ମୁମ୍ବାଇ,୦୫/୧୧: ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ଅଭିନୀତ ଫିଲ୍ମ 'I Want To Talk' । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ଫିଲ୍ମର ଟ୍ରେଲର ଆଜି ଅର୍ଥାତ ନଭେମ୍ବର ୫ରେ ରିଲିଜ ହୋଇଛି। ତେବେ ପାରିବାରିକ କଳହକୁ ନେଇ ଭିଷେକ ବଚ୍ଚନ ଆଜିକାଲି ଶିରୋନାମାରେ ରହିଥିବା ବେଳେ ଏହାରି ମଧ୍ୟରେ ତାଙ୍କ ଫିଲ୍ମ 'I Want To Talk' ର ଟ୍ରେଲର ରିଲିଜ ହୋଇଛି । ଫିଲ୍ମଟି ଏକ ଭାବନାତ୍ମକ କାହାଣୀ ହୋଇଥିବାବେଳେ ଅଭିଷେକ ବଚ୍ଚନଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଫ୍ୟାନ୍ସ ଫିଲ୍ମ ଦେଖିବାକୁ ଉତ୍ସାହିତ ରହିଛନ୍ତି ।
ତେବେ ୨.୨୮ ସେକେଣ୍ଡର 'I Want To Talk' ଟ୍ରେଲରରେ ଏକ ଅସୁସ୍ଥ ପିତା ଅର୍ଜୁନ ନାମକ ଏକ ଚରିତ୍ରରେ ଅଭିନୟ କରୁଛନ୍ତି ଅଭିଷେକ । ଫିଲ୍ମରେ ଅଭିଷେକ ସ୍ପାଇନାଲ୍ ରୋଗରେ ପୀଡିତ ଏବଂ ତାଙ୍କ ପାଖରେ ବହୁତ କମ୍ ସମୟ ଅଛି । ଏହି ସମୟରେ, ସେ ଅସୁସ୍ଥତା ମଧ୍ୟରେ ନିଜ ଝିଅର ଯତ୍ନ ନିଅନ୍ତି। ଏହାର ଅର୍ଥ ଅଭିଷେକ ଏକାକୀ ପିତା ଭୂମିକାରେ ଅଭିନୟ କରିଛନ୍ତି । ତେବେ ଫିଲ୍ମରେ ଟ୍ବିଷ୍ଟ କଣ ରହିଛି ତାହା ଫିଲ୍ମ ଦେଖିବା ପରେ ଜଣାପଡିବ ।'I Want To Talk' ର ସ୍କ୍ରିନ୍ ପ୍ଲେ ଏବଂ ସଂଳାପକୁ ରିତେଶ ଶାହା ଲେଖିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ରୋନି ଲାହିରି ଏବଂ ଶେଲ କୁମାର। ଏହି ଫିଲ୍ମର ନିର୍ଦ୍ଦେଶନା ସୁଜିତ ସରକାର ଦେଇଛନ୍ତି । ଯିଏ ତାଙ୍କ ଚଳଚ୍ଚିତ୍ର ପାଇଁ ୧୩ଟି ଜାତୀୟ ପୁରସ୍କାର ଜିତିଛନ୍ତି । ଏହି ଚଳଚ୍ଚିତ୍ରରେ ମୋତି ଦେ,ଜୟନ୍ତ କ୍ରିପାଲାନି,ଖ୍ରୀଷ୍ଟିନ୍ ଗୋଡାର୍ଡ ଏବଂ ଜନି ଲିଭର ପ୍ରମୁଖ ଭୂମିକାରେ ନଜର ଆସିବେ ।
ତେବେ 'I Want To Talk' ୨୨ ନଭେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ଅଭିଷେକ ବଚ୍ଚନଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବାକୁ ଗଲେ , 'I Want To Talk' ବ୍ୟତୀତ ଅଭିଷେକ ମେଗାଷ୍ଟାର ଶାହରୁଖ ଖାନ ଏବଂ ତାଙ୍କ ଝିଅ ସୁହାନା ଖାନଙ୍କ ସହ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କିଙ୍ଗ'ରେ ନଜର ଆସିବାର ଯୋଜନା ରହିଛି । ସୁଜୟ ଘୋଷଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ମିତ,ଏଥିରେ ଅଭିଷେକଙ୍କର ଏକ ଭିନ୍ନ ପାର୍ଶ୍ୱ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି, କାରଣ ସେ ନକାରାତ୍ମକ ଭୂମିକାରେ ଏହି ଫିଲ୍ମରେ ନଜର ଆସିବେ ବୋଲି କୁହାଯାଉଛି ।