ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ତାଳବଣିଆ ଓ ରେଳ ଷ୍ଟେସନ୍‌ରୁ ମିଳିବ ସଟଲ ସର୍ଭିସ୍‌, ଟାଉନ୍‌ ହଲ୍‌ ଛକରୁ ସମୁଦ୍ର କୂଳ ଆଡକୁ ଛଡ଼ାଯିବନି କୌଣସି ଗାଡି

ପୁରୀ, ୦୪/୧୨ : ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା। ତାଳବଣିଆ ଓ ରେଳ ଷ୍ଟେସନ୍‌ଠାରୁ ମିଳିବ ସଟଲ ସର୍ଭିସ୍‌ । ତାଳବଣିଆଠାରୁ ଟାଉନ୍‌ ବସ୍‌ ଓ ତିନି ଚକିଆ ଗାଡ଼ି ମଙ୍ଗଳା ମନ୍ଦିର, ଶ୍ରୀକ୍ଷେତ୍ର କଲୋନୀ, ରାମ ମନ୍ଦିର ଛକଠାରେ ପହଞ୍ଚିବ । ସେଠାରୁ ୱାଟର୍‌ ୱାକ୍ସ ରୋଡ୍‌, ଓଡ଼ିଶା ବେକେରୀ, ସଦର ବ୍ଲକ ଅଫିସ୍‌ ଦେଇ ତାଳବଣିଆ ଫେରିବ । ଭିଆଇପି ଓ ଭିଭିଆଇପିଙ୍କ ଗତିବିଧିକୁ ଲକ୍ଷ୍ୟ ରଖି ପର୍ଯ୍ୟଟକଙ୍କୁ ନେଇ ଅର୍ବାନ୍‌ ହାଟଠାରୁ ଜିଲ୍ଲା ସ୍କୁଲ୍‌, ଗୋପାଳ ସ୍ୱାମୀ ଛକ, ଏସ୍‌ସିଏସ୍‌ ଛକ ଦେଇ ଟାଉନ୍‌ ହଲ୍‌ ପର୍ଯ୍ୟନ୍ତ ଏହି ସଟଲ୍‌ ସର୍ଭିସ୍‌ ଯୋଗାଇ ଦିଆଯିବ । ଟାଉନ୍‌ ହଲ୍‌ ଛକରୁ କୌଣସି ଯାନବାହନ ସମୁଦ୍ର କୂଳ ଆଡକୁ ଛଡ଼ାଯିବ ନାହିଁ । କେବଳ ପାସ୍‌ଧାରୀଙ୍କୁ ରେଳ ଷ୍ଟେସନ୍‌ ପାର୍ଶ୍ଵରୁ ଝାଡ଼େଶ୍ୱରୀ ଛକ ଆଡ଼କୁ ଛଡ଼ାଯିବ । 

କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଯିବାକୁ ଚାହିଁଲେ ରେଳ ଷ୍ଟେସନ୍‌ଠାରୁ ଗୋପାଳ ସ୍ୱାମୀ ଛକ, ଏସ୍‌ସିଏସ୍‌ ଛକ ଦେଇ ଟାଉନ୍‌ ହଲ୍‌, ମୋଚି ସାହି ଓ ଦୋଳମଣ୍ଡପ ସାହି ଯାଏଁ ସଟଲ ସର୍ଭିସ୍‌ ପାଇ ପାରିବେ । ତାଳବଣିଆ ଠାରୁ ଶ୍ରୀମନ୍ଦିର ଯିବାକୁ ଥିବା ଶ୍ରଦ୍ଧାଳୁ ହେଲିପ୍ୟାଡ୍‌ ଛକରୁ ସଦର ବ୍ଲକ ଅଫିସ୍‌ ଛକ, ରାମ ମନ୍ଦିର ଛକ, ଘୋଡ଼ା ବଜାର, ଗୋପାଳ ସ୍ୱାମୀ ଛକ, ଏସ୍‌ସିଏସ୍‌ ଛକ ଦେଇ ଟାଉନ୍‌ ହଲ୍‌, ମୋଚି ସାହି ଓ ଦୋଳମଣ୍ଡପ ସାହି ଯାଏଁ ସଟଲ୍‌ ସେବା ନେଇ ପାରିବେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.