ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଗର୍ଭଗୃହରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧୂପଦୀପ ଦେଇ ଆଳତି କରିବେ ରାଷ୍ଟ୍ରପତି, ମା’ ବିମଳା ଓ ମହାଲକ୍ଷ୍ମୀଙ୍କର କରିବେ ପୂଜାର୍ଚ୍ଚନା

ପୁରୀ, ୦୪/୧୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ସକାଳ ଭୁବନେଶ୍ୱରରୁ ବାହାରି ପ୍ରାୟ ୧୦ରେ ପୁରୀ ସମଙ୍ଗ ହେଲିପ୍ୟାଡ୍‌ରେ ପହଞ୍ଚିବେ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟପାଳ, ନୌସେନାର ବରିଷ୍ଠ ଅଧିକାରୀ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଓ ଏସ୍‌ପି ସ୍ୱାଗତ କରିବେ । ପରେ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିରକୁ ପାଛୋଟି ନିଆଯିବ । ଦିନ ପ୍ରାୟ ୧୦.୧୫ରେ ସେ ଶ୍ରୀମନ୍ଦିରରେ ପହଞ୍ଚିବେ । ସିଂହଦ୍ୱାରଠାରେ ଗଜପତି ଦିବ୍ୟସିଂହଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ । ସାତପାହାଚ ଦେଇ ବଡ଼ଦେଉଳକୁ ପ୍ରବେଶ କରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କୁ ଗର୍ଭଗୃହରେ ଦର୍ଶନ କରିବେ । ସେଠାରେ ସେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧୂପଦୀପ ଦେଇ ଆଳତି କରିବେ । ଫୁଲତୁଳସୀ ଦେଇ ଠାକୁରଙ୍କ ବନ୍ଦନା କରିବା ପରେ ବେହେରଣ ଦ୍ୱାର ଦେଇ ବାହାରିବେ । ସେଠାରୁ ପାଟଅଗଣା ଦେଇ ରାଷ୍ଟ୍ରପତି ମା’ ବିମଳା ଓ ପରେ ମା’ ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ । 

ପୂଜାର୍ଚ୍ଚନା କରିବା ବେଳେ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଅଧିକୃତ ସେବକମାନେ ଉପସ୍ଥିତ ରହିବେ । ପୂଜାର୍ଚ୍ଚନା ସାରି ସିଂହଦ୍ୱାର ଦେଇ ଫେରିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁଖିଲି ମହାପ୍ରସାଦ ଓ ଅନ୍ୟ ଭେଟି ଦିଆଯିବ। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ କୌଳିକ ପଣ୍ଡା ବୈଦନାଥ ମହାପାତ୍ର, ଜଗନ୍ନାଥ ମହାପାତ୍ର, ରାଜରତନ ମହାପାତ୍ର, ଦେବୀ ପ୍ରସାଦ ମହାପାତ୍ର ବେଶ ଉତ୍ସାହିତ ଥିବା କହିଛନ୍ତି । ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ଦର୍ଶନ ପରେ ପୁନଶ୍ଚ ସାଧାରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଶ୍ରୀମନ୍ଦିରରୁ ବାହାରି ରାଷ୍ଟ୍ରପତି ସିଧା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ । ଏଠାରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ମନ୍ତ୍ରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ସ୍ୱାଗତ କରିବେ । ଦିନ ପ୍ରାୟ ୧୨ଟାରେ ସେଠାରୁ ବାହାରି ୧୨ଟା ୧୦ରେ ପୁରୀ ରାଜଭବନରେ ପହଞ୍ଚି ମଧ୍ୟାହ୍ନ ଭୋଜନ ସହ ବିଶ୍ରାମ ନେବେ । 

ହୋଟେଲ ମେ’ ଫେୟାରର ପ୍ରସ୍ତୁତ ସ୍ୱତନ୍ତ୍ର ଖାଦ୍ୟ ରାଷ୍ଟ୍ରପତିଙ୍କୁ ପରଷା ଯିବ । ଅପରାହ୍ନ ୩.୫୫ରେ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ନିମନ୍ତେ ବାହାରିବେ । ପୁରୀ ରାଜଭବନ ପଛପାଶ୍ୱର୍ ଗେଟ୍‌ ଦେଇ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ କରାଯାଇଥିବା ମଞ୍ଚକୁ ଯିବେ । ତାଙ୍କୁ ସ୍ୱାଗତ କରିବାକୁ ନୌସେନା ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ପ୍ରଥମେ ଜାତୀୟ ସଂଗୀତ ଗାନ କରାଯିବ । ପରେ ନୌସେନାର କୁଶଳ ମାର୍କୋସମାନେ ଜଳ, ସ୍ଥଳ ଓ ଆକାଶରେ ସେମାନଙ୍କ ଯୁଦ୍ଧ ଲଢ଼ିବାର ଦୁଃସାହାସିକ କୌଶଳ ପ୍ରଦର୍ଶନ କରିବେ । କାର୍ଯ୍ୟକ୍ରମ ସରିବା ପରେ ରାଷ୍ଟ୍ରପତି ରାଜଭବନକୁ ଫେରି ସେଠାରେ ରାତ୍ରଯାପନ କରିବେ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ୮୫ ପ୍ଲାଟୁନ୍‌ ଫୋର୍ସ, ୩୦୦ ଅଫିସରଙ୍କୁ ମୁତୟନ କରାଯାଇଛି । ସେହିପରି ସାଧାରଣ ପ୍ରଶାସନ ପକ୍ଷରୁ ୮୬ ଜଣ ମାଜିଷ୍ଟ୍ରେଟ, ୨୨ ଜଣ ବରିଷ୍ଠ ବରିଷ୍ଠ ଅଧିକାରୀଙ୍କୁ ପୁରୀର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.