ବ୍ରହ୍ମପୁର, ୪।୧୨ : ଚାକିରି କରାଇ ଦେବୀ କହି ଏକାଧିକ ଯୁବକ ଓ ଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିବା ଅଭିଯୋଗରେ ୯ ଜଣଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି । ପ୍ରାୟ ୨ କୋଟି ଟଙ୍କାର ଏକାଉଣ୍ଟକୁ ଫ୍ରିଜ କରିଛି ପୁଲିସ। ଏହା ସହ ବହୁ କମ୍ପାନୀ ଓ ସରକାରୀ ନିଯୁକ୍ତି କାଗଜ ପତ୍ର ପୋଲିସ ଜବତ କରିଛି।
ଚାକିରି ପାଇଁ ଠକେଇର ଶିକାର ହୋଇଥିବା ଜଣେ ଯୁବକ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ ଆରମ୍ଭ କରିଥିଲା ପୁଲିସ। ମୁଖ୍ୟ ଅଭିଯୁକ୍ତ ଜଗଦିଶ ବେହେରାଙ୍କ ସହ ୯ ଜଣଙ୍କୁ ଗିରଫ କରିଛି ପୁଲିସ। ବିଭିନ୍ନ ବେସରକାରୀ ଓ ସରକାରୀ ଚାକିରୀ କରେଇବା ନାଁ ରେ ଠକେଇ କରୁଥିଲେ। ଏପରିକି ସଚିବାଳୟରେ ମଧ୍ୟ ଚାକିରୀ କରାଇବାକୁ କହି ଠକିଥିବା ତଦନ୍ତରୁ ଜଣା ପଡିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଠକେଇ କରିଥିବା ଜଣା ପଡିଛି। ଏହି ଠକେଇ ଗ୍ୟାଙ୍ଗର ଲିଙ୍କ କୋଲକାତା ସହ ରହିଥିବା ତଦନ୍ତରୁ ଜଣା ପଡିଛି। ଆବଶ୍ୟକ ପଡିଲେ ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି କହିଛନ୍ତି ।