ନୂଆଦିଲ୍ଲୀ ୩୧/୧୨: ଆମେରିକାର କୋଲୋରାଡୋ ସ୍ଥିତ ଡେନଭର ବାସିନ୍ଦା ସ୍କଟ୍ ରିକ୍ଟର ‘ଜ୍ୟାକ୍ପୋଟ୍ କିଙ୍ଗ୍’ ଭାବେ ପରିଚିତ । ୫୩ ବର୍ଷୀୟ ସ୍କଟ୍ ଗତ ଡିସେମ୍ବରରେ ଲାସ ଭେଗାସରେ ୨୫୦ ଡଲାର ସର୍ତ୍ତରେ ପ୍ରାୟ ୯ କୋଟି ଟଙ୍କାର ଲଟେରି ଜିତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲେ । କିନ୍ତୁ ଏହି ଲଟେରି ତାଙ୍କ ଜୀବନକୁ ସହଜ କରିବା ବଦଳରେ ଆହୁରି ଜଟିଳ କରିଦେଇଛି । ସେ ଡେଟିଂ ପାଇଁ ଯେଉଁ ମହିଳାଙ୍କୁ ଭେଟୁଛନ୍ତି, ତନ୍ମଧ୍ୟରୁ ଅଧିକାଂଶ ଚାହୁଁଛନ୍ତି ସ୍କଟ୍ ସେମାନଙ୍କର ‘ସୁଗାର୍ ଡ୍ୟାଡି’ ହୁଅନ୍ତୁ । ଅର୍ଥାତ୍ ତାଙ୍କର ଅର୍ଥ ସେମାନଙ୍କ ପାଇଁ ଖର୍ଚ୍ଚ କରନ୍ତୁ ।
ସ୍କଟ୍ କସିନୋରେ ମେସିନ୍ ଉପରେ ଜୁଆ ଖେଳନ୍ତି । କିନ୍ତୁ ଜୁଆ ଖେଳରେ ସେ ଏତେ ଅଧିକ ଅଂଶଗ୍ରହଣ କରନ୍ତି ଯେ ଏବେ ନିଜର ଭିଡିଓ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଜୁଆଖେଳରେ ଜିତିବା ଓ ହାରିବାକୁ ୟୁଟ୍ୟୁବ୍ରେ ଶେୟାର କରୁଛନ୍ତି । ଗେମିଂ ଇନ୍ଫ୍ଲୁଏନ୍ସର ଭାବେ ସ୍କଟ୍ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ । କିନ୍ତୁ ଡେଟିଂ ତାଙ୍କ ପାଇଁ ଜଟିଳ ହେଉଛି । ମହିଳା କେବଳ ଟଙ୍କା ପାଇଁ ତାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି । ଜୀବନରେ ସେ ଭେଟିଥିବା ସମସ୍ତ ପ୍ରକାର ମହିଳାଙ୍କ ସହ ଡେଟ୍ କରିଛନ୍ତି । କିନ୍ତୁ କେହି ତାଙ୍କ ସହ ଗର୍ଲଫ୍ରେଣ୍ଡ୍ କିମ୍ବା ସାଥୀ ଭାବେ ସମ୍ପର୍କ ଆଗକୁ ବଢ଼ାଇବାକୁ ଚାହୁଁନାହାନ୍ତି ।