ପ୍ରମୂଖ ଖବର
  • ନନ୍ଦନକାନନ ଏକ୍ସପ୍ରେସକୁ ୨ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ, ଜିଆର୍‌ପି ପୋଲିସର ତନାଘନା
  • ||
  • ବଲାଙ୍ଗିରି: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମଲବାହି ଟ୍ରେନ, ଡୁଙ୍ଗୁରିପାଲି ରେଳ ଷ୍ଟେସନ ମଝିରେ ମାଲଗାଡି ପଛ ଓ୍ବାଗନ ଛିଣ୍ଡି ଇଞ୍ଜିନ ଆଗକୁ ଗଡି ପଳାଲା
  • ||
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

ଭୁଲ ତଥ୍ୟ ଦେଉଛି ଓ୍ବିକିପିଡିଆ, ଭାରତ ସରକାର ପଠାଇଲେ ନୋଟିସ୍

ନୂଆଦିଲ୍ଲୀ,୫।୧୧ : ଦିଲ୍ଲୀ ହାଇକୋର୍ଟଙ୍କ ପରେ ଏବେ ଓ୍ବିକିପିଡିଆକୁ କେନ୍ଦ୍ର ସରକାରଙ୍କ ଚେତାବନୀ। ଓ୍ବେବ୍‌ ପେଜରେ ଭୁଲ୍ ଓ ପକ୍ଷପାତ ସୂଚନାକୁ ନେଇ ଦେଇଛନ୍ତି ନୋଟିସ୍। କେନ୍ଦ୍ର ସରକାର  ନୋଟିସ୍ ପଠାଇବା ସହ ପ୍ରଶ୍ନ ପଚାରିଛନ୍ତି, ଓ୍ବିକିପିଡିଆ ମଧ୍ୟସ୍ଥି ପରିବର୍ତ୍ତେ ପ୍ରକାଶକ ଭାବରେ କାହିଁକି ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ? ତେବେ ସରକାର କିମ୍ବା ଉଇକିପିଡ଼ିଆ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ପ୍ରକାରର ସରକାରୀ ବିବୃତ୍ତି ଦେଇନାହାଁନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ନୋଟିସ୍‌ରେ କୁହାଯାଇଛି ଯେ, ସମ୍ପାଦକଙ୍କର ଏକ ଛୋଟ ଗୋଷ୍ଠୀ ବିଷୟବସ୍ତୁ ଉପରେ ପୂରା ନିୟନ୍ତ୍ରଣ ରଖୁଥିବା ଜଣାପଡୁଛି। ଯେଉଁଥିପାଇଁ ଏହା ନିରପେକ୍ଷ ନୁହେଁ। ଉଇକିପିଡ଼ିଆରେ ପ୍ରକାଶିତ ସୂଚନା ସମ୍ବନ୍ଧରେ ବେଳେବେଳେ ଏଥିରେ ତ୍ରୁଟି ଦେଖାଯାଏ, ଯାହା ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ। ଏହାକୁ ନେଇ ମଧ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି।

ଉଲ୍ଲେଖନୀୟ ଯେ, ଓ୍ବିକିପିଡିଆ ନିଜକୁ ଏକ ଅନଲାଇନ୍ ଏନସାଇକ୍ଳୋପେଡିଆ ଭାବରେ ପଚାରିତ କରିଥାଏ। ଏଠାରେ କାହାକୁ ମଧ୍ୟ ପେଜ୍ ଏଡିଟ୍ କରିବା କିମ୍ବା କ୍ରିଏଟ୍ କରିବାର ସୁଯୋଗ ରହିଛି। ବ୍ୟକ୍ତି କୌଣସି ବିଷୟରେ ନିଜର ବିଚାର ଲେଖିପାରନ୍ତି। ଏହାଛଡା ଉପଲବ୍ଓ ସୂଚନାକୁ ମଧ୍ୟ ଏଡିଟ୍ କରିହେବ।

ସେଭଳି ଭୁଲ ସୂଚନାକୁ ନେଇ ନିକଟରେ ଓ୍ବିକିପିଡିଆ ବିରୋଧରେ ଏସିଆନ୍‌ ନ୍ୟୁଜ୍‌ ଇଣ୍ଟରନ୍ୟାଶନାଲ (ଏଏନ୍‌ଆଇ) ଅଭିଯୋଗ ଆଣିଥିଲା। ଏଏନ୍‌ଆଇ ବିରୋଧରେ କେତେଜଣ ସବ୍‌ସ୍କ୍ରାଇବର ଅପମାନଜନକ ଏଡିଟ୍‌ କରିଥିଲେ। ଏହି ସମ୍ପାଦନା କରିଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ଓ୍ବିକିପିଡିଆ ପାଳନ କରି ନ ଥିବାରୁ ନ୍ୟୁଜ୍‌ ଏଜେନ୍ସି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏଏନ୍‌ଆଇ ସମ୍ପୃକ୍ତ ଆପତ୍ତିଜନକ କଣ୍ଟେଣ୍ଟ ହଟାଇବା ପାଇଁ ନିର୍ଦ୍ଦେଶ ସହ ଆର୍ଥିକ କ୍ଷତିପୂରଣ ଦାବି କରିଥିଲା। ଦିଲ୍ଲୀ ହାଇକୋର୍ଟର ବିଚାରପତି ନବୀନ ଚାଓ୍ବଲା ମାମଲାର ଶୁଣାଣି କରି ଓ୍ବିକିପିଡିଆକୁ ଭର୍ତ୍ସନା କରି କରିଥିଲେ। କହିଥିଲେ ତୁମକୁ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରି ଦେଶରେ ତୁମ ବ୍ୟବସାୟିକ କାରବାର ବନ୍ଦ କରିଦେବୁ। ଓ୍ବିକିପିଡିଆକୁ ବନ୍ଦ କରିବା ପାଇଁ ପାଇଁ ଭାରତ ସରକାରଙ୍କୁ ମଧ ଅପିଲ କରୁଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.