ନୂଆଦିଲ୍ଲୀ : ସ୍ୱାତୀ ମାଲିୱାଲ ଲଗାତାର ଦିଲ୍ଲୀ ସରକାର ଉପରେ ହମଲା କରି ଚାଲିଛନ୍ତି। ପୁଣି ଥରେ ସେ ଭିଡ଼ିଓ ସେୟାର କରି ଆମ୍ ଆଦମୀ ପାର୍ଟିର ବିଧାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଉତ୍ତମ ନଗରରୁ ବିଧାୟକ ଥିବା ନରେଶ ବାଲ୍ୟାନଙ୍କର ଏକ ଭିଡ଼ିଓ ସେୟାର କରିଛନ୍ତି । ଏଥିରେ ସେ ରାସ୍ତାର ମରାମତି କଥା କହୁ ଥିବାର ନଜର ଆସୁଛି। ସ୍ୱାତି ମାଲିୱାଲଙ୍କ ଦାବି ଯେ, ଏଥିରେ ନରେଶ ବାଲ୍ୟାନ ଏକ ମହିଳା ବିରୋଧି ଟିପ୍ପଣୀ ଦେଇଛନ୍ତି, ଯାହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବା ଉଚିତ୍।
ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବାଲ୍ୟାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସ୍ୱାତି ମାଲିୱାଲ ଭିଡ଼ିଓ ସେୟାର କରି ଲେଖିଛନ୍ତି , ଦିଲ୍ଲୀର ଉତ୍ତମ ନଗରରୁ ବିଧାୟକ ନରେଶ ବାଲ୍ୟାନ କହିଛନ୍ତି , ସେ ସଡ଼କ ଗୁଡ଼ିକୁ ହେମା ମାଳିନୀଙ୍କ ଗାଲ ଭଳି କରି ଦେବେ । ଏହି ମହିଳା ବିରୋଧି କଥାର ଯେତେ ନିନ୍ଦା କରିବ, ତାହା କମ୍ ପଡ଼ିଯିବ।
ସେ ଆହୁରି କହିଛନ୍ତି , ଏହି ବ୍ୟକ୍ତି ପୂରା ୧୦ ବର୍ଷ ଶୋଇ ରହିଛନ୍ତି , ଯେଉଁଥି ପାଇଁ ଉତ୍ତମ ନଗରର ସଡ଼କ ଗୁଡ଼ିକ ଖରାପ ହୋଇ ଯାଇଛି। ଆଜି ବି କାମ ନକରି, କେବଳ ନିଜର ଖରାପ ବିଚାରର ପ୍ରଦର୍ଶନ କରୁଛନ୍ତି। ମହିଳାଙ୍କ ବସ୍ତୁ ଭାବୁଥିବା ଏମିତି ଖରାପ ବିଚାରର ବ୍ୟକ୍ତିଙ୍କର ସମାଜରେ କୌଣସି ସ୍ଥାନ ନାହିଁ। ଅରବିନ୍ଦ କେଜ୍ରିୱାଲଜୀଙ୍କୁ ଅପିଲ ଯେ, ଏହି ମହିଳା ବିରୋଧୀ ବିଚାରର ବ୍ୟକ୍ତି ଉପରେ ତୁରନ୍ତ ଆକ୍ସନ ନିଅନ୍ତୁ।
କହି ରଖୁଛୁ କି , ସ୍ୱାତୀ ମାଲିୱାଲ ଯେଉଁ ଭିଡ଼ିଓ ସେୟାର କରିଛନ୍ତି , ସେ ଏକ ଭିଡ଼ିଓର ୭ ସେକେଣ୍ଡର କ୍ଲିପ୍ , ଯେଉଁଥିରେ ନରେଶ ବାଲ୍ୟାନଙ୍କୁ ଏହା କହୁଥିବାର ଶୁଣା ଯାଉଛି କି ସବୁକିଛି ଶୀଘ୍ର ହୋଇଯିବ , ଫାର୍ଷ୍ଟକ୍ଲାସ୍ ହୋଇଯିବ। ହେମା ମାଳିନୀଙ୍କ ଗାଲ ଭଳି ରୋଡ୍ ତିଆରି କରିଦେବୁ ଉତ୍ତମ ନଗରର।