ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଗଙ୍ଗାରେ ସ୍ନାନ ବେଳର ଭିଡ଼ିଓ କରୁଥିଲେ ମାଆ, ବୁଡ଼ିଗଲା ୫ ବର୍ଷିୟା କୁନି ଝିଅ

Published By : Prameya | November 4, 2024 11:10 PM

ଗାଜିପୁର : ଗଙ୍ଗା ନଦୀରେ ବୁଡ଼ିଗଲା ୫ବର୍ଷ ବୟସର ଏକ କୋମଳମତି କୁନି ଝିଅ। ଆଈ ଘରକୁ ବୁଲି ଆସି ଥିବା ଏହି ଝିଅଟିର ନିଜ ମାଆ ସାମ୍ନାରେ ହିଁ ଚାଲିଗଲା ଜୀବନ। ଘଟଣାଟି ସୋମବାର ସକାଳେ ଉତ୍ତର ପ୍ରଦେଶର ଗାଜିପୁରର ସୈଦପୁର ନଗର ସ୍ଥିତ ପକ୍କା ଘାଟରେ ଘଟିଛି। ବୁଡି ଯାଉଥିବା ଝିଅଟିକୁ ନ ଦେଖି ମାଆ ମୋବାଇଲରେ ରିଲ୍‌ କରୁ ଥିଲେ। ଏଥିରେ କୁନି ଝିଅଟିର ବୁଡି ଯାଉ ଥିବାର ଭିଡ଼ିଓ ମଧ୍ୟ ରେକର୍ଡ ହୋଇଛି। ସ୍ଥାନୀୟ ଉଦ୍ଧାରକାରୀଙ୍କ ସାହାଯ୍ୟରେ ଦୁଇ ଘଣ୍ଟାର ଖୋଜା ଖୋଜି ପରେ କୁନି ଝିଅର ମୃତଦେହକୁ ଉଦ୍ଧାର କରାଯାଇ ଥିଲା। ଏହାପରେ ପୋଲିସ ପୋଷ୍ଟମର୍ଟମ କରି ମୃତଦେହକୁ ପରିବାର ଲୋକଙ୍କୁ ପ୍ରଦାନ କରିଛି। 

ବାରଣାସୀର ଚୌବେପୁର ଥାନା ଅଞ୍ଚଳର ଉମରହା ଗାଁ ନିବାସୀ ସନ୍ଦୀପ ପାଣ୍ଡେୟଙ୍କ ପତ୍ନୀ ଅଙ୍କିତା ପାଣ୍ଡେୟ, ନିଜ ୫ ବର୍ଷିୟା ଏକମାତ୍ର ଝିଅ ତାନ୍ୟା ସହ ଛଟ୍‌ ପୂଜା ପାଇଁ ବାପାଙ୍କ ଘରକୁ ଆସିଥିଲେ। ସୋମବାର ଛଟ୍ ପୂଜାକୁ ନେଇ ଗଙ୍ଗା ସ୍ନାନ କରିବାକୁ ଅଙ୍କିତା ନିଜ ୫ବର୍ଷିୟା ଝିଅ ସହ ମାଆ ଲକ୍ଷ୍ମୀନା , ଭଉଣୀ ଓ ଅନ୍ୟ ପରିଜନଙ୍କ ସହ ସୈଦପୁର ନଗର ସ୍ଥିତ ପକ୍କା ଘାଟକୁ ଆସିଥିଲେ। ସେଠାରେ ପରିବାରର ଅନ୍ୟ ପିଲାଙ୍କ ସହ ତାନ୍ୟା , ତାର ମାଉସୀ ଓ ଆଈ ଗଙ୍ଗା ନଦୀରେ ସ୍ନାନ କରୁ ଥିଲେ। ତାନ୍ୟାଙ୍କର ମାଆ ଅଙ୍କିତା ବାହାରେ ଠିଆ ହୋଇ , ସମସ୍ତଙ୍କର ସ୍ନାନ ଭିଡ଼ିଓ , ରିଲ୍‌ କରୁଥିଲେ। 

ସ୍ନାନ କରୁଥିବା ବେଳେ ହଠାତ୍‌ ତାନ୍ୟା ଗଭୀର ପାଣିକୁ ଚାଲିଗଲା ଏବଂ ବୁଡିବାକୁ ଲାଗିଲା। ଦେଖୁ ଦେଖୁ ତାନ୍ୟା ଗଙ୍ଗାରେ ମିଶି ଗଲା। ଯେଉଁ ସମୟରେ ତାନ୍ୟା ବୁଡ଼ି ଯାଉ ଥିଲା ,ସେହି ସମୟରେ ମାଆ ଅଙ୍କିତା ନିଜ ଭଉଣୀ ଓ ଅନ୍ୟ ଲୋକଙ୍କର ଭିଡ଼ିଓ କରୁଥିଲେ। ଏହି ଭିଡ଼ିଓରେ ଝିଅଟି ବୁଡ଼ିବାର ମଧ୍ୟ ଦେଖା ଯାଉଛି , କିନ୍ତୁ କାହାର ଧ୍ୟାନ ସେ ଆଡ଼କୁ ଯାଇ ନଥିଲା। ଯେବେ ପରିବାର ଲୋକଙ୍କୁ ବହୁ ସମୟ ଯାଏ ତାନ୍ୟାଖୁ ଦେଖିବାକୁ ପାଇଲେ ନାହିଁ। ତାକୁ ସେତେବେଳ ଖୋଜିବାକୁ ଲାଗିଲେ। ଦେଖୁ ଦେଖୁ ପରିଜନଙ୍କ ମଧ୍ୟରେ ହୋ ହାଲା ଚିତ୍କାର ଆରମ୍ଭ ହୋଇ ଗଲା। ଯେବେ ସମସ୍ତେ ଭିଡ଼ିଓକୁ ଦେଖିଲେ ତ ଏଥିରେ ତାନ୍ୟା ବୁଡ଼ି ଯାଉ ଥିବାର ନଜର ଆସିଲା। 

ଏହାପରେ ତୁରନ୍ତ ସ୍ଥାନୀୟ ଲୋକଙ୍କ ଦ୍ୱାରା ଘଟଣାର ସୂଚନା ପୋଲିସକୁ ଦିଆଗଲା। କିଛି ସମୟ ପରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଡାଇଭର ଓ ପୋଲିସର ସାହାଯ୍ୟରେ ତାନ୍ୟାଙ୍କର ମୃତଦେହକୁ ଘଟଣାର ଦୁଇ ଘଣ୍ଟା ପରେ ବାହାର କରାଗଲା। ଏହାପରେ ତାନ୍ୟାଙ୍କୁ ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଗଲା , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ ।

ଏହାପରେ ମାଆ ଅଙ୍କିତାଙ୍କ ସହ ପରିଜନମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.