ପ୍ରମୂଖ ଖବର
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

ଡିଭାଇଡରକୁ ଧକ୍କା ଦେଲା ଦ୍ରୁତଗାମୀ କାର, ୨ ମୃତ

ନୂଆଦିଲ୍ଲୀ,୦୫/୧୧: ହରିୟାଣାରେ ମର୍ମନ୍ତୁଦ  ସଡକ ଦୁର୍ଘଟଣା ।  ସୋହନା ଏକ୍ସପ୍ରେସୱେରେ  ଡିଭାଇଡରକୁ ଧକ୍କା ଦେଲା ଏକ ଦ୍ରୁତଗାମୀ କାର । ଫଳରେ କାରରେ ବସିଥିବା  ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ପୋଲିସ ର ସୂଚନା ମୁତାବକ, ଟାଟା ଆଲଟ୍ରୋଜ କାରର ଡ୍ରାଇଭର ଗାଡି ଉପରେ ନିୟନ୍ତ୍ରଣ ହରାଇ କାରଟି ପ୍ରଥମେ ଇଲେକ୍ଟ୍ରିକ୍‌ ପୋଲକୁ ଧକ୍କା ଦେଇଥିଲା । ପରେ ହୋଣ୍ଡା ସିଟି ରାସ୍ତାର ଅପର ପାର୍ଶ୍ୱରେ ପାର୍କିଂ ହୋଇଥିବା ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା। ଯେଉଁ କାରଣରୁ ଜଣେ ବାଇକ ଆରୋହୀ ମଧ୍ୟ ଏଥିରେ ଆହତ ହୋଇଥିଲେ। ତେବେ ମୃତକଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ସେମାନେ ଦିଲ୍ଲୀର ଘିଟରୋନି, ବାସିନ୍ଦା ଏବଂ ଗୁରୁଗ୍ରାମର ନାଥପୁର ନିବାସୀ ଅକ୍ଷତ ବୋଲି ଚିହ୍ନଟ ହୋଇଛନ୍ତି। ଏମାନେ ସେମାନଙ୍କର ଅନ୍ୟ ଜଣେ ବନ୍ଧୁ ଧ୍ରୁବଙ୍କ ସହ ବିଶ୍ଵବିଦ୍ୟାଳୟ ଯାଉଥିବା ବେଳେ ଦ୍ରୁତଗତିରେ ଗାଡି ଚଳାଉଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା।  ସେହିପରି ଅନ୍ୟ ଦୁଇ ଆହତଙ୍କ ମଧ୍ୟରେ ୩୪ ବର୍ଷୀୟ ମୋହିତ ଏବଂ ୩୮ ବର୍ଷିୟ ଇଶ୍ଵର  ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.