ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ରାଜ୍ୟରେ ଅଛନ୍ତି କେତେ ଷଣ୍ଢ, ବିଧାନସଭାରେ ହିସାବ ଦେଲେ ମନ୍ତ୍ରୀ

ଭୁବନେଶ୍ବର,୦୪/୧୨: ବିଧାନସଭାରେ ଉଠିଲା ଷଣ୍ଢ ପ୍ରସଙ୍ଗ ରାଜ୍ୟରେ କେତେ ଷଣ୍ଢ ଅଛନ୍ତି ଆଉ କେଉଁ ଜିଲ୍ଲାରେ କେତେ ଷଣ୍ଢ । ବିଧାନସଭାରେ ଏହାର ହିସାବ ଦେଇଛନ୍ତି ମନ୍ତ୍ରୀ । ବିଧାନସଭା ଶୀତ ଅଧିବେସନରେ ଆଜି ଷଣ୍ଢ ପ୍ରସଙ୍ଗ ଉଠିଥିଲା । ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ଟି ଷଣ୍ଢ ଅଛନ୍ତି  । ଅନୁଗୁଳରେ ସର୍ବାଧିକ  ଷଣ୍ଢ ଅଛନ୍ତି ।  ଷଣ୍ଢ ପ୍ରସଙ୍ଗରେ ଉତ୍ତର ରଖି ଏହା କହିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ବିଧାନସଭାରେ ଷଣ୍ଢ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ଓ ତାରାବାହିନୀ ପତି । ଷଣ୍ଢ ପ୍ରସଙ୍ଗରେ ଆଲେଚନା କରି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଉନ୍ନତ ମାନର  ଷଣ୍ଢ ପ୍ରଜନନ ପାଇଁ ହିମିକୃତ ଶୁକ୍ର ଭଣ୍ଡାର ବ୍ୟବହାର କରଯାଉଛି । ରାଜ୍ୟରେ   ଷଣ୍ଢମାନଙ୍କ ସଂଖ୍ୟା ବଢାଇବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ଉତ୍ତର ରଖିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ।

ରାଜ୍ୟରେ  ୩୦ଟି ଜିଲ୍ଲାରେ ୨ ଲକ୍ଷ ୩୦ ହଜାର ୪୦୩ଟି ଷଣ୍ଢ ଅଛନ୍ତି  । ଅନୁଗୁଳ ସର୍ବାଧିକ ୪୭୩୭୭ଟି ଷଣ୍ଢ ଅଛନ୍ତି । ବଲାଙ୍ଗୀରରେ ୫୬୬୮, କଟକରେ ୩୭୪୬ଟି, ଖୋର୍ଦ୍ଧାରେ ୩୫୩୨ଟି ଷଣ୍ଢ ଅଛନ୍ତି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.