ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ନୌସେନା ଦିବସ ପାଇଁ ପୁରୀରେ ବ୍ୟାପକ କଟକଣା, ଦର୍ଶକଙ୍କ ପାଇଁ ବେଳାଭୂମିରେ ୪୦ ଗେଟ୍‌

ପୁରୀ, ୦୪/୧୨ : ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଅନୁଷ୍ଠିତ ନୌସେନା ଦିବସ ପାଇଁ ପୁରୀରେ ବ୍ୟାପକ କଟକଣା କରାଯାଇଛି । ସିଟି ରୋଡ ୟୁଥ୍‌ ହଷ୍ଟେଲ୍‌ ଛକଠାରୁ ସୁଭାଷ ବୋଷ୍‌ ଛକ ଏବଂ ଭିଆଇପି ରୋଡର ପୁରୁଣା ସଦର ଥାନା ଛକରୁ ସୁଭାଷ ବୋଷ୍‌ ଛକ ଦେଇ ଆଚାର୍ଯ୍ୟ ହରିହର ଛକ ଯାଏଁ ସାଧାରଣ ଲୋକ ପ୍ରବେଶ କରିପାରିବେ ନାହିଁ । ତେଣୁ ସିଟି ରୋଡରେ ପେଣ୍ଠକଟାସ୍ଥିତ ପିଙ୍କ୍‌ ହାଉସ୍‌ ଗଳିରୁ ୟୁଥ୍‌ ହଷ୍ଟେଲ୍‌ ଯାଏଁ ଏବଂ ଦିଗବାରେଣୀ ଛକଠାରୁ ଷ୍ଟର୍ଲିଂ ଛକ ନିକଟ ବିପଦ ତାରିଣୀ ମନ୍ଦିର ଯାଏଁ ସାଧାରଣ ଦର୍ଶକ ବେଳାଭୂମିକୁ ଯାଇ ଦେଖିପାରିବେ । ଏହି ୨ଟି ଅଞ୍ଚଳରେ ମୋଟ ୪୦ଟି ଗେଟ୍‌ କରାଯାଇଥିବା ବେଳେ ସେହି ବାଟ ଦେଇ ବେଳାଭୂମିରେ ପ୍ରବେଶ ଓ ପ୍ରସ୍ଥାନ କରିବାର ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି ବୋଲି ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । 

ସିଟି ରୋଡ୍‌ରେ ୧୦ଟି ଗେଟ୍‌ : ସିଟି ରୋଡ୍‌ରେ ଦର୍ଶକଙ୍କ ପାଇଁ ହୋଇଛି ୧୦ଟି ଗେଟ୍‌ । ପେଣ୍ଠକଟାସ୍ଥିତ ପିଙ୍କ୍‌ ହାଉସ୍‌ ଗଳିରୁ ୟୁଥ୍‌ ହଷ୍ଟେଲ୍‌ ମଧ୍ୟରେ ଥିବା ଏହି ୧୦ଟି ଗେଟ୍‌ ଦେଇ ଦର୍ଶକ ବେଳାଭୂମିକୁ ପ୍ରବେଶ କରିବେ । କାର୍ଯ୍ୟକ୍ରମ ଶେଷ ହେବା ପରେ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୧ ନମ୍ବର ଗଳି ପିଙ୍କ୍‌ ହାଉସ୍‌ରୁ ୩ ନମ୍ବର ଗଳି ଜେଡ୍‌ ହୋଟେଲ୍‌ ମଧ୍ୟରେ ଦର୍ଶକ ପ୍ରଥମେ ବାହାରିବେ । ସେହିପରି କ୍ରମାନ୍ୱୟରେ ୪ ନମ୍ବର ଗଳି ହୋଟେଲ୍‌ ଜାନାଡାଠାରୁ ୬ ନମ୍ବର ଗଳି ହୋଟେଲ୍‌ ବିଶାଲ ଏବଂ ତା’ ପରେ ନମ୍ବର ଗଳି ହୋଟେଲ୍‌ ମହାବୀର ସେରାଟନ୍‌ଠାରୁ ୧୦ ନମ୍ବର ଗଳି ୟୁଥ୍‌ ହଷ୍ଟେଲ୍‌ ମଧ୍ୟରେ ଦର୍ଶକ ବାହାରକୁ ପ୍ରସ୍ଥାନ କରିବେ । 

ଦିଗବାରେଣୀରୁ ଷ୍ଟର୍ଲିଂ ମଧ୍ୟରେ ୩୦ଟି ଗେଟ୍‌: ଦିଗବାରେଣୀ ଛକଠାରୁ ଷ୍ଟର୍ଲିଂ ଛକ ମଧ୍ୟରେ ୩୦ଟି ଗେଟ୍‌ କରାଯାଇଛି । ଏହାକୁ ମଧ୍ୟ ୩ ଭାଗରେ ବିଭକ୍ତ କରାଯାଇଛି । ଅର୍ଥାତ୍‌ ଦିଗବାରେଣୀ ଛକ ଠାରୁ ସ୍ୱର୍ଗଦ୍ୱାର ମଧ୍ୟରେ ୧୦ଟି ଓ ସ୍ୱର୍ଗଦ୍ୱାର ଠାରୁ ଲାଇଟ୍‌ ହାଉସ୍‌ ମଧ୍ୟରେ ୧୦ଟି ଏବଂ ଲାଇଟ୍‌ ହାଉସ୍‌ ଠାରୁ ଷ୍ଟର୍ଲିଂ ଛକ ମଧ୍ୟରେ ୧୦ଟି ଗେଟ୍‌ ରହିଛି । ସେହିପରି କାର୍ଯ୍ୟକ୍ରମ ସରିବା ପରେ ସ୍ୱର୍ଗଦ୍ୱାରସ୍ଥିତ ମହାସୁଆର ପ୍ୟାଲେସ୍‌ ସାମ୍ନା ୨୦ ନମ୍ବର ଗେଟ୍‌ଠାରୁ ହୋଟେଲ୍‌ ସି ଗଲ୍‌ ସାମ୍ନା ୧୪ ନମ୍ବର ଗେଟ୍‌ ମଧ୍ୟରେ ଥିବା ଦର୍ଶକ ପ୍ରଥମେ ପ୍ରସ୍ଥାନ କରିବେ । ଏହାପରେ କ୍ରମାଗତ ଭାବେ ହୋଟେଲ୍‌ ଓସେନ୍‌ ଭ୍ୟୁ ସାମ୍ନା ୧୬ ନମ୍ବର ଗେଟ୍‌ଠାରୁ ହେଳଟେଲ ଗେଲ୍‌ଡେନ୍‌ ଟ୍ରି ସାମ୍ନା ୧୪ ନମ୍ବର ଗେଟ୍‌ ମଧ୍ୟରେ ଥିବା ଦର୍ଶକ ଦ୍ୱତୀୟ ପର୍ଯ୍ୟାୟରେ ବାହାରିବେ । ଭିକ୍ଟୋରିଆ ହୋଟେଲ୍‌ ସାମ୍ନା ୧୩ ନମ୍ବର ଗେଟ୍‌ରୁ ଦିଗବାରେଣୀ ଛକ ସ୍ଥିତ ୧୧ ନମ୍ବର ଗେଟ୍‌ ମଧ୍ୟରେ ଥିବା ଦର୍ଶକ ବେଳାଭୂମିରୁ ଶେଷରେ ବାହାରିବେ । ଲାଇଟ୍‌ ହାଉସ୍‌ ନିକଓ ହୋଟେଲ୍‌ ପ୍ରଭୁପାଦ ସାମ୍ନା ୩୦ ନମ୍ବର ଗେଟ୍‌ରୁ ବିର୍ଲା ଭବନ ସାମ୍ନା ୨୭ ନମ୍ବର ଗେଟ୍‌ ଭିତରେ ଥିବା ଦର୍ଶକ ପ୍ରଥମେ ବାହାରିବେ । ଏହାପରେ ନୀଲ୍‌ ଦୀପ୍‌ ହୋଟେଲ୍‌ସ୍ଥିତ ୨୬ ନମ୍ବର ଗେଟ୍‌ରୁ ନ୍ୟୁ ମାରିନା ସ୍ଥିତ ୨୪ ନମ୍ବର ଗେଟ୍‌ ମଧ୍ୟରେ ଥିବା ଦର୍ଶକ ବାହାରିବେ । ଶେଷରେ ଡଲ୍‌ଫିନ୍‌ ଟୁର୍‌ ଆଣ୍ଡ୍‌ ଟ୍ରାଭେଲ୍ସ ସ୍ଥିତ ୨୩ ନମ୍ବର ଗେଟ୍‌ରୁ ସ୍ୱର୍ଗଦ୍ୱାର ନିକଟ ନିୟୁ ହରିଜୋନ୍‌ ହୋଟେଲ୍‌ ସାମ୍ନା ୨୧ ନମ୍ବର ଗେଟ୍‌ ମଧ୍ୟରେ ଥିବା ଦର୍ଶକ ବାହାରିବେ । 

ଅନ୍ୟପକ୍ଷରେ ଷ୍ଟର୍ଲିଂ ନିକଟ ବିପଦ ତାରିଣୀ ମନ୍ଦିର ସ୍ଥିତ ୪୦ ନମ୍ବର ଗେଟ୍‌ରୁ ସାଗର ବିହାର ସ୍ଥିତ ୩୭ ନମ୍ବର ଗେଟ୍‌ ପର୍ଯ୍ୟନ୍ତ ଦର୍ଶନ ପ୍ରଥମେ ପ୍ରସ୍ଥାନ କରିବାର ବ୍ୟବସ୍ଥା ହୋଇଛି । ଏହାପରେ କ୍ରମାଗତ ଭାବେ ଲକି ଇଣ୍ଡିଆ ନିକଟ ଗେଟ୍‌ ନମ୍ବର ୩୬ରୁ ରିଭେରିଆ ହୋଟେଲ୍‌ ଗେଟ୍‌ ନମ୍ବର ୩୪ ଏବଂ ଶେଷରେ ସୋନାର ବଙ୍ଗଲା ସ୍ଥିତ ୩୩ ନମ୍ବର ଗେଟ୍‌ରୁ ଲାଇଟ୍‌ ହାଉସ୍‌ସ୍ଥିତ ୩୧ ନମ୍ବର ଗେଟ୍‌ ଭିତରେ ଥିବା ଦର୍ଶକ ବାହାରିବାର ବନ୍ଦୋବସ୍ତ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.