ପ୍ରମୂଖ ଖବର
  • ନନ୍ଦନକାନନ ଏକ୍ସପ୍ରେସକୁ ୨ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ, ଜିଆର୍‌ପି ପୋଲିସର ତନାଘନା
  • ||
  • ବଲାଙ୍ଗିରି: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମଲବାହି ଟ୍ରେନ, ଡୁଙ୍ଗୁରିପାଲି ରେଳ ଷ୍ଟେସନ ମଝିରେ ମାଲଗାଡି ପଛ ଓ୍ବାଗନ ଛିଣ୍ଡି ଇଞ୍ଜିନ ଆଗକୁ ଗଡି ପଳାଲା
  • ||
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

କାନାଡା ହିନ୍ଦୁ ସଭା ମନ୍ଦିରରେ ଖଲିସ୍ତାନୀଙ୍କ ଆକ୍ରମଣ ଘଟଣା; ୩ ଗିରଫ

ନୂଆଦିଲ୍ଲୀ,୦୫/୧୧:କାନାଡାର ବ୍ରମ୍ପଟନ୍‌ରେ ଥିବା ହିନ୍ଦୁ ସଭା ମନ୍ଦିରରେ ଭକ୍ତଙ୍କ ଉପରେ ଖଲିସ୍ତାନୀଙ୍କ ଆକ୍ରମଣ ଘଟଣା। ଏନେଇ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ହିନ୍ଦୁ ମନ୍ଦିର ବାହାରେ ଖାଲିସ୍ତାନୀଙ୍କ ବିରୋଧରେ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ଜଣେ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ପିଲ୍ ଆଞ୍ଚଳିକ ପୁଲିସ ଏହି ସୂଚନା ପ୍ରଦାନ କରିଛି। 


ତେବେ ଏହି ଗିରଫ ତିନିଜଣଙ୍କୁ ବ୍ରମ୍ପଟନ୍‌ର ଓଣ୍ଟୋରିଓ କୋର୍ଟରେ ହାଜର କରାଯିବ। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ୨୩ ବର୍ଷୀୟ ବିକାଶ ଏବଂ ୩୧ ବର୍ଷୀୟ ଅମୃତପାଲ ସିଂହ। ସେହିପରି ନିଲମ୍ବିତ ପୁଲିସକର୍ମୀ ହେଉଛନ୍ତି ହରିନ୍ଦର ସୋହି। ଏହି ମାମଲାରେ ଜଣେ ଚତୁର୍ଥ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା କିନ୍ତୁ ପରେ ତାଙ୍କୁ ଛାଡ଼ି ଦିଆଯାଇଛି। ଇଣ୍ଟରନେଟରେ ଭାଇରାଲ୍ ହୋଇଥିବା ଭିଡିଓକୁ ଯାଞ୍ଚ କରାଯାଇଛି। ଯେଉଁଥିରେ ଜଣେ ଅନ୍-ଡ୍ୟୁଟି ପୁଲିସକର୍ମୀ ମନ୍ଦିର ବାହାରେ ଖଲିସ୍ତାନୀ ସମର୍ଥକଙ୍କ ସହ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଏହା କମ୍ୟୁନିଟି ସେଫ୍ଟି ଆଣ୍ଡ୍ ପୋଲିସିଂ ଆକ୍ଟର ଉଲ୍ଲଙ୍ଘନ ହୋଇଛି। ତେଣୁ ପୁଲିସକର୍ମୀ ହରିନ୍ଦର ସୋହିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ପିଲ୍ ପୁଲିସ ସୂଚନା ଦେଇଛି।

କାନାଡାର ବ୍ରାମ୍ପଟନ୍‌ ସହରରେ ହିନ୍ଦୁ ମନ୍ଦିର ଉପରେ ଗତକାଲି ଆକ୍ରମଣ ହୋଇଥିଲା। ଖଲିସ୍ତାନୀ ସମର୍ଥକମାନେ ଠେଙ୍ଗା ବାଡ଼ି ଧରି ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଥିବା ଭକ୍ତମାନଙ୍କୁ ପ୍ରବଳ ମାଡ଼ ମଧ୍ୟ ମାରିଥିଲେ। ହମ୍‌ଲା ସମୟରେ ଆକ୍ରମଣକାରୀମାନେ ଖଲିସ୍ତାନୀ ପତକା ଦେଖାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ଉପରେ ଆକ୍ସନ ନେବା ବଦଳରେ ଓଲଟା ଶ୍ରଦ୍ଧାଳୁଙ୍କୁ ମାରପିଟ୍ କରିଥିଲା। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। 


ଅନ୍ୟପଟେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ୍ସ’ରେ ଲେଖିଛନ୍ତି, କାନାଡାରେ ହିନ୍ଦୁ ମନ୍ଦିର ଉପରେ  ହେଉଥିବା ବାରମ୍ବାର ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି । ଆମ ଦୂତାବାସ ଅଧିକାରୀଙ୍କୁ ଧମକାଇବା  ପାଇଁ ଏଭଳି କାପୁରୁଷ ଉଦ୍ୟମ ହେଉଛି । ଏଭଳି  ହିଂସା ଆଚରଣ ଭାରତର ମନୋବଳକୁ ଆଦୌ ଦୁର୍ବଳ କରିପାରିବ ନାହିଁ । କାନାଡା ସରକାର ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ ସହ ଆଇନ ଶୃଙ୍ଖଳା  ବଜାୟ ରଖିବେ ବୋଲି ଆଶା ।  ସେହିପରି ଭାରତର ବିଦେଶ  ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଚରମପନ୍ଥୀ ଓ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା  ହିନ୍ଦୁ ସଭା ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ଆମେ ନିନ୍ଦା କରୁଛୁ । ଆମେ କାନାଡା ସରକାରଙ୍କୁ ସମସ୍ତ ହିନ୍ଦୁ ପୂଜାସ୍ଥଳୀର ସୁରକ୍ଷା ପାଇଁ ଅପିଲ  କରୁଛୁ । ଆଶା କରୁଛୁ ଯେଉଁମାନେ ଏହି ଘଟଣାରେ  ସମ୍ପୃକ୍ତ, ସେମାନଙ୍କୁ ଦଣ୍ଡ ଦିଆଯିବ । ଓଟାୱାରେ  ଅବସ୍ଥାପିତ ଭାରତୀୟ ଉଚ୍ଚାୟୋଗ ବୟାନ ଜାରି କରି କହିଛି ଯେ ଟରଣ୍ଟୋ ନିକଟସ୍ଥ ବ୍ରାମ୍ପଟନ୍‌ରେ ହିନ୍ଦୁ ସଭା ମନ୍ଦିରରେ ଭାରତବିରୋଧୀ ତତ୍ତ୍ୱ  ହିଂସାକାଣ୍ଡ କରିଛନ୍ତି । ଭାରତୀୟ ନାଗରିକଙ୍କ  ସୁରକ୍ଷାକୁ ନେଇ ଆମେ ଗଭୀର ଭାବେ ଚିନ୍ତିତ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.