀତି କରି କଂଗ୍ରେସର ବହୁ ମନ୍ତ୍ରୀ ଜେଲରେ ରହିଥିଲେ ।’ 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଦୁନିଆର କେହି ବି ଜଣେ ମୋଦୀ ସରକାରଙ୍କ ମନ୍ତ୍ରୀଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିପାରିବ ନାହିଁ । ଗତ ୧୦ ବର୍ଷରେ ମୋଦୀଙ୍କ ସରକାରର କୌଣସି ମନ୍ତ୍ରୀଙ୍କ ଉପରେ ଦୁର୍ନୀତିର ଗୋଟିଏ ବି ଅଭିଯୋଗ ନାହିଁ ।

 

  • congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.