ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ସୋସିଆଲ ମିଡିଆ ସେନ୍‌ସେସନ୍‌ ପ୍ରଜକ୍ତା, ୟୁଟୁବରେ ୬୮.୫ କୋଟି ସବ୍‌ସ୍କ୍ରାଇବର୍‌

Published By : Prameya | November 5, 2024 2:00 PM

ମୁମ୍ବାଇ ୦୫/୧୧:  ସୋସିଆଲ ମିଡିଆର ନୂଆ ସେନ୍‌ସେସନ୍‌ ପ୍ରଜକ୍ତା କୋଲି ଏବେ ଆକର୍ଷଣର କେନ୍ଦ୍ର ହୋଇଛନ୍ତି । ୨୦୧୫ ମସିହାରେ ‘ମୋଷ୍ଟ୍‌ଲିସେନ୍‌’ ନାମକ ଏକ ଚ୍ୟାନେଲ୍‌ ଜରିଆରେ ସେ ନିଜର ୟୁଟ୍ୟୁବ୍‌ ଯାତ୍ରା ଆରମ୍ଭ କରିଥିଲେ । ଏଥିରେ ସେ ବାସ୍ତବ ଜୀବନ ସହ ଜଡ଼ିତ କମେଡି ଉପରେ ଫୋକସ୍‌ କରୁଛନ୍ତି । ସେ ପ୍ରସ୍ତୁତ କରୁଥିବା ବିଷୟବସ୍ତୁ ପ୍ରାମାଣିକତା ଯୋଗୁ ତୁରନ୍ତ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଯାଏ । ଆଜି ପ୍ରଜକ୍ତା ଭାରତର ସବୁଠୁ ଲୋକପ୍ରିୟ ୟୁଟୁବର୍‌ଙ୍କ ମଧ୍ୟରେ ଅନ୍ୟତମ । ଏଥିରେ ତାଙ୍କର ୬୮.୫ କୋଟି ସବ୍‌ସ୍କ୍ରାଇବର୍‌ ଅଛନ୍ତି । 

ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଲୋକପ୍ରିୟତା କମ୍‌ ନୁହେଁ । ଏଠାରେ ତାଙ୍କର ୮୦ ଲକ୍ଷ ଫଲୋଅର୍‌ ଅଛନ୍ତି, ଯେଉଁମାନେ ତାଙ୍କ ବିବିଧ ବିଷୟବସ୍ତୁ ଜରିଆରେ ତାଙ୍କ ସହ ଯୋଡ଼ି ହୋଇ ଅଛନ୍ତି । କାହାଣୀ ବର୍ଣ୍ଣନା ଓ ଗଣମାଧ୍ୟମ ପ୍ରତି ରୁଚି ଲାଗି ସ୍କୁଲରେ ଅଧ୍ୟୟନ ସମୟରେ ଜଣେ ରେଡିଓ ଜକି ହେବାକୁ ପ୍ରଜକ୍ତା ସ୍ୱପ୍ନ ଦେଖିଥିଲେ । ଏଥିପାଇଁ ସେ ମୁଲୁଣ୍ଡ ସ୍ଥିତ ଭିଜି ଭେଜ୍‌ କଲେଜ ଅଫ୍‌ ଆର୍ଟସ, ସାଇନ୍ସ ଆଣ୍ଡ କମର୍ସରେ ନାମ ଲେଖାଇ ବ୍ୟାଚଲର ଅଫ୍‌ ମାସ୍‌ ମିଡିଆ ଡିଗ୍ରୀ ହାସଲ କଲେ । ସ୍ନାତକୋତ୍ତର ଡିଗ୍ରୀ ପରେ ମୁମ୍ବାଇରେ ଫିଭର୍‌ ୧୦୪ ଏଫ୍‌ଏମ୍‌ରେ ଇଣ୍ଟର୍ନସିପ୍‌ କଲେ । ବର୍ଷକର ପରିଶ୍ରମ ପରେ ତାଙ୍କୁ ‘କଲ୍‌ ସେଣ୍ଟର୍‌’ ଶୀର୍ଷକ ରେଡିଓ ଶୋ’ ପରିଚାଳନା ଦାୟିତ୍ୱ ଦିଆଗଲା । ତେବେ ଏହା ଖାସ୍‌ ପ୍ରଭାବ ନ ପକାଇବାରୁ ପ୍ରଜକ୍ତା ୟୁଟ୍ୟୁବ୍‌ ଆଡ଼କୁ ଢଳିଲେ । 

ରଶମ ସୃଜନଶୀଳତା ଜରିଆରେ ସେ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଲେ ଏବଂ ହାସ୍ୟରସ ଓ ପ୍ରାସଙ୍ଗିକ ବିଷୟ ସହିତ ଦୈନନ୍ଦିନ ଜୀବନର ଗତିଶୀଳତା ଉପରେ ଫୋକସ୍‌ କଲେ । ତାହା ଲୋକଙ୍କ ହୃଦୟକୁ ଛୁଇଁଲା । ଯୁବ ଦର୍ଶକ ତାଙ୍କର ସଚ୍ଚୋଟ ବ୍ୟାଖ୍ୟାନ ସହ ଯୋଡ଼ିହେଲେ । ୨୦୧୯ ମସିହାରେ ଫୋର୍ବସ୍‌ର ସମ୍ମାନାସ୍ପଦ ୩୦ ବର୍ଷ ବୟସରୁ କମ୍‌ ୩୦ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇବା ପ୍ରଜକ୍ତାଙ୍କ ପାଇଁ ବଡ଼ ଉପଲବ୍ଧି ଥିଲା । ଏହା ପରେ ଫିଲ୍ମ ଓ ଟିଭିରେ ସେ କ୍ୟାରିଅର ବିସ୍ତାର କଲେ । ବରୁଣ ଧୱନ, ଅନିଲ କପୁର ଓ କିଆରା ଆଡ଼ଭାନିଙ୍କ ଅଭିନୀତ ‘ଜୁଗ୍‌ ଜୁଗ୍‌ ଜିଓ’ ଫିଲ୍ମ ଜରିଆରେ ପ୍ରଜକ୍ତା ବଲିଉଡ୍‌ରେ ଏଣ୍ଟ୍ରି କଲେ । ନେଟ୍‌ଫ୍ଲିକ୍ସର ଲୋକପ୍ରିୟ ୱେବ୍‌ ସିରିଜ୍‌ ‘ମିସ୍‌ମ୍ୟାଚ୍‌ଡ’ ତାଙ୍କ ବହୁମୁଖୀ ପ୍ରତିଭାର ପରିଚୟ ଦେଲା । ଆର୍‌ଜେରୁ ୟୁଟ୍ୟୁବର୍‌ ଓ ଜଣେ କଳାକାର ଭାବେ ପ୍ରଜକ୍ତାଙ୍କ ଯାତ୍ରା ଯୁବପିଢ଼ି ପାଇଁ ପ୍ରେରଣାର ସ୍ରୋତ ହୋଇଛି । ଚଳିତ ବର୍ଷର ଆକଳନ ଅନୁସାରେ, ପ୍ରଜକ୍ତାଙ୍କ ନେଟ୍‌ ସମ୍ପତ୍ତି ୧୦ ଲକ୍ଷ ଡଲାର । ନିଜର ମୋଷ୍ଟ୍‌ଲିସେନ୍‌ ୟୁଟ୍ୟୁବ୍‌ ଚ୍ୟାନେଲ, ପାର୍ଟନରସିପ୍‌ ଓ ଅଭିନୟ ପ୍ରୋଜେକ୍ଟ ତାଙ୍କ ଆୟର ମୁଖ୍ୟ ମାଧ୍ୟମ । ୩୧ ବର୍ଷ ବୟସରେ ସେ ମାସିକ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.