ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ନୌସେନା ଦିବସ ଉଦଘାଟନ କଲେ ରାଷ୍ଟ୍ରପତି, ପରାକ୍ରମ ଦେଖାଇଲେ ନୌବୀର

ପୁରୀ, ୪।୧୨:  ପୁରୀ ବ୍ଲୁ ଫ୍ଲାଗ ବିଚରେ ଅନୁଷ୍ଠିତ  ହୋଇଯାଇଛି ନୌସେନା ଦିବସ । ମୁଖ୍ୟଅତିଥି ଭାବେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ  ଏହାକୁ ଉଦଘାଟନ କରିଛନ୍ତି।  ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନାମାନେ ନିଜର ପରାକ୍ରମ ଦେଖାଇଥିଲେ। 

ପ୍ରଥମ କରି ପୁରୀରେ ପାଳିତ ହୋଇଛି  ନୌସେନା ଦିବସ । ୩୦ ହେଲିକ୍ପଟର , ୫ ଯୁଦ୍ଧ ବିମାନ ଓ ଗୋଟିଏ ବୁଡା ଜାହାଜ ଏଥିରେ ସାମିଲ ହୋଇଛି । ଜଳ ଓ ଆକାଶ ପଥରେ ପରାକ୍ରମ ଦେଖାଇଥିଲେ ନୌବୀର।   ବିଭିନ୍ନ   ଯୁଦ୍ଧ କୌଶଳ ନୌସେନା ପ୍ରଦର୍ଶନ କରିଥିଲେ। ଆକାଶରେ ପଇଁତରା ମାରିଥିଲା ଯୁଦ୍ଧ ବିମାନ।   ଦମ୍ ଦେଖାଇଥିଲା ଲଢୁଆ ହେଲିକପ୍ଟର। ଆକାଶରେ ତ୍ରିରଙ୍ଗା ଉଡାଇଥିଲେ ମାର୍କୋସ । କମାଣ୍ଡୋଙ୍କ ଦ୍ବାରା ଆତଙ୍କି ମୁକାବିଲାର ପ୍ରଦର୍ଶନ କରାଯାଇଥିଲା।   

 ସୂର୍ଯ୍ୟାସ୍ତରେ ନୌସେନା ପକ୍ଷରୁ ସନସେଟ୍ କାର୍ଯ୍ୟକ୍ରମ ଆୟୋଜନ ହେବା ସହ ଜାତୀୟ ପତାକା ଓ ନୌସେନା ପତାକା ଅର୍ଦ୍ଧନିର୍ମିତ କରାଯାଇଥିଲା। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ସମାରୋହକୁ ସମ୍ବୋଧିତ  କରିଥିଲେ। ଏହି ଅବସରରେ  ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା।   

ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମନ୍ତ୍ରୀ, ବିଧାୟକମାନେ ଯୋଗ ଦେଇଥିଲେ। ନୌବୀରଙ୍କ  ଚିତ୍ତାକର୍ଷକ   କୌଶଳ  ଦେଖିବା ପାଇଁ ପୁରୀ ବେଳାଭୂମିରେ  ଦର୍ଶକଙ୍କ ପ୍ରବଳ ଭିଡ ଜମିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.