ନୂଆଦିଲ୍ଲୀ : ବିଶ୍ୱରେ ନୂଆବର୍ଷ ୨୦୨୫ର ଆରମ୍ଭ ହୋଇ ଯାଇଛି। ନ୍ୟୁଜିଲାଣ୍ଡର ରାଜଧାନୀ ଓକଲାଣ୍ଡର ଲୋକେ ସର୍ବ ପ୍ରଥମେ ନୂଆ ବର୍ଷର ଉତ୍ସବ ପାଳିବା ଆରମ୍ଭ କରି ଦେଇଛନ୍ତି। ଏଠାରେ ୩୧ ଡିସେମ୍ୱର ରାତି ୧୨ଟାରେ ହିଁ ଲୋକେ ରାସ୍ତା ଉପରକୁ ଆସି ନୂଆବର୍ଷକୁ ଜୋରଦାର ସ୍ୱାଗତ କରିଛନ୍ତି। ଏହି ସମୟରେ ଲୋକେ ଖୁବ୍ ବାଣ ଫୁଟାଇଛନ୍ତି। ଏଠାରେ ଭାରତର ୭ ଘଣ୍ଟା ପୂର୍ବରୁ ନୂଆ ବର୍ଷ ପାଳନ କରାଯାଏ।
ସାରା ବିଶ୍ୱରେ ଅନେକ ଲୋକ ଏବେ ନୂଆ ବର୍ଷକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି , କିନ୍ତୁ ନ୍ୟୁଜିଲାଣ୍ଡର ଲୋକେ ନୂଆବର୍ଷ ପାଳିବା ଆରମ୍ଭ କରି ଦେଇଛନ୍ତି। ଏଠାରେ ୩୧ଡିସେମ୍ୱର ରାତିରେ ୧୨ଟା ସମୟରୁ ଲୋକେ ୨୦୨୫ର ଜୋରଦାର ସ୍ୱାଗତ କରିଛନ୍ତି। ପ୍ରଶାନ୍ତ ମହାସାଗର ନିକଟରେ ଥିବା କିଛି ଦ୍ୱୀପ କିରିବାତି ,ଟୋଙ୍ଗୋ ଓ ସମୋଆ ପରେ ନୂଆ ବର୍ଷ ୨୦୨୫ର ସ୍ୱାଗତ ନ୍ୟୁଜିଲାଣ୍ଡରେ ହୋଇଛି। ଏଠାରେ ଦେଶ ନୂଆବର୍ଷର ସ୍ୱାଗତ କରୁଥିବା ଦେଶର ଅଗ୍ରିମ ପଂକ୍ତିରେ ରହିଛି।
ଅନ୍ୟ ସବୁ ଦେଶ ଗୁଡ଼ିକ କଥା ଯଦି କହିବା ତ ନ୍ୟୁଜିଲାଣ୍ଡ ପରେ ଅଷ୍ଟ୍ରେଲିଆ , ଜାପାନ , ଉତ୍ତର ଓ ଦକ୍ଷିଣ କୋରିଆରେ ନୂଆବର୍ଷର ଉତ୍ସବ ପାଳନ କରାଯିବ। ଏହି ସମୟରେ ଭାରତରେ ୩୧ ଡିସେମ୍ୱର ରାତି ସାଢେ ୮ଟା ସମୟର ରହିଥିବ। ଭାରତ ଠାରୁ ପ୍ରଥମ ନୂଆବର୍ଷ ପାଳୁଥିବା ଅନ୍ୟ ଦେଶ ଗୁଡ଼ିକ ମଧ୍ୟରେ ଇଣ୍ଡୋନେସିଆ ,ଥାଇଲାଣ୍ଡ ,ମିଆଁମାର, ବାଂଲାଦେଶ ଓ ନେପାଳର ନମ୍ୱର ରହିଛି। ଏହାପରେ ଭାରତ ଓ ଶ୍ରୀଲଙ୍କାରେ ଏକା ସାଥିରେ ନ୍ୟୁ ଇୟର ସେଲିବ୍ରେସନ ହୋଇଥାଏ । ଭାରତ ପରେ ପାକିସ୍ତାନ ଓ ଆଫଗାନିସ୍କାନର ନମ୍ୱର ଆସିଥାଏ ।