ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

କନ୍ନଡ଼ ଫିଲ୍ମ ନିର୍ଦ୍ଦେଶକ ଗୁରୁ ପ୍ରସାଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତନାଘନା

Published By : Prameya | November 4, 2024 11:19 AM

ବେଙ୍ଗାଲୁରୁ,୦୪/୧୧: ଜଣାଶୁଣା କନ୍ନଡ଼ ଫିଲ୍ମ  ନିର୍ଦ୍ଦେଶକ ତଥା ଅଭିନେତା ଗୁରୁ ପ୍ରସାଦଙ୍କ ଝୁଲନ୍ତା ମୃତଦେହ  ରବିବାର ବେଙ୍ଗାଲୁରୁ ସ୍ଥିତ ତାଙ୍କ ଫ୍ଲାଟ୍‌ରୁ ମିଳିଛି । ୩/୪  ଦିନ ତଳେ ସେ ଆତ୍ମହତ୍ୟା  କରିଥିବା ପୁଲିସ ସନ୍ଦେହ  କରୁଛି । ତାଙ୍କୁ ୫୨ ବର୍ଷ ବୟସ  ହୋଇଥିଲା ।ବେଙ୍ଗାଲୁରୁର  ମଦନାୟକନହାଲ୍ଲିଠାରେ  ଥିବା ଏକ ଆପାର୍ଟମେଣ୍ଟରେ  ସେ ପ୍ରାୟ ୮ ମାସ ହେଲା  ଏକୁଟିଆ ରହୁଥିଲେ । ତାଙ୍କ ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରିବା ପରେ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟମାନେ ପୁଲିସକୁ  ସୂଚନା ଦେଇଥିଲେ । 

ରିପୋର୍ଟ ଅନୁସାରେ, ଗୁରୁ ପ୍ରସାଦ ଗମ୍ଭୀର ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । କେତେକ ଲୋକଙ୍କଠାରୁ ସେ ଟଙ୍କା ଧାର ମଧ୍ୟ ଆଣିଥିଲେ । ନିକଟରେ  ତାଙ୍କର ଏକ ଫିଲ୍ମ ‘ରଙ୍ଗନାୟକ’ ଫ୍ଲପ୍‌ ହେବା ପରେ ସେ  ମାନସିକ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ । ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପରେ ସେ ନିକଟରେ ଦ୍ୱିତୀୟ ବିବାହ  କରିଥିଲେ । ୨୦୦୬ରେ ତାଙ୍କ ଫିଲ୍ମ ‘ମାତା’ ଏବଂ ୨୦୦୯ରେ  ‘ଏଡେଲୁ ମଞ୍ଜୁନାଥ’ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା । ସେ  କେତେକ କନ୍ନଡ଼ ରିଅଲିଟି ଶୋ’ରେ ଜଜ୍‌ ମଧ୍ୟ ହୋଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.