ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

୬ଟି ଦୁର୍ଘଟଣାରେ ୨୩୪ ଲୋକଙ୍କ ମୃତ୍ୟୁ : ବିମାନ ଯାତ୍ରୀଙ୍କ ପାଇଁ ‘କଳା ମାସ’ ଡିସେମ୍ୱର

Published By : Prameya | December 29, 2024 8:21 PM

ନୂଆଦିଲ୍ଲୀ : ୨୦୨୪ର ଡିସେମ୍ୱର ବିମାନ ଯାତ୍ରୀଙ୍କ ପାଇଁ 'କଳା ମାସ' ସାବ୍ୟସ୍ତ ହୋଇଛି। ଏହି ମାସରେ ସାରା ବିଶ୍ୱରେ ମୋଟ ୬ଟି ବିମାନର ଦୁର୍ଘଟଣା ହୋଇଛି, ଯେଉଁଥିରେ ୨୩୪ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟା ବାସ୍ତିବକ ଭୟଙ୍କର ଏବଂ ବିମାନ ଯାତ୍ରା ବେଳେ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଠିଆ କରିଛି। 

ଦକ୍ଷିଣ କୋରିଆରେ ଏକ ବିମାନ ବନ୍ଦରରେ ରବିବାର ଦିନ ଅବତରଣ ସମୟରେ ଯାତ୍ରୀ ବିମାନରେ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ ୧୭୬ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରେ ୮୩ଜଣ ମହିଳା ଓ ୮୨ ଜଣ ପୁରୁଷ ସାମିଲ ଅଛନ୍ତି। ହେଲେ ଆଉ ୧୧ଜଣ ଲୋକଙ୍କ ତତ୍କାଳ ପରିଚୟ ମିଳି ପାରି ନାହିଁ। ବିମାନରେ ମୋଟ ୧୮୧ ଯାତ୍ରୀ ବସି ଥିଲେ। ଅଧିକାରୀମାନେ କହିଛନ୍ତି କି, ଏହା ଦେଶରେ ବର୍ତ୍ତମାନ ସୁଦ୍ଧା ହୋଇ ଥିବା ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା ମଧ୍ୟରୁ ଗୋଟିଏ। ପରିବହନ ମନ୍ତ୍ରାଳୟ କହିଛି କି, ବିମାନ ୧୫ବର୍ଷ ପୁରୁଣା ବୋଇଂ ୭୩୭-୮୦୦ ଜେଟ୍‌ ଥିଲା, ଯାହାକି ବ୍ୟାଙ୍କକ୍‌ରୁ ଫେରୁଥିଲା। ଦୁର୍ଘଟଣା ସ୍ଥାନୀୟ ସମୟାନୁସାରେ ସକାଳ ୯ଟା ୩ ମିନିଟ୍‌ରେ ହୋଇଥିଲା।

କଜଖସ୍ତାନରେ ଅକତାଉ ସହରର ନିକଟସ୍ଥ ଅଜରବୈଜାନ ଏୟାରଲାଇନ୍ସର ଏକ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୩୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଅଧିକାରୀମାନେ କହିଛନ୍ତି କି, ବିମାନ ଅଜରବୈଜାନର ରାଜଧାନୀ ବାକୁ ରୁ ରୁଷ୍‌ର ସହର ଗ୍ରୋଞ୍ଜି ପାଇଁ ଉଡ଼ାଣ ଭରି ଥିଲା। ଅଜରବୈଜାନ ଏୟାରଲାଇନ୍ସ ଅନୁସାରେ ,ବିମାନରେ ବସିଥିବା ୪୨ଜଣ ଯାତ୍ରୀ ଅଜରବୈଜାନର ନାଗରିକ ଥିଲେ। ଏହା ବ୍ୟତୀତ ଏଥିରେ ୧୬ଜଣ ରୁଷୀୟ ନାଗରିକ , କଜାଖସ୍ତାନର ୬ ଓ କିର୍ଗିସ୍ତାନର ୩ ଜଣ ନାଗରିକ ଥିଲେ। 

ବ୍ରାଜିଲର ଦକ୍ଷିଣୀ ସହର ଗ୍ରାମାଡୋର ସହରୀ କେନ୍ଦ୍ରରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରେ ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ୧୭ରୁ ଅଧିକ ଲୋକ ଆହତ ହୋଇ ଥିଲେ। ଏହି ଦୁର୍ଘଟଣା ସକାଳ ସମୟରେ ବିମାନର ଉଡ଼ାଣ ଭରିବାର କିଛି ମିନିଟ୍‌ ପରେ ହୋଇଛି। ବିମାନଟି ଏକ ବିଲ୍ଡିଂର ଚିମନୀରେ ଧକ୍କା ହୋଇ ଥିଲା,ଏହାପରେ ଏକ ଘର ସହ ଏବଂ ଶେଷରେ ଏକ ଫର୍ନିଚର ଦୋକାନରେ ଯାଇ ଧକ୍କା ହେଲା। ଅଧିକାଂଶ ଲୋକେ ଦୁର୍ଘଟଣା ବେଳେ ଲାଗି ଥିବା ନିଆଁରୁ ବାହାରୁ ଥିବା ଧୂଆଁ ଯୋଗୁଁ ଅସୁସ୍ଥ ହୋଇଗଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ରିୟୋ ଗ୍ରାଣ୍ଡେ ଡୋ ସୁଲର ଗଭର୍ଣ୍ଣର ଏଡୁଆଣ୍ଡ୍ରୋ ଲେଇଟ କହିଛନ୍ତି କି, ବିମାନରେ ଥିବା ସବୁ ୧୦ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ସବୁ ମୃତକ ଗୋଟିଏ ପରିବାରର ହିଁ ଥିଲେ।  

ପାପୁଆ ନ୍ୟୁ ଗିନିରେ ନର୍ଥ କୋଷ୍ଟ ଆଭିଏସନ ପକ୍ଷରୁ ଚାଳିତ ବିଏନ-୨ବି-୨୬ ଆଇଲ୍ୟାଣ୍ଡର ୨୨ ଡିସେମ୍ୱରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ସବୁ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ବିମାନ ବାସୁ ଏୟାରପୋର୍ଟରୁ ଲାଏ-ନଦଜବ ବିମାନ ବନ୍ଦର ପାଇଁ ଚାର୍ଟର ଉଡ଼ାଣ ଭରି ଥିଲା। ଆର୍ଜେଣ୍ଟିନାରେ ସେନା ଫର୍ଣ୍ଣାଣ୍ଡୋ ଏୟାରପୋର୍ଟ ନିକଟରେ ବାମ୍ୱାର୍ଡିୟର ବିଡି-୧୦୦ ୧ଏ ୧୦ ଚ୍ୟାଲେଞ୍ଜର ୩୦୦ ଦୁର୍ଘଟଣାଗ୍ରସ୍ତ ହୋଇ ଥିଲା। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କର ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ୧୭ ଡିସେମ୍ୱରରେ ୨୦୮ବି ଗ୍ରାଣ୍ଡ କରବାନ ବିମାନର ହୋନୋଲୁଲୁରେ ଇନୌୟେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା,ଯେଉଁଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ଉଡାଣ ଭରିବାର ତୁରନ୍ତ ପରେ ବିମାନଟି ନିୟନ୍ତ୍ରଣ ହରାଇ ଦେଇଥିଲା। ସେ ଏକ ବିଲ୍ଡିଂରେ ଯାଇ ଧକ୍କା ହୋଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.