ପ୍ରମୂଖ ଖବର
  • ଶନିବାରଠାରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ, ୨ରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||
  • ଭଦ୍ରକ : କାର୍‌ରୁ ୯ ଗୋରୁ ଉଦ୍ଧାର, ୨ ଗିରଫ
  • ||

ରାଜ୍ୟରେ ୬୫୮୭ କୋଟିର ବିଦ୍ୟୁତ ବିଲ୍ ବାକି

ଭୁବନେଶ୍ବର,୦୪/୧୨: ରାଜ୍ୟରେ ୬୫୮୭ କୋଟିର ବିଦ୍ୟୁତ ବିଲ୍ ବାକି ରହିଛି ।  ରାଜ୍ୟରେ ୪ ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୬ ହଜାର୫୮୭ କୋଟି ଟଙ୍କା ବାକି ଅଛି । ବିଧାନସଭାରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । 

ସେସୁ  ୬୫୧ କୋଟି ଟଙ୍କା ବାକି ରଖିଛି । ସେହିପରି ନେକ୍ସୋର ୯୫୧ କୋଟି ଟଙ୍କା ବାକି ରହିଥିବା ବେଳେ ଓସ୍କୋ ୧୬୭୭ କୋଟି ଟଙ୍କା ବାକି ରହିଥିବାବେଳେ ସାଉଥକୋର ୧୩୦୦ କୋଟି ଟଙ୍କା ବାକି ରହିଛି । ସେହିପରି ଟାଟା ଅଧିକୃତ କରିବା ପରେ ଗ୍ରୀଡକୋ ତାର ବକେୟା ପ୍ରଦାନ କରୁଛି । ଏହି ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।

ଦୀର୍ଘ ଦିନ ହେବ ଏହି ଟଙ୍କା ବାକି ପଡିଛି । ଏହି ୪ଟି ବିଦ୍ୟୁତ କମ୍ପାନୀ ପୂର୍ବ ସରକାରଙ୍କ ଅଧିନୀରେ ଥିଲା । କମ୍ପାନୀ ଉପରେ କୋଟି କୋଟି ଟଙ୍କା ବାକି ରହିଛି ।  ନେକ୍ସୋର ସର୍ବାଧିକ ୯୫୧ କୋଟି ଟଙ୍କା ବାକି ପଡିଛି । ସରକାରଙ୍କ ଅଧିନୀରେ ବିଦ୍ୟୁତ କମ୍ପାନୀ ଥିବା ସତ୍ତ୍ବେ ବକେୟା କାହିଁକି ପୈଠ ହୋଇନାହିଁ ଯାହା ଚିନ୍ତାର ବିଷୟ ହୋଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.