ପ୍ରମୂଖ ଖବର
  • ନନ୍ଦନକାନନ ଏକ୍ସପ୍ରେସକୁ ୨ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ, ଜିଆର୍‌ପି ପୋଲିସର ତନାଘନା
  • ||
  • ବଲାଙ୍ଗିରି: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମଲବାହି ଟ୍ରେନ, ଡୁଙ୍ଗୁରିପାଲି ରେଳ ଷ୍ଟେସନ ମଝିରେ ମାଲଗାଡି ପଛ ଓ୍ବାଗନ ଛିଣ୍ଡି ଇଞ୍ଜିନ ଆଗକୁ ଗଡି ପଳାଲା
  • ||
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

ଲୋକପ୍ରିୟ ଗାୟିକା ସାରଦା ସିହ୍ନାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୦୫/୧୧:ଲୋକପ୍ରିୟ ଗାୟିକା ସାରଦା ସିହ୍ନାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର । ଏନେଇ ସେ ବର୍ତ୍ତମାନ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରଦା ସିହ୍ନାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ତାଙ୍କ ପୁଅକୁ ଫୋନ କରି ପଚାରି ବୁଝିଛନ୍ତି। ବର୍ତ୍ତମାନ ଏମ୍ସରେ ତାଙ୍କର ଚିକିତ୍ସା ଜାରି ରହିଛି । 

ତେବେ ତାଙ୍କ ପୁଅ ଅଶୁଂମାନ ସିହ୍ନାଙ୍କ ସହିତ କଥା ହୋଇ ମୋଦି କହିଛନ୍ତି,ଆପଣ ମଜଭୁତର ସହିତ ମାଙ୍କର ଚିକିତ୍ସା କରାନ୍ତୁ ।ପ୍ରକାଶ ଥାଉକି, ସାରଦା ସିହ୍ନା ଗତ ରାତିରୁ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ପୁଅ ଅଂଶୁମାନ କହିଛନ୍ତି, ମାଆଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ନାହିଁ । କିନ୍ତୁ ଡାକ୍ତରମାନେ  ଚିକିତ୍ସା ଜାରି ରଖିଛନ୍ତି । ସାରଦାଙ୍କ ସ୍ବାମୀ ବୃଜକିଶୋର ସିହ୍ନାଙ୍କର ମୃତ୍ୟୁ ପରଠାରୁ ସେ ଉଦାସ ରହୁଥିବା ବେଳେ ବର୍ତ୍ତମାନ ତାଙ୍କର ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ ଅବନତି ହୋଇଛି । ସାରଦା ସିହ୍ନାଙ୍କୁ ବିହାରର କୋକିଳା ଭାବେ ସମସ୍ତେ ଜାଣନ୍ତି । ସେ ଜଣେ ଜଣାଶୁଣା ଏବଂ ଲୋକପ୍ରିୟ ଗାୟିକା ଅଟନ୍ତି । ଭୋଜପୁରୀ ଏବଂ ମୈଥିଲି ଭାଷାରେ ଅନେକ ଗୀତ ଗାଇ ପ୍ରସିଦ୍ଧି ଲାଭ କରିଛନ୍ତି । ବିହାରର ପାରମ୍ପିରକ ସଙ୍ଗୀତକୁ ଆଗକୁ ବଢାଇବା ପାଇଁ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ସଙ୍ଗୀତ ଏବଂ ସଂସ୍କୃତିରେ ତାଙ୍କର ଯୋଗଦାନ ପାଇଁ ୨୦୧୮ ମସିହାରେ ପଦ୍ମଭୂଷଣରେ ସମ୍ମାନିତ ମଧ୍ୟ ତାଙ୍କୁ କରାଯାଇଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.