ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ବଙ୍ଗ ବେପାରୀଙ୍କ ଜିଦ୍‌ ଆଗରେ ହାର ମାନିଲେ ମମତା ସରକାର, ଗୁରୁବାର ଆସିବ ପଶ୍ଚିମବଙ୍ଗ ଆଳୁ

ଭୁବନେଶ୍ୱର/କୋଲକାତା, ୦୪/୧୨ : ରାଜ୍ୟରେ ଆଳୁ ସଙ୍କଟ ଲାଗିରହିଛି । ସପ୍ତାହେ ହେବ ଦର ଉପରମୁହାଁ ରହିଥିବା ଆଳୁ ଯନ୍ତ୍ରଣାରେ ଗ୍ରାହକ ତ୍ରାହି ତ୍ରାହି ଡାକୁଛନ୍ତି । ମଙ୍ଗଳବାର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲାଭଳି ଖବର ଆସିଛି । ମମତା ସରକାର ଓ ବଙ୍ଗ ଆଳୁ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ମଧ୍ୟରେ ଓଡିଶାକୁ ଆଳୁ ଆସିବା ପାଇଁ ରାସ୍ତା ଉନ୍ମକ୍ତ ହୋଇଛି । ବଙ୍ଗ ବେପାରୀଙ୍କ ଜିଦ୍‌ ଆଗରେ ହାର ମାନିଛନ୍ତି ମମତା ସରକାର । ସରକାରଙ୍କ ବିରୋଧରେ ଡକାଯାଇଥିବା ବ୍ୟବସାୟୀଙ୍କ ଧର୍ମଘଟ ପ୍ରତ୍ୟାହାର କରାଯାଇଥିବା ବେଳେ ଗୁରୁବାରଠାରୁ ଓଡିଶା ସମେତ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଣ ସ୍ୱାଭାବିକ ହେବ ବୋଲି ଜଣାପଡିଛି । 

ଅପରପକ୍ଷେ, ଭୁବନେଶ୍ୱରରେ ଆଳୁ କିଲୋ ୪୦ରୁ ୪୫ ମଧ୍ୟରେ ରହିଛି । ଏବେବି ଆଳୁ ପର୍ଯ୍ୟାପ୍ତ ଆସିପାରୁନି । ଆଜି ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରୁ ମୋଟ ୧୦୦ ଆଳୁ ଟ୍ରକ ଓଡିଶାକୁ ଆସିଛି । ସେଥିମଧ୍ୟରୁ ଭୁବନେଶ୍ୱର ଆଇଗିଣିଆ ସ୍ଥିତ କୁବେରପୁରୀ ଆଳୁ ମଣ୍ଡିକୁ ୧୭ ଟ୍ରକ ଅଣାଯାଇଛି ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ମିଳିଛି । ଗତ ବୁଧବାରଠାରୁ ଓଡିଶାକୁ ପଶ୍ଚିମବଙ୍ଗ ଆଳୁ ଯୋଗାଣ ବନ୍ଦ ରହିଛି । ସେଥିପାଇଁ ଓଡ଼ିଶାରେ ଆଳୁ ଦର କମିବାର ନାଁ ନେଉନାହିଁ । ଉତ୍ତର ପ୍ରଦେଶରୁ ଆଳୁ ଟ୍ରକ ଆସୁଥିଲେ ମଧ୍ୟ ଏହା ଯଥେଷ୍ଟ ହେଉନାହିଁ । ତେଣୁ କଳାବଜାରୀ ରୋକିବାକୁ ଯୋଗାଣ ବିଭାଗକୁ ନାକେଦମ୍‌ ହେବାକୁ ପଡିଛି । ଗତ ଦୁଇଦିନ ହେବ ଏନଫୋର୍ସମେଣ୍ଟ ଟିମ୍‌ ଭୁବନେଶ୍ୱର ଓ କଟକରେ ଚଢ଼ଉ କରୁଛି । ଆଜି ଭୁବନେଶ୍ୱର କୁବେରପୁରୀ ମଣ୍ଡିରେ ଯୋଗାଣ ବିଭାଗ ଅଚାନକ ଚଢ଼ଉ ହୋଇଥିଲା । ଏହି ସମୟରେ ୫ ହୋଲସେଲରଙ୍କୁ ନୋଟିସ୍‌ ଜାରି କରାଯାଇଛି । ଆନୁସଙ୍ଗିକ କାଗଜପତ୍ର ଦେଖାଇ ପାରି ନଥିବାରୁ ନୋଟିସ କରିଛି ଯୋଗାଣ ବିଭାଗ । 

ଉତ୍ତରପ୍ରଦେଶ ଆଳୁ ବ୍ୟବସାୟୀଙ୍କ ଉପରେ ଭାରିପଡୁଛି ବୋଲି କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି । ସେ କହିଛନ୍ତି, ଉତ୍ତରପ୍ରଦେଶରୁ ଯେଉଁ ଆଳୁ ଟ୍ରକ ଆସୁଛି ସେଥିରେ ପରିବହନ ଖର୍ଚ୍ଚ ହେଉଛି ୪ ଟଙ୍କା । ୟୁପି ଆଳୁର ପାଇକାରୀ ଦର ୩୬ । ତେଣୁ ସେ ହିସାବରେ ଦର ୪୦ ଉପରେ ରହୁଛି । ଏଥିରେ ଆମେ ମଧ୍ୟ ଚିନ୍ତିତ ଅଛୁ । ଆଜି ଗୋଟିଏ ଦିନରେ ୪୦୦ ଟନ୍‌ ଆସିଥିବା ବେଳେ ସେଥିରୁ ୩୫୦ ଟନ୍‌ ଆଳୁ ବିଭିନ୍ନ ବଜାର ଓ ହାଟକୁ ପଳାଇଛି । ଆଉ ୫୦ ଟନ୍‌ ଆଳୁ ମହଜୁଦ ରହିଛି । ପୁଣି ରାତି କିମ୍ବା କାଲି ସକାଳକୁ ଗାଡି ଆସିବ । 

ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି । ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁ ଦେବା ପାଇଁ ସେଠାକାର ବ୍ୟବସାୟୀଙ୍କୁ କହିଛନ୍ତି । ତେଣୁ ଦିନେ ଦୁଇ ଦିନ ମଧ୍ୟରେ ଦର ଆହୁରି ଖସିଆସିବ । ସେହିପରି ସୋମବାର ରାତିରୁ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆନ୍ଦୋଳନ ଯୋଗୁ ବଙ୍ଗ ବଜାରରେ ଆଳୁ ଦାମ୍‌ ୨ରୁ ୩ଟଙ୍କା ବଢ଼ିଥିଲା । ରାଜ୍ୟର ପ୍ରାୟ ୪୫ଟି ଶୀତଳ ଭଣ୍ଡାରରେ ତାଲା ପଡିଥିଲା । ପ୍ରାୟ ୨୫ ହଜାର ଆଳୁ ବ୍ୟବସାୟୀ ସରକାରଙ୍କ ବିରୋଧରେ ଗର୍ଜିଥିଲେ । ପଶ୍ଚିମବଙ୍ଗ ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ରାଜ୍ୟ ସମ୍ପାଦକ ଲାଲୁ ମୁର୍ଖାଜୀଙ୍କ ନେତୃତ୍ୱରେ ଆଜି ବର୍ଦ୍ଧମାନଠାରେ ଏକ ବୈଠକ ହୋଇଥିଲା । ସେଥିରେ ଆଳୁ ବ୍ୟବସାୟୀ ଓ ଶୀତଳ ଭଣ୍ଡାର କର୍ମଚାରୀମାନେ ଉପସ୍ଥିତ ରହି ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ନିନ୍ଦା କରିଥିଲେ । ଶେଷରେ ସରକାର ବ୍ୟବସାୟୀଙ୍କ କଥା ମାନିଛନ୍ତି । ଆଳୁ ଯୋଗାଣ ସ୍ୱାଭାବିକ ହେବା ନେଇ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.