ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁଖବୀର ସିଂହ ବାଦଲଙ୍କୁ ମିଳିଛି ଦଣ୍ଡ, ମନ୍ଦିର ଦୁଆରେ ଦେଉଛନ୍ତି ପହରା

Image courtesy: WION

ନୂଆଦିଲ୍ଲୀ: ସ୍ୱର୍ଣ୍ଣ ମନ୍ଦିରରେ ପହରା ଦେଉଥିବା ବେଳେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁଖବୀର ସିଂହ ବାଦଲଙ୍କୁ ଗୁଳିମାଡ଼ ହୋଇଛି। ଯାହାକୁ ନେଇ ପଞ୍ଜାବ ସହିତ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁଖବୀର ବାଦଲ ସ୍ୱର୍ଣ୍ଣ ମନ୍ଦିରର କାହିଁକି ପ୍ରହରା ଦେଉଥିଲେ? ଜଣେ ଟାଣୁଆ ନେତା ହୋଇ ମଧ୍ୟ ତାଙ୍କ ସୁରକ୍ଷା କାହିଁକି ନଥିଲା? ଏସବୁ କଥା ଆପଣ ଭାବୁଥିବେ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦଣ୍ଡ ମିଳିଛି। ଦରୁଆନ ସେବାକୁ କରିବାକୁ ସେ ବାଧ୍ୟ। କ’ଣ ଏହି ଦଣ୍ଡ? ତାଙ୍କୁ କିଏ ଏପରି ଦଣ୍ଡ ଦେଇଛନ୍ତି ଆସନ୍ତୁ ଜାଣିବା।

ପ୍ରକୃତରେ ସୁଖବୀର ସିଂହ ବାଦଲଙ୍କୁ ଦଣ୍ଡିତ କରିଛନ୍ତି ଶିଖ ଧର୍ମଗୁରୁ। ଦଣ୍ଡ ହେଲା ସେ ସାଜିବେ ସେବାଦାର। ସ୍ୱର୍ଣ୍ଣ ମନ୍ଦିର ସମ୍ମୁଖରେ ବର୍ଚ୍ଛା ଧରି ଦେବେ ପହରା। ଦଣ୍ଡ ପାଇବା ପରେ ମଙ୍ଗଳବାରଠୁ ସ୍ୱର୍ଣ୍ଣ ମନ୍ଦିର ବାହାରେ ସୁଖବୀର ସିଂହ ବାଦଲଙ୍କୁ ସେବାଦାର(ସ୍ୱେଛାସେବି) ଭାବେ ପହରା ଦେଉଥିବାର ଦେଖିବାକୁ ମିଳିଛି। ଦଣ୍ଡ ଏତେ କଡ଼ା ଯେ ବାଦଲଙ୍କ ଗୋଡ଼ ଭାଙ୍ଗିଯାଇଥିବା ସତ୍ତ୍ୱେ ବି ତାଙ୍କୁ ହ୍ୱିଲ୍ ଚେୟାରରେ ବସି ସେବାଦାର ପୋଷାକ ପିନ୍ଧି ବର୍ଚ୍ଛା ଧରି ସ୍ୱର୍ଣ୍ଣ ମନ୍ଦିରରର ପବିତ୍ର ପ୍ରବେଶ ଦ୍ୱାରରେ ପହରା ଦେଉଛନ୍ତି। ଶିଖ ଧର୍ମଗୁରୁମାନଙ୍କ ଦ୍ୱାରା ଲଗାଯାଇଥିବା ତନଖା(ଧାର୍ମିକ ଦଣ୍ଡ)ର ଏହା ଏକ ଅଂଶ। 

ତେବେ ବାଦଲଙ୍କୁ କାହିଁକି ଏମିତି ଦଣ୍ଡ ମିଳିଲା? ସେ ଏମିତି କ’ଣ ଭୁଲ କଲେ? ପୂରା କାହାଣୀ ପଢ଼ନ୍ତୁ।

୨୦୦୭ରୁ ୨୦୧୭ଯାଏ ପଞ୍ଜାବରେ ଶିରୋମଣି ଅକାଳି ଦଳର ସରକାର ଥିଲା। ମୁଖ୍ୟମନ୍ତ୍ରୀ ଥିଲେ ସୁଖବୀର ସିଂହ ବାଦଲ। ତାଙ୍କର ଶାସନ ସମୟରେ ସେ ଯେଉଁ ତ୍ରୁଟି କରିଛନ୍ତି ସେଥିପାଇଁ ତାଙ୍କୁ ଏହି ଧାର୍ମିକ ଦଣ୍ଡର ସାମ୍ନା କରିବାକୁ ପଡ଼ିଛି। ଯାହାକୁ ଶିଖ୍ ଭାଷାର ତନଖା ବୋଲି କୁହାଯାଏ। 

ସୁଖବୀର ସିଂହ ବାଦଲ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଡେରା ସଚ୍ଚା ସୈଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂଙ୍କୁ ବିବାଦୀୟ ଢଙ୍ଗରେ କ୍ଷମା କରିବା, ୨୦୧୫ ରେ ହୋଇଥିବା ଗୁରୁ ଗ୍ରନ୍ଥ ସାହେବର ଚୋରି ଘଟଣାରେ କାର୍ଯ୍ୟାନୁଷ୍ଠନରେ ବିଫଳ ହେବା ଆଦି ଭୁଲ୍ କରିଥିଲେ। ଏଥିପାଇଁ ତାଙ୍କୁ ଧାର୍ମିକ ଦଣ୍ଡ ମିଳିଛି। ତେବେ ଦଣ୍ଡ ମିଳିବା ପୂର୍ବରୁ ଶ୍ରୀ ବାଦଲ ମଧ୍ୟ ଏକାଧିକ ଭୁଲ୍ କରିଥିବା ସ୍ୱୀକାର କରିଥିଲେ। ଏବଂ ମୁଖ୍ୟପଦରୁ ଇସ୍ତଫା ଦେଇଥିଲେ। କେବଳ ବାଦଲ ନୁହଁନ୍ତି ତାଙ୍କ ଦଳର ଅନ୍ୟନେତମାନେ ମଧ୍ୟ ଦଣ୍ଡିତ ହୋଇଛନ୍ତି। ଶିଖ ଧର୍ମଗୁରୁମାନେ ଏମାନଙ୍କୁ ତନଖାୟା ଘୋଷଣା କରିଥିଲେ।  

ଯଦି କାହା ଦ୍ୱାରା ଶିଖ୍ ଧର୍ମରେ ଥିବା ନୈତିକତାରେ ଉଲଙ୍ଘନ ହୋଇଥାଏ ତେବେ ଶିଖ୍ ଧର୍ମଗୁରୁମାନଙ୍କ ଦ୍ୱାରା ତନଖା ଭଳି ଧାର୍ମିକ ଦଣ୍ଡ ଦିଆଯାଇଥାଏ। ଅକାଳ ତଖତର ଜଥେଦାର(ଶିଖ୍ ଗୁରୁ ମୁଖ୍ୟ), ବା ଶିଖ୍ ଧର୍ମରେ ସର୍ବୋଚ୍ଚ ଧର୍ମଗୁରୁମାନେ ଏହି ଦଣ୍ଡ ଶୁଣାଇଥାନ୍ତି। ତନଖା ଦଣ୍ଡରେ ଦଣ୍ଡିତ ବ୍ୟକ୍ତିଙ୍କୁ ଶିଖ୍ ସମ୍ପ୍ରଦାୟ ସାମ୍ନାରେ ସର୍ବ ସମ୍ମୁଖରେ ଭୁଲ ମାଗିବାକୁ ପଡ଼ିଥାଏ ଓ କରିଥିବା ଭୁଲ ଅନୁସାରେ ଦଣ୍ଡ ମିଳିଥାଏ। 

ଆଉ ମିଳିଥିବା ଦଣ୍ଡ ମୁତାବକ ଶ୍ରୀ ବାଦଲ ଆଜି ପହରା ଦେଉଥିବା ବେଳେ ତାଙ୍କ ଉପରେ ଗୁଳି ମାଡ଼ ହୋଇଛି। ସ୍ୱର୍ଣ୍ଣ ମନ୍ଦିର ବାହାରେ ଜଣେ ଆତତାୟୀ ବୁଧବାର ବାଦଲଙ୍କ ଉପରେ ଗୁଳିଚଳାଇବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡିଛି। ଏହି ଘଟଣା ପରେ ସାରା ଭାରତରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଅଭିଯୁକ୍ତ ଜଣକ ଏକ ବନ୍ଧୁକ ଆଣି ସ୍ୱର୍ଣ୍ଣ ମନ୍ଦିରର ଗେଟ ସାମ୍ନାରେ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଗୁଳି ଚଳେଇଥିବା ଅଭିଯୁକ୍ତର ନାମ ନାରାୟଣ ସିଂ ଚୌରା ବୋଲି ଜଣାପଡିଛି। ପୋଲିସ ଅଭିଯୁକ୍ତକୁ କାବୁ କରିବା ସହ ତାହାଠୁ ବନ୍ଧୁକ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.