ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଆୟୁର୍ବେଦ ଚିକିତ୍ସା ପଦ୍ଧତିକୁ ଆପଣାଉଛନ୍ତି ଦେଶ ବିଦେଶ : ରାଷ୍ଟ୍ରପତି

ପୁରୀ,୦୪/୧୨: କ୍ଷେତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛି ଶ୍ରୀକ୍ଷେତ୍ର ପୁରୀ । ଦେବତାଙ୍କ ମଧ୍ୟରେ ରାଜା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ସାରା ବିଶ୍ବରେ ପ୍ରମୁଖ ତୀର୍ଥ କ୍ଷେତ୍ର ଭାବେ ପରିଚୟ ପାଇଛି ପୁରୀ । ସେ ବିଶ୍ବର ଜଗନ୍ନାଥ । ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା । ଦେଶ ବିଦେଶରେ ଯୋଗ ଓ ଆୟୁର୍ବେଦ ଶିଖିବାକୁ ଇଚ୍ଛା କରୁଛନ୍ତି । ଖାଦ୍ୟପେୟ ସଂଯୋଗ ରକ୍ଷାକରି ଆମେ ସୁସ୍ଥ ରହିପାରିବା । ଜୁହାର, ନମସ୍କାର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବ ଅବସରରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଓଡିଶା ଗସ୍ତରେ ଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀ ଗସ୍ତ କରିଥିଲେ । ସେଠାରେ ପ୍ରଥମେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେଠାରେ ସେ କହିଛନ୍ତି, ୧୯୪୯ ମସିହାରେ ଏକ ଆୟୁର୍ବେଦିକ ବିଦ୍ୟାପୀଠ ଭାବେ ଏହି ଅନୁଷ୍ଠାନ ଗଢି ଉଠିଥିଲା। ଆଜି ଏକ ଆଦର୍ଶ ମହାବିଦ୍ୟାଳୟ ଭାବରେ ଏହି ଅନୁଷ୍ଠାନ ଭାବେ ସୁନାମ ହାସଲ କରିଛି।  ୧୯୭୨ ମସିହାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରୂପାନ୍ତରିତ ହୋଇ ପୂର୍ବ ଭାରତରେ ଏକ ଅଗ୍ରଣୀ ଆୟୁର୍ବେଦ ଅନୁଷ୍ଠାନ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ରାଜ୍ୟ ଓ ରାଜ୍ୟ ବାହାର ବିଦେଶ ରୋଗୀ ଏଠାରୁ ଆୟୁର୍ବେଦ ଚିକିତ୍ସାର ଲାଭ ପାଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ଦିଆଯାଇଛି । ଆମ ଝିଅ କଳାଠୁ ବିଜ୍ଞାନ,ସେନାରୁ ନେଇ ଆରକ୍ଷୀବାହିନୀ ବଭିନ୍ନ କ୍ଷେତ୍ରରେ ଆମର ଗୌରବ ବଢାଇଛନ୍ତି ।

ଭାରତୀୟ ଚିକିତ୍ସା ପଦ୍ଧତିରେ ଦେଶ ବିଦେଶର ଆଗ୍ରହ ବଢୁଛି । ଭାରତୀୟ ଚିକିତ୍ସା ପଦ୍ଧତିର ଏକ ମୌଳିକତା ରହିଛି ଏହା ସୁସ୍ଥ ରହିବା ଦିଗରେ ଗୁରୁତ୍ବ ଦିଏ । ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା । ଦେଶ ବିଦେଶରେ ଯୋଗ ଓ ଆୟୁର୍ବେଦ ଶିଖିବାକୁ ଇଚ୍ଛା କରୁଛନ୍ତି । ଖାଦ୍ୟପେୟ ସଂଯୋଗ ରକ୍ଷାକରି ଆମେ ସୁସ୍ଥ ରହିପାରିବା ।  ରୋଗ ପାଇଁ ଆୟୁର୍ବେଦରେ ଚିକିତ୍ସା ରହିଛି । ଏହାର ପ୍ରାର୍ଶ୍ବପ୍ରତିକ୍ରିୟା ଦେଖିବାକୁ ମିଳେନାହିଁ । ଓଡ଼ିଶା ପରିପ୍ରେକ୍ଷୀରେ ଅନ୍ୟ ଏକ ଦିଗ ପ୍ରତି ମୁଁ ତୁମମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ତାହା ହେଉଛି, ଆମ ତାଳପତ୍ର ପୋଥି ।  ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନେକ ତାଳପତ୍ର ପୋଥି ରହିଛି । ଅନେକଙ୍କ ଘରେ ମଧ୍ୟ ତାଳପତ୍ର ପୋଥି ରହିଛି । ସେସବୁ ତାଳପତ୍ର ପୋଥିରେ ସାହିତ୍ୟ ବ୍ୟତିରେକ ଚିକିତ୍ସା ପଦ୍ଧତିର ଅବତାରଣା ମଧ୍ୟ ରହିଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.