ପ୍ରମୂଖ ଖବର
  • ବଲାଙ୍ଗିରି: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମଲବାହି ଟ୍ରେନ, ଡୁଙ୍ଗୁରିପାଲି ରେଳ ଷ୍ଟେସନ ମଝିରେ ମାଲଗାଡି ପଛ ଓ୍ବାଗନ ଛିଣ୍ଡି ଇଞ୍ଜିନ ଆଗକୁ ଗଡି ପଳାଲା
  • ||
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

ଅସଦୁଦ୍ଦିନଙ୍କ ବିବାଦୀୟ ବୟାନ, କହିଲେ-‘ୱାକଫ ବୋର୍ଡ ଜମିରେ ନିର୍ମିତ ମୁକେଶ ଅମ୍ବାନୀଙ୍କ ବାସଭବନ’

ନୂଆଦିଲ୍ଲୀ ୦୫/୧୧: ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଶନିବାର ଦିନ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ୱାକଫ ବୋର୍ଡ ଜମିରେ  ନିର୍ମିତ। ଏକ ସାକ୍ଷାତକାରରେ, ଅସଦୁଦ୍ଦିନ ୱାକଫ ସଂଶୋଧନ ଅଧିନିୟମ, ୨୦୨୪ ଉପରେ ନିଜର ମତ ସେୟାର କରିଥିଲେ। ଯାହାର ଲକ୍ଷ୍ୟ ୧୯୯୫ ର ୱାକଫ ଅଧିନିୟମର ନାମ ପରିବର୍ତ୍ତନ କରି ଇଣ୍ଟିଗ୍ରେଟେଡ୍ ୱାକଫ୍ ମ୍ୟାନେଜମେଣ୍ଟ, ସଶକ୍ତିକରଣ, ଦକ୍ଷତା ଏବଂ ବିକାଶ ଅଧିନିୟମ କରିବା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ସୁଧାରିବା ନାମରେ ସେମାନେ ୱାକଫ ବୋର୍ଡକୁ ଶେଷ କରିପାରିବେ ନାହିଁ। ସେ କହିଛନ୍ତି, "ନରେନ୍ଦ୍ର ମୋଦୀ, ଆପଣ ସଂଶୋଧନ ନାମରେ ୱାକଫ ବୋର୍ଡକୁ ଶେଷ କରିପାରିବେ ନାହିଁ! ସୁଧାର ବିଧେୟକରେ ଏକ ବ୍ୟବସ୍ଥା ଅଛି, ଯାହା ଅନୁଯାୟୀ ଆପଣ ଜିଲ୍ଲା କଲେକ୍ଟରଙ୍କ ନିକଟରେ ସେହି ସମ୍ପତ୍ତି ବିରୋଧରେ ଅଭିଯୋଗ ଦାଖଲ କରିପାରିବେ ଯାହାକୁ ଆପଣ ବେଆଇନ ୱାକଫ ସମ୍ପତ୍ତି ଭାବୁଛନ୍ତି।“

“ୱାକଫ ସମ୍ପତ୍ତି ନାମରେ ମୁସଲମାନ ସମ୍ପ୍ରଦାୟ ଦ୍ୱାରା ଭୂମି ଉପରେ ବେଆଇନ ଦଖଲ” ଅଭିଯୋଗର ଜବାବରେ ଅସଦୁଦ୍ଦିନ କହିଛନ୍ତି ଯେ ଏହା ବିଜେପି ଏବଂ ଆରଏସଏସ ଦ୍ୱାରା ପରିଚାଳିତ ଏକ ପ୍ରଚାର। ସେ କହିଛନ୍ତି, "ସେପରି କିଛି ନାହିଁ। ମୁଁ ଆପଣଙ୍କୁ କହୁଛି। ଯଦି ମୁଁ ସଂସଦରେ ନମାଜ ପାଠ କରିବି, ତେବେ ସେହି କୋଠା ମୋର ହେବ କି? ନା, ଯଦି ମୁଁ ଏକ ନିର୍ଦ୍ଦିଷ୍ଟ ଜମିର ମାଲିକ, ତେବେ ସେତେବେଳେ ମୁଁ ଆଲ୍ଲାହାଙ୍କ ନାମ ଏହାକୁ ଦାନ କରିବାକୁ ସମର୍ଥ ହେବି । ଏହା କେବଳ ବିଜେପି ଏବଂ ଆରଏସଏସର ପ୍ରଚାର।" ଏଥି ସହିତ ସେ କହିଛନ୍ତି, ମୁମ୍ବାଇରେ ଅମ୍ବାନୀଙ୍କ ବାସସ୍ଥାନ ୱାକଫ ଜମିରେ ନିର୍ମିତ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.