ନୂଆଦିଲ୍ଲୀ,୦୫/୧୧: ଦୁନିଆର ସବୁଠାରୁ ମହଙ୍ଗା ଘରର ନାମ କଣ ? କେଉଁ ଦେଶରେ ରହିଛି ସବୁଠାରୁ ମହଙ୍ଗା ଘର ? ଘର କଥା ଯେତେବେଳେ ସାମ୍ନାକୁ ଆସେ ଏସବୁ ପ୍ରଶ୍ନ ସମସ୍ତଙ୍କ ମନକୁ ଆସେ । ଏମିତିରେ ବି ଯେତେବେଳେ ଦୁନିଆର ସବୁଠୁ ଦାମୀ ଘର କଥା ଆସେ, ପ୍ରଥମେ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବିଷୟରେ ଚର୍ଚ୍ଚା ହୋଇଥାଏ। ହେଲେ ଆପଣ ଜାଣନ୍ତି କି ଆଣ୍ଟିଲିଆ ଦୁନିଆର ସବୁଠାରୁ ମହଙ୍ଗା ଘର ତାଲିକାରେ ରହିଥିଲେ ମଧ୍ୟ ଏହା ଦୁନିଆର ସବୁଠାରୁ ମହଙ୍ଗା ଘର ନୁହେଁ। ତେବେ ଆସନ୍ତୁ ଜାଣିବା ବିଶ୍ବର ସବୁଠାରୁ ମହଙ୍ଗା ଘର ବିଷୟରେ ।
ବକିଙ୍ଗ୍ହମ୍ ପ୍ୟାଲେସକୁ ଦୁଳିଆର ସବୁଠାରୁ ଦାମୀ ଘର ଭାବେ ବିବେଚନା କରାଯାଏ । ଏହା ଶତାବ୍ଦୀ ଧରି ବ୍ରିଟିଶ ରାଜତନ୍ତ୍ରର ପ୍ରତୀକ ଭାବରେ ରହିଛି । ୧୨୦୩ରେ ଏହି ପ୍ରାସାଦଟି ନିର୍ମାଣ କରାଯାଇଥିଲା । ଏହା ଖୁବ୍ ବିଳାସପୂର୍ଣ୍ନ ଓ ଏହାର ଦାମ ପ୍ରାୟ ୪୯୦୦ ମିଲିୟନ ଡଲାର । ଏହି ପ୍ୟାଲେସ ବିଶ୍ୱର ଦ୍ୱିତୀୟ ମହଙ୍ଗା ଘର ହୋଇଥିବା ବେଳେ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆର ମୂଲ୍ୟଠାରୁ ଦୁଇଗୁଣ । ଏଥିରେ ୭୭୫ ରୁମ୍ ସହିତ, ୧୯ ଟି ଷ୍ଟେଟରୁମ୍ ଏବଂ ଏକ ଓ୍ବାଲ ରୁମ୍ ରହିଛି। ଏଠାରେ ଅନେକ ଇଭେଣ୍ଟ ମଧ୍ୟ ଆୟୋଜନ ହୋଇଛି । ବକିଙ୍ଗହମ୍ ପ୍ୟାଲେସ୍ ଉଭୟ ରାଜକୀୟ ବାସସ୍ଥାନ ଏବଂ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରଶାସନିକ କେନ୍ଦ୍ର ।ଏଥିରେ ୯୨ ଟି କାର୍ଯ୍ୟାଳୟ ଏବଂ ୭୮ ବାଥରୁମ ଅଛି | ରାଜପ୍ରାସାଦର ଉଲ୍ଲେଖନୀୟ ସ୍ଥାନଗୁଡ଼ିକରେ ହ୍ୱାଇଟ ଡ୍ରଇଂ ରୁମ୍ ଅନ୍ତର୍ଭୁକ୍ତ । ଯେଉଁଠାରେ ରାଣୀ ପାରମ୍ପାରିକ ଭାବରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଭେଟିଥାନ୍ତି ।
ବକିଙ୍ଗହମ୍ ପ୍ୟାଲେସ୍ ଭିତରକୁ ଯିବା ଏକ ସଂଗ୍ରହାଳୟରେ ପ୍ରବେଶ କରିବା ସହିତ ସମାନ । ରେମ୍ବ୍ରାଣ୍ଡ୍ ଏବଂ ରୁବେନ୍ସ ପରି ବ୍ୟକ୍ତିଙ୍କ ଅମୂଲ୍ୟ କଳାରେ ପରିପୂର୍ଣ୍ଣ । ରାଜପ୍ରାସାଦର ବିସ୍ତାରିତ ୩୯ ଏକର ବଗିଚା, ଯେଉଁଥିରେ ଟେନିସ୍ କୋର୍ଟ, ହ୍ରଦ ଏବଂ ହେଲିକପ୍ଟର ପ୍ୟାଡ୍ ଅନ୍ତର୍ଭୁକ୍ତ, ରାଣୀ ଉଦ୍ୟାନ ପରି ପାର୍ଟି ପାଇଁ ଡିଜାଇନ୍ କରାଯାଇଛି ।ସେହିପରି ସିଂହାସନ କୋଠରୀ ସୁନା ସାଜସଜ୍ଜା ପାଇଁ ଜଣାଶୁଣା । ସେଠାରେ ରାଜ୍ୟାଭିଷେକ ଠାରୁ ଆରମ୍ଭ କରି ରାଜକୀୟ ବିବାହ ପର୍ଯ୍ୟନ୍ତ ସବୁକିଛି ହୋଇଛି । ରାଜପ୍ରାସାଦର ଅନ୍ୟ ଏକ ପ୍ରତୀକାତ୍ମକ ବୈଶିଷ୍ଟ୍ୟ ହେଉଛି ଏହାର ଗ୍ରାଣ୍ଡ ସିଡ଼ି। ଯାହା କି ରାଜା ଜର୍ଜ ଚତୁର୍ଥଙ୍କ ସମୟରେ ବାସ୍ତୁକାର ଜନ୍ ନାଶଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିଲା । ବକିଙ୍ଗହମ୍ ପ୍ୟାଲେସ୍ ଏବଂ ଆଣ୍ଟିଲିଆ ଉଭୟ ବିଳାସପୂର୍ଣ୍ଣ ଘର।
ବକିଙ୍ଗହମ୍ ପ୍ୟାଲେସ୍ କେବଳ ରାଣୀଙ୍କ ଘପର ଭାବରେ ନୁହେଁ ବରଂ ଏକ ସରକାରୀ ଅନୁଷ୍ଠାନ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ। ବର୍ଷର ନିର୍ଦ୍ଦିଷ୍ଟ ସମୟରେ ମନୋନୀତ କୋଠରୀଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଥାଏ । ଅପରପକ୍ଷେ, ଭାରତର ମୁମ୍ବାଇରେ ଅବସ୍ଥିତ ୨୨ ମହଲା ବିଶିଷ୍ଟ ଆକାଶ ଛୁଆ ଆଣ୍ଟିଲିଆ ଦୁନିଆର ସବୁଠାରୁ ବିଳାସପୂର୍ଣ୍ଣ ଘର ମଧ୍ୟରେ ସ୍ଥାନ ପାଇଛି । ଏହାର ଦାମ ପ୍ରାୟ ୨୦୦୦ ମିଲିୟନ ଡଲାର । ଭାରତର ଅନ୍ୟତମ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଥିବା ଏହି ଆଧୁନିକ ଘରେ ଅନେକ ବିଳାସପୂର୍ଣ୍ଣ ସୁବିଧା ସୁଯୋଗ ରହିଛି । ଏଥିମଧ୍ୟରେ ତିନୋଟି ହେଲିପ୍ୟାଡ଼, ୧୬୮ କାର୍ ଗ୍ୟାରେଜ୍, ଏକାଧିକ ସୁଇମିଂ ପୁଲ୍, ଥିଏଟର ଆଦି ଅନେକ ସୁବିଧା ରହିଛି।