ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଆମାଜନ ପାର୍ସଲ ଖୋଲୁ ଖୋଲୁ ମହିଳାଙ୍କର ଆସି ଗଲା ବାନ୍ତି , ଭିତରେ ଥିବା ଜିନିଷ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ

Published By : Prameya | November 5, 2024 8:22 PM

ନୂଆଦିଲ୍ଲୀ : ଆଜିକାଲି ଅନଲାଇନ ସପିଂର ଦୁନିଆ। ଲୋକେ ଦୋକାନ ବା ମାର୍କେଟ ଯିବା ପରିବର୍ତ୍ତେ ଘରେ ବସି ଅନଲାଇନ କିଣାକିଣିରେ ଅଧିକ ଇଚ୍ଛା କରନ୍ତି। ଲୋକଙ୍କ କହିବାନୁସାରେ, ରିଭ୍ୟୁ , ଅଫର ଓ କମ୍‌ ମୂଲ୍ୟ କାରଣରୁ ଅନଲାଇନ୍‌ ସପିଂ ଏକ ବଢିଆ ବିକଳ୍ପ। ହେଲେ ୟୁକେରେ ଜଣେ ମହିଳାଙ୍କ ପାଇଁ ଆମାଜନରୁ ଅନଲାଇନ୍‌ ସପିଂ କରିବା ଖରାପ ସ୍ୱପ୍ନ ସାବ୍ୟସ୍ତ ହୋଇଛି। ସେ ନିଜ ପାଇଁ ସାଇକେଲ ହେଲମେଟ ଅର୍ଡର କରିଥିଲେ, କିନ୍ତୁ ପାର୍ସଲ ଖୋଲିବା କ୍ଷଣି ଭିତରର ପଚା ଦୁର୍ଗନ୍ଧରେ ମହିଳାଙ୍କ ବାନ୍ତି ହୋଇଗଲା ଏବଂ ଭିତରର ଦୃଶ୍ୟ ଦେଖି ତାଙ୍କର ହୋସ୍ ଉଡ଼ିଗଲା। 

ମିରର ନ୍ୟୁଜ୍‌ରେ ପ୍ରକାଶିତ ଖବର ଅନୁସାରେ , ମହିଳାଙ୍କର ନାଁ ରେଚଲ ମ୍ୟାକଏଡମ୍‌ । ସେ ଅର୍ଡର ଦେଇଥିବା ନିଜର ନୂଆ ହେଲମେଟ ପାଇଁ ଖୁବ୍‌ ଅପେକ୍ଷାରେ ଥିଲେ। ଯେବେ ପାର୍ସଲ ଆସିଲା , ସେ ଏହାକୁ ଖୋଲିଲେ। ହେଲେ ଏହା ପରେ ଯାହା ହେଲା , ସେ କିଛି ବୁଝି ପାରିଲେନି। ଭିତରୁ ଆସୁଥିବା ପଚା ଗନ୍ଧରେ ମହିଳାଙ୍କ ବାନ୍ତି ଆସିଗଲା, କିନ୍ତୁ ଏହି ଆଶ୍ଚର୍ଯ୍ୟକର ଘଟଣା ଏତିକିରେ ସରି ନଥିଲା। 

ସେହି ପାର୍ସଲ ଭିତରେ ହେଲ୍‌ମେଟ ହିଁ ନଥିଲା। ବକ୍ସର ଚାରିକଡ଼େ ବ୍ରେଡର ଖଣ୍ଡ ବିଛେଇ ହୋଇ ଥିଲା। ଏହା ସହ ମୂଷାର ଲେଣ୍ଡି ବି ଥିଲା। ମହିଳା ବକ୍ସ ଭିତର ଖୋଜିବାରୁ ପାର୍ଶ୍ୱରେ ଏକ କଣା ନଜର ଆସିଲା। ଏହାକୁ ଖୋଲିବା ପରେ ଭିତରେ ମଚା ଓ ମୃତ ମୂଷା ପଡ଼ି ଥିଲା। ମହିଳାଙ୍କ କହିବାନୁସାରେ, ମୋର ବିଶ୍ୱାସ ହେଲା ନାହିଁ। ମତେ ଲାଗିଲା କି, ମୁଁ ବେହୋସ ହୋଇ ଯିବି। ଏସବୁ ଦେଖିବା ପରେ ମୁଁ କୌଣସି ବି ଜିନିଷକୁ ଛୁଇଁଲି ନାହିଁ। ପଛକୁ ହଟି ଗଲି। 

ମୃତ ମୂଷାକୁ ଦେଖି ଓ ପାର୍ସର ଦୁର୍ଗନ୍ଧ ସ୍ଥିତିକୁ ଦେଖି ମ୍ୟାକଏଡମ୍‌ ଏତେ ଅସୁସ୍ଥ ଅନୁଭବ କଲେ ଯେ , ସେହି ରାତିରେ ଆଉ କିଛି ଖାଇ ପାରିଲେ ନାହିଁ। ସେ ତୁରନ୍ତ ଘଟଣା ବିଷୟରେ ଜଣାଇବାକୁ ଆମାଜନର ଗ୍ରାହକ ସେବାକୁ କଣ୍ଟାକ୍ଟ କଲେ। ଆମାଜନ ଘଟଣା ପାଇଁ କ୍ଷମା ମାଗିଲା ଏବଂ ଏହି ଡେଲିଭରୀ କାରଣରୁ ହୋଇଥିବା ସମସ୍ୟାକୁ ସ୍ୱୀକାର କରି ପୂରା ଟଙ୍କା ଫେରସ୍ତର ପ୍ରତିଶ୍ରୁତି ଦେଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.