ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ଇସ୍ରୋ ଲଞ୍ଚ୍‌ କରିବ ‘ପ୍ରୋବା-୩’, ଅପରାହ୍ନ ୪ଟା ୮ ମିନିଟ୍‌ରେ ଶ୍ରୀହରିକୋଟାରୁ ହେବ ଉତ୍‌କ୍ଷେପଣ

ନୂଆଦିଲ୍ଲୀ ୦୪/୧୨: ଆଜି ସନ୍ଧ୍ୟା ୪ଟା ୮ ମିନିଟ୍‌ରେ ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍‌ଏ)ର ପ୍ରୋବା-୩ ମିଶନ ଲଞ୍ଚ୍‌ କରିବ ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ) । ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍‌ ସେଣ୍ଟର୍‌ର ଲଞ୍ଚ୍‌ ପ୍ୟାଡ୍‌୧ରୁ ପିଏସ୍‌ଏଲ୍‌ଭି-ଏକ୍ସଏଲ୍‌ ରକେଟ୍‌ରେ ମିଶନ ଉତ୍‌କ୍ଷେପଣ ହେବ । ୟୁଟ୍ୟୁବ୍‌ କିମ୍ବା ଇସ୍ରୋର ଔପଚାରିକ ୱେବ୍‌ସାଇଟ୍‌ରେ ଲଞ୍ଚ୍‌ର ସିଧାପ୍ରସାରଣ ଦେଖିହେବ । 

ଏହି ମିଶନରେ ଇସ୍ରୋ ପିଏସ୍‌ଏଲ୍‌ଭି-ସି୫୯ର ସାହାଯ୍ୟ ନେଇଛି । ସି୫୯ ହେଉଛି ରକେଟ୍‌ ଲଞ୍ଚ୍‌ର କୋଡ୍‌ । ଏହା ପିଏସ୍‌ଏଲ୍‌ଭି ରକେଟ୍‌ର ୬୧ତମ ଏବଂ ପିଏସ୍‌ଏଲ୍‌ଭି-ଏକ୍ସଏଲ୍‌ର ୨୬ତମ ଉଡ଼ାଣ ହେବ । ରକେଟ୍‌ର ଉଚ୍ଚତା ୧୪୫.୯୯ ଫୁଟ । ଲଞ୍ଚ୍‌ ସମୟରେ ଏହାର ଓଜନ ହେବ ୩୨୦ ଟନ୍‌ । ଏହା ୪ ସୋପାନଯୁକ୍ତ ରକେଟ୍‌, ଯାହା ପ୍ରାୟ ୨୬ ମିନିଟ୍‌ରେ ପ୍ରୋବା-୩ ସାଟେଲାଇଟ୍‌କୁ ୬୦୦ ଗୁଣନ ୬୦,୫୩୦ କିମିଯୁକ୍ତ ଅଣ୍ଡାକାର କକ୍ଷରେ ସ୍ଥାପିତ କରିବ । 

ପ୍ରୋବା-୩ ବିଶ୍ୱର ପ୍ରଥମ ପ୍ରେସିଶନ୍‌ ଫର୍ମେଶନ୍‌ ଫ୍ଲାଇଙ୍ଗ୍‌ ସାଟେଲାଇଟ୍‌ । ଅର୍ଥାତ୍‌ ଏଥିରେ ଗୋଟିଏ ନୁହେଁ ଦୁଇଟି ସାଟେଲାଇଟ୍‌ ଲଞ୍ଚ୍‌ ହେବ । ଏହାର ମୋଟ୍‌ ଓଜନ ୫୫୦ କିଲୋ ହେବ । ପ୍ରଥମଟି କୋରୋନାଗ୍ରାଫ୍‌ ସ୍ପେସ୍‌କ୍ରାଫ୍ଟ ଓ ଅନ୍ୟଟି ଅକଲ୍ଟର ସ୍ପେସ୍‌କ୍ରାଫ୍ଟ । ୩୧୦ କିଲୋ ଓଜନର କୋରୋନାଗ୍ରାଫ୍‌ ସ୍ପେସ୍‌କ୍ରାଫ୍ଟ ସୂର୍ଯ୍ୟ ଆଡ଼କୁ ମୁହଁ କରି ରହିବ । ଏଥିରେ ଥିବା ଉପକରଣ ସୂର୍ଯ୍ୟର ବାହ୍ୟ ଓ ଆଭ୍ୟନ୍ତର କୋରୋନା ମଧ୍ୟରେ ଦୂରତାକୁ ଅଧ୍ୟୟନ କରିବ । ୨୪୦ କିଲୋର ଅକଲ୍ଟର ସ୍ପେସ୍‌କ୍ରାଫ୍ଟ କୋରୋନାଗ୍ରାଫ୍‌ର ପଛରେ ରହିବ । ଏହାର ଉପକରଣ ସୂର୍ଯ୍ୟ କୋରୋନାରୁ ମିଳୁଥିବା ତଥ୍ୟଗୁଡ଼ିକର ଅଧ୍ୟୟନ କରିବ । 

ଦୁଇଟିଯାକ ସାଟେଲାଇଟ୍‌ ଏକସଙ୍ଗେ ଗୋଟିଏ ଲାଇନ୍‌ରେ ୧୫୦ ମିଟର ଦୂରତାରେ ପୃଥିବୀକୁ ପରିକ୍ରମା କରି ସୂର୍ଯ୍ୟ କୋରୋନାର ଅଧ୍ୟୟନ କରିବେ । ସୂର୍ଯ୍ୟ ଉପରେ ଥିବା ଏକ କଳା ବଳୟର ଅଧ୍ୟୟନ କରିବ ପ୍ରୋବା-୩ । ଏହି ସାଟେଲାଇଟ୍‌ ଜରିଆରେ ବୈଜ୍ଞାନିକମାନେ ମହାକାଶରେ ପାଣିପାଗ ଓ ସୌର ପବନର ଅଧ୍ୟୟନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.