ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ ଦୁନିଆର ଅନ୍ତ ! ୨୦୨୫ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

Published By : Prameya | December 29, 2024 11:19 PM

ନୂଆଦିଲ୍ଲୀ : ବର୍ଷ ୨୦୨୪ ସରିବାକୁ ଯାଉଛି ଏବଂ ଆସନ୍ତା ବର୍ଷର ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ମଧ୍ୟରେ ଆଗାମୀ ବର୍ଷ ଗୁଡ଼ିକୁ ନେଇ ଅନେକ ପ୍ରକାରର ଭବିଷ୍ୟବାଣୀ ସବୁ ସାମ୍ନାକୁ ଆସୁଛି। ଏହି କ୍ରମରେ ବାବା ଭେଙ୍ଗାଙ୍କର ଭବିଷ୍ୟବାଣୀ ମଧ୍ୟ ଚର୍ଚ୍ଚାକୁ ଆସିଛି, ଯାହାକି ସମସ୍ତଙ୍କୁ ଖୁବ୍‌ ଭୟଭୀତ କରିଛି।

ବାବା ଭେଙ୍ଗା ଦେଖି ପାରନ୍ତି ନାହିଁ ଏବଂ ତାଙ୍କର ଅନେକ ଭବିଷ୍ୟବାଣୀ ଅତୀତରେ ସଠିକ୍‌ ହୋଇଛି। ସେ ଦାବି କରିଛନ୍ତି କି, ବର୍ଷ ୨୦୨୫ରେ ଦୁନିଆର ଅନ୍ତ ଆରମ୍ଭ ହୋଇଯିବ। ଏହି ବିନାଶର ଆରମ୍ଭ ଆସନ୍ତା ବର୍ଷ ୟୁରୋପରେ ଏକ ସଂଘର୍ଷର ସହ ହେବ, ଯାହା ମହାଦ୍ୱୀପର ଜନସଂଖ୍ୟାକୁ ଧ୍ୱଂସ କରିଦେବ। 

ବାବା ଭେଙ୍ଗାଙ୍କର ୨୦୨୫କୁ ନେଇ କରାଯାଉ ଥିବା ଭବିଷ୍ୟବାଣୀ ମହାନ ଆଷ୍ଟ୍ରୋଲଜରଙ୍କ ଭବିଷ୍ୟବାଣୀ ସହ ମଧ୍ୟ ସମାନ ହେଉଛି। ସେ ମଧ୍ୟ ଆସନ୍ତା ବର୍ଷ ୟୁରୋପରେ ଭବିଷ୍ୟବାଣୀ କରିଥିଲେ। ବାବା ଭେଙ୍ଗାଙ୍କୁ ବାଲକନର ଆଷ୍ଟ୍ରୋଲଜର ମଧ୍ୟ କୁହାଯାଏ ଏବଂ ତାଙ୍କର ଜନ୍ମ ୧୯୧୧ରେ ହୋଇଥିଲା। ଭବିଷ୍ୟ ଦେଖିବାର କ୍ଷମତା କାରଣରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଲୋକଙ୍କ ଧ୍ୟାନ ବାବା ଭେଙ୍ଗାଙ୍କ ଆଡ଼କୁ ଯାଇଛି ଏବଂ ବୁଲଗେରିଆନ ଜାର୍ ବୋରିସ -୩ ଓ ସୋଭିଏତ ନେତା ଲିୟୋନିଦ ବ୍ରେଜନେଭଙ୍କ ଭଳି ବ୍ୟକ୍ତିମାନେ ତାଙ୍କ ସହ ବ୍ୟକ୍ତିଗତ ଭାବେ ପରାମର୍ଶ କରିଥିଲେ। 

୨୦୨୫ ମସିହା ପାଇଁ ବାବା ଭେଙ୍ଗା ଭବିଷ୍ୟବାଣୀ କରିଛନ୍ତି ଯେ, ୟୁରୋପରେ ବିନାଶକାରୀ ଯୁଦ୍ଧ ହେବ ଏବଂ ଦୁନିଆ ଧ୍ୱଂସ ହେବାର ଆରମ୍ଭ ହୋଇଯିବ। ମାନବତାର ବିନାଶର ନିଆଁ ସୃଷ୍ଟି ଘଟଣାରେ ୟୁରୋପରେ ଏକ ସଂଘର୍ଷ ହେବ, ଯାହା ମହାଦ୍ୱୀପର ଜନସଂଖ୍ୟାକୁ ନାଶ କରିଦେବ। ବାବା ଭେଙ୍ଗା ଏହା ମଧ୍ୟ ଭବିଷ୍ୟବାଣୀ କରିଥିଲେ କି, ଭ୍ଲାଦିମିର ପୁଟିନଙ୍କୁ ରୁଷ୍‌ର ନେତା ଭାବେ ପୁଣି ଚୟନ କରାଯିବ, ଯେଉଁଥିରେ ଦେଶର ପ୍ରଭୁତ୍ୱ ମଜବୁତ ହେବ ଏବଂ ଭୂ-ରାଜନୀତିକ ପରିଦୃଶ୍ୟକୁ ଆକାର ଦେବା ଜାରି ରହିବ। 

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୫ରେ ବିନାଶକାରୀ ପ୍ରାକୃତିକ ଘଟଣାମାନ ଘଟିବାର ଆଶା ରହିଛି, ଯେଉଁଥିରେ ନିଷ୍କ୍ରିୟ ଜ୍ୱାଳାମୁଖି ଗୁଡ଼ିକର ବିସ୍ଫୋରକ ମଧ୍ୟ ସାମିଲ ଅଛି। ପ୍ରବଳ ବନ୍ୟା ମଧ୍ୟ ପ୍ରଳୟ ରଚିବ। ଏହା ବ୍ୟତୀତ ବିଶେଷ ଭାବେ ଆମେରିକାର ପଶ୍ଚିମ ତଟରେ ଭୂକମ୍ପର ଉଲ୍ଲେଖ କରାଯାଇଛି । ଏହିସବୁ ଘଟଣାର ପରିଣାମ ସ୍ୱରୂପ ଧନଜୀବନ ନଷ୍ଟ ହେବ ଏବଂ ବଡ଼ ସ୍ତରରେ ବିସ୍ଥାପନ ମଧ୍ୟ ଆରମ୍ଭ ହୋଇଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.