ଭୁବନେଶ୍ବର, ୪/୧୨ : ଆସନ୍ତା ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥି ପାଇଁ ଜାରି ରହିଛି ଯାଞ୍ଚ ପ୍ରକ୍ରିୟା । ଡିସେମ୍ବର ୬ ସୁଦ୍ଧା ଆସିବ ଯୋଗ୍ୟ ଓ ଅଯୋଗ୍ୟ ତାଲିକା । ବ୍ଲକ, ମହାନଗର ନିଗମ ସ୍ତରରେ ଏହି ତାଲିକା ପ୍ରକାଶ ପାଇବ । ଏହାପରେ ଆଉ ୭ ଦିନ ଆପତ୍ତି ଗ୍ରହଣ କରାଯିବ ।
ପ୍ରକାଶ ଯେ, ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ୫ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ଏଥିମଧ୍ୟରେ ଆଗାମୀ ଡିସେମ୍ବର ୨୫ତାରିଖରେ ୪ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଟଙ୍କା ପଠାଇବାକୁ ପ୍ରସ୍ତୁତି ଜାରି ରହିଛି । ଡିସେମ୍ବର ୧ ତାରିଖ ସୁଦ୍ଧା ସୁଭଦ୍ରାରେ ମୋଟ ୧କୋଟି ୫ଲକ୍ଷ ୩୬ହଜାର ୬୧୨ଆବେଦନ ଗ୍ରହଣ ହୋଇଛି ।