ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକାଶ୍ମୀରରେ ଭାରତୀୟ ଜନତା ପାର୍ଟି ସୁନିଲ ଶର୍ମାଙ୍କୁ ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ନିଯୁକ୍ତ କରିଛି। ରବିବାର ଦିନ ବିଜେପି ବିଧାୟକ ଦଳ ବୈଠକରେ ସୁନୀଲ ଶର୍ମାଙ୍କୁ ମନୋନୀତ କରାଯାଇଛି । ଏହା ସହ ନରେନ୍ଦ୍ର ସିଂ ବିଧାନସଭାର ଉପବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀର ବିଧାନସଭାରେ ବିଜେପି ବିରୋଧୀ ଦଳର ନେତା ପଦବୀ ପାଇଛି ଏବଂ ଏହା ସୁନୀଲ ଶର୍ମାଙ୍କୁ ଏହି ନୂତନ ତଥା ବଡ ଦାୟିତ୍ବ ଦେଇଛି ।
ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ସୁନୀଲ ଶର୍ମା କହିଛନ୍ତି ଯେ, 'ମୁଁ ଅତ୍ୟଧିକ ସମ୍ମାନିତ ଏବଂ ଗର୍ବିତ ଅନୁଭବ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କ ସମେତ ଦଳର ସମସ୍ତ ନେତୃତ୍ୱକୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି।୪୭ ବର୍ଷିୟ ସୁନୀଲ ଶର୍ମା ଦ୍ୱିତୀୟ ଥର ପାଇଁ ବିଧାନସଭାରେ ପହଞ୍ଚିଛନ୍ତି।
ଏହା ପୂର୍ବରୁ ସୁନୀଲ ଶର୍ମା ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ପିଡିପି-ବିଜେପି ମିଳିତ ସରକାରରେ ରାଜ୍ୟ ମନ୍ତ୍ରୀ ଥିଲେ । ସେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ସ୍ବାଧିନ ଦାୟିତ୍ବ ସହ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ ଜାମ୍ମୁ କାଶ୍ମୀର ବିଧାନସଭାରେ ବିରୋଧୀ ଦଳର ନେତା ଭୂମିକାରେ ରହିବାକୁ ପ୍ରସ୍ତୁତ ଅଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିବା ବିଜେପି ପ୍ରଥମ ଥର ପାଇଁ ସୁନୀଲ ଶର୍ମାଙ୍କୁ ବିରୋଧୀ ଦଳର ନେତା ପଦ ଦେଇଛି ।
୨୦୧୪ ବିଧାନସଭା ନିର୍ବାଚନରେ ସୁନୀଲ ଶର୍ମା କିସ୍ତଓ୍ବାଡ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ସେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିଛନ୍ତି । ଶର୍ମାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ବିଚାରାଧୀନ ନାହିଁ । ବିଶେଷ କରି ଅଗଷ୍ଟ ୨୦୧୯ ରେ ଧାରା ୩୭୦ ରଦ୍ଦ ହେବା ପରେ ସେ ଜାମ୍ମୁ କାଶ୍ମୀରରେ ବିଜେପିର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି।
ବିଜେପିର କେନ୍ଦ୍ରୀୟ ନେତୃତ୍ୱ ସହ ସୁନୀଲ ଶର୍ମାଙ୍କର ଘନିଷ୍ଠ ସମ୍ପର୍କ ରହିଛି, ଏହି କାରଣରୁ ତାଙ୍କୁ ବିଧାନସଭା ନିର୍ବାଚନରେ ଦଳର ଅନ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର ଦାୟିତ୍ବ ମିଳିଥିଲା ।