ପ୍ରମୂଖ ଖବର
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ବୁଧବାର ଅପରାହ୍ଣ ସାଢେ ୩ଟାରେ ରାଜ୍ୟପାଳଙ୍କୁ ଭେଟିବେ ମହାୟୁତି ନେତା, ସରକାର ଗଠନ ପାଇଁ କରିବେ ଦାବି...

ନୂଆଦିଲ୍ଲୀ: ବୁଧବାର ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କ ସହ ସାକ୍ଷାତ ପାଇଁ ମହାୟୁତି ନେତା ମାନେ ସମୟ ଲୋଡିଛନ୍ତି । ଅପରାହ୍ନ ସାଢେ ୩ ଟାରେ ମହାୟୁତି ନେତାମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିବେ। ସୂଚନା ମୁତାବକ ଅପରାହ୍ଣ ସାଢେ ୧ଟା ସୁଦ୍ଧା ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେବେ। ଏହା ପରେ ସରକାର ଗଠନ ପାଇଁ ଦାବି ସ୍ଥିର ହେବ । ତେବେ ବୁଧବାର ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ।

ସୂଚନାନୁସାରେ, ବିଧାୟକ ଦଳ ନେତା ନିର୍ବାଚନ ପୂର୍ବରୁ ସକାଳ ୧୦ ଟାରେ ବିଜେପି କୋର କମିଟିର ବୈଠକ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ମହାରାଷ୍ଟ୍ର ବିଜେପିର ପର୍ଯ୍ୟବେକ୍ଷକ ବିଜୟ ରୂପାନୀ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିଛନ୍ତି । ସେ କହିଛନ୍ତି ଯେ ଆମେ ପର୍ଯ୍ୟବେକ୍ଷକ ଏବଂ ଆମେ ଆମର କାର୍ଯ୍ୟ କରୁଛୁ। ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ଆସନ୍ତାକାଲିର ବୈଠକ ପରେ ଆପଣ ଜାଣିବେ କିଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ।

ଆଉ ଏହାରି ଭିତରେ ମଙ୍ଗଳବାର ସଂଧ୍ୟାରେ ଦେବେନ୍ଦ୍ର ଫଡନାଭିସ୍ ବର୍ଷା ବଙ୍ଗଳା ଠାରେ କାର୍ଯ୍ୟକାରୀ ସିଏମ୍ ଏକନାଥ ସିନ୍ଦେଙ୍କୁ ଭେଟିଥିଲେ। ଗତ ସପ୍ତାହରେ ଦିଲ୍ଲୀରେ ଅମିତ ଶାହାଙ୍କ ସହ ସାକ୍ଷାତ ପରେ ସିନ୍ଦେ ଏବଂ ଫଡନାଭିସଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ହୋଇଥିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.