ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

Operation Sindoor: କାହିଁକି ନାମ ରଖାଗଲା ଅପରେସନ ସିନ୍ଦୂର ? ଜାଣନ୍ତୁ ପହଲଗାମ ନରସଂହାର ସହ କନେକ୍ସନ

Published By : Ankita S | May 7, 2025 2:08 PM

ନୂଆଦିଲ୍ଲୀ,୦୭/୦୫: ପହଲଗାମ ପ୍ରତିଶୋଧ । ଲୁହ ଲହୁର ହିସାବ ନେଇଛି ସେନା । ସିନ୍ଦୂରର ହିସାବ ନେଇଛି 'ଅପେରସନ ସିନ୍ଦୂର' । ପାକିସ୍ତାନ ଉପରେ ଭାରତ କରିଛି ଆକ୍ରମଣ । ପହଲଗାମ୍ ଗଣହତ୍ୟାର ବଦଲା ନେଇ ପାକିସ୍ତାନର ୯ଟି ସ୍ଥାନରେ ପ୍ରଚଣ୍ଡ ମିସାଇଲ ମାଡ଼ । ଥରି ଉଠିଛି ପାକ୍‌ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନର କେତେକ ଅଞ୍ଚଳ । ୨୫ ମିନିଟରେ ୯ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ହାମର ବୋମା ଓ ସ୍କ୍ରାଲ୍ପ ମିସାଇଲ ପକାଇ ଆତଙ୍କୀ ଆଡ୍ଡାକୁ ଛାରଖାର କରିଛି ଭାରତ । ଜାଣିଛନ୍ତି କି ପାକ୍‌ରେ ହୋଇଥିବା ଏହି ଏୟାର ଷ୍ଟ୍ରାଇକ୍‌ର ନାମ କାହିଁକି 'ଅପେରସନ ସିନ୍ଦୂର' ରଖାଯାଇଥିଲା ?  ପହଲଗାମ ଆତଙ୍କୀ ଆକ୍ରମଣ ସହ ଏହାର କନେକ୍ସନ ରହିଛି ।

ନିଘୋଡ ନିଦରେ ଶୋଇଥିଲା ପାକିସ୍ତାନ । ଅମା ଅନ୍ଧକାରକୁ ଚିରି ଭାରତୀୟ ବାୟୁସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ କରିଥିବା ମିସାଇଲ ମାଡକୁ 'ଅପରେସନ ସିନ୍ଦୂର' ନାମ ଦିଆଯାଇଛି । ୨୨ ଏପ୍ରିଲରେ ଭାରତର ଭୂସ୍ୱର୍ଗ ଜମ୍ମୁ କଶ୍ମୀର ପହଲଗାମ ବୈସରନ ଘାଟିରେ ହୋଇଥିବା ଆତଙ୍କୀ ଆକ୍ରମଣର ପ୍ରତିଶୋଧ । ଯେଉଁଥିରେ ୨୬ ନୀରିହଙ୍କର ମୃତ୍ୟୁ ହୋଇଥିଲା । କେବେଳ ପୁରୁଷଙ୍କୁ ଟାର୍ଗେଟ କରାଯାଇଥିଲା । ଧର୍ମ ପଚାରି ସ୍ତ୍ରୀ ଆଗରେ ସ୍ୱାମୀଙ୍କୁ ଗୁଳି କରିଥିଲେ ଆତଙ୍କୀ । ୨୫ ମହିଳାଙ୍କ ସିନ୍ଦୂର ପୋଛିଥିଲେ ଆତଙ୍କୀ । ୧୫ ଦିନରେ 'ଅପରେସନ ସିନ୍ଦୂର' ଜରିଆରେ ଜବାବ ଦେଇଛି ଭାରତ ।

କାହିଁକି ଅପରେସନ ସିନ୍ଦୂର ? ଏବେ ପ୍ରଶ୍ନ ଅପରେସନ ନାମ କାହିଁକି ଅପରେସନ ସିନ୍ଦୂର ରଖାଗଲା । ଯଦିଓ ଏ ନେଇ ସରକାରୀ ସୂତ୍ରରୁ କୌଣସି ସୂଚନା ମିଳିନାହିଁ । କିନ୍ତୁ ଭାରତୀୟ ସୈନ୍ୟ ପରମ୍ପରାରେ ଅପରେସନର ନାମ ସାସ୍କୃତିକ ଓ ପ୍ରତିକାତ୍ମକ ମହତ୍ତ୍ୱ ରଖିଥାଏ । ହିନ୍ଦୁ ପରମ୍ପରା ଅନୁସାରେ ବିବାହିତ ମହିଳାଙ୍କ ସମ୍ପତ୍ତି ସିନ୍ଦୁର । ସିନ୍ଦୁରରୁ ସେମାନେ ବିବାହିତ ବୋଲି ଜଣାପଡିଥାଏ । ଆତଙ୍କୀ ଗୁଳିରେ ମୃତ ସେହି ସ୍ୱାମୀମାନଙ୍କୁ ସମ୍ମାନ ଦେବାକୁ 'ଅପରେସନ ସିନ୍ଦୂର' ନାମ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଅପରେସନ କେବଳ ଆତଙ୍କୀଙ୍କୁ ଜବାବ ନୁହେଁ ସେହି ପରିବାରଙ୍କ ପ୍ରତି ଭାରତର ସମ୍ବେଦନା ଓ ସଂକଳ୍ପକୁ ଦର୍ଶାଉଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.