ପ୍ରମୂଖ ଖବର
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତର ବଡ଼ ବୟାନ, ସରକାର ଫସେଇ ଦେଇଥିବା ଅଭିଯୋଗ

ନୂଆଦିଲ୍ଲୀ,୦୫/୧୧:କୋଲକାତା ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା । ଏହି ଘଟଣାକୁ ନେଇ ଅଭିଯୁକ୍ତ ସଞ୍ଜୟ ରାୟର ବଡ଼ ବୟାନ। ସିଆଲଦାହ କୋର୍ଟରେ ହଜାର କଲା ବେଳେ ଗଣମାଧ୍ୟମକୁ ଏହି ମାମଲାରେ ତାକୁ ଫସେଇ ଦିଆଯାଇଥିବା ନେଇ କହିଛି ସଞ୍ଜୟ। ଦୁଷ୍କର୍ମ ଓ ହତ୍ୟାରେ ସେ ସଂପୃକ୍ତ ନାହିଁ, ତାକୁ ସରକାର ଫସେଇ ଦେଇଥିବା କହିଛି ସଞ୍ଜୟ। କେବଳ ଏତିକି ନୁହେଁ ଏନେଇ ବାରମ୍ବାର ସେ କହିବାକୁ ଚାହିଁଥିଲେ ବି କହିବାକୁ ଦିଆଯାଇନି। ତାଙ୍କ ବିଭାଗ ବି ତାଙ୍କୁ ଟଙ୍କା ଦେଇ ଚୁପ୍ ରହିବାକୁ ଚାପ ପକାଇଛନ୍ତି ବୋଲି କହିଛି ସଞ୍ଜୟ। 

ତେବେ ସୂଚନା ମୁତାବକ, ଆରଜି କର ମେଡିକାଲ୍ କଲେଜ ଜୁନିୟର ଡାକ୍ତର ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ ହେଇଛି ସଞ୍ଜୟ ରାୟ। କୋଲକତା ପୋଲିସରେ ସିଭିକ୍ ଭଲିଣ୍ଟିଅର ଥିବା ସଞ୍ଜୟ ବ୍ୟତୀତ ଆଉ କାହାରିକୁ ଗିରଫ କରିନି କୋଲକାତା ପୋଲିସ କିମ୍ବା ମାମଲାରେ ଏବେ ତଦନ୍ତ କରୁଥିବା ସିବିଆଇ। ଆଉ ଏହାରି ଭିତରେ ସଞ୍ଜୟର ଏଭଳି ବୟାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ସେପଟେ ମାମଲାର ତଦନ୍ତ ରାଜ୍ୟ ବାହାରେ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ସେ କହିଛନ୍ତି ଯେ,  ରାଜ୍ୟରେ ତଦନ୍ତ ହେଲେ ମାମଲା ପ୍ରଭାବିତ ହେବାର ଆଶଙ୍କା ରହିଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.