ପ୍ରମୂଖ ଖବର
  • ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରିଲେ ସମ୍ୱୋଧନ
  • ||
  • ବିନିକା : ୨ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ: ୮୧ ଗୋରୁ ଉଦ୍ଧାର, ଜଣେ ଅଟକ
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି: କିରୋସିନି ଢାଳି ହୋଇ ଜଳିଗଲେ ଝିଅ ସହ ମା', ସ୍ୱାମୀ ଅଟକ
  • ||
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା କାର୍‌, ୨ମୃତ
  • ||
  • ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଦେବେ ଯୋଗ
  • ||
  • କଟକ : ଗୋମାଂସ ବୋଝେଇ କଣ୍ଟେନର ଅଟକ, ବିପୁଳ ପରିମାଣର ଗୋମାଂସ ଜବତ
  • ||
  • ମାଲକାନଗିରି ଜିଲ୍ଲାରେ ମୃଦୁ ଭୂମିକମ୍ପ, ବସ୍ତିବାସିନ୍ଦା ଭୟଭୀତ
  • ||
  • ବ୍ରହ୍ମପୁର : ସଡକ ଦୁର୍ଘଟଣାରେ ୨ ମୃତ, ଦୁଇ ଗୁରୁତର
  • ||
  • ଗଞ୍ଜାମ : ରନ୍ଧନ ଗ୍ୟାସ ଭରା ଟ୍ରକରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ବିଭତ୍ସ ହତ୍ୟା, ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ
  • ||

ପରିଣତ ବୟସରେ ବି କମିନି ପାଠପଢା ନିଶା : ୮୧ ବର୍ଷ ବୟସରେ ପଢୁଛନ୍ତି LLB , ପିଏଚଡି କରିବାକୁ ରହିଛି ଇଚ୍ଛା

ଚିତ୍ତୋରଗଡ଼ – କୁହାଯାଏ କୌଣସି ଜିନିଷକୁ ଶିଖିବା ପାଇଁ ନିର୍ଦ୍ଦିଷ୍ଟ ବୟସ ନଥାଏ। ଆପଣ କେବେ ବି,  କୌଣସି ବି ବୟସରେ ପାଠପଢା ଆରମ୍ଭ କରି ପାରିବେ ବା ପୁଣି ନିଜର ପାଠପଢା ଜାରି ରଖି ପାରିବେ। ଆପଣ ୫ ବର୍ଷିୟ ପିଲା ହୁଅନ୍ତୁ କି ୮୧ ବର୍ଷିୟ ବୟସ୍କ ବ୍ୟକ୍ତି , ଶିଖିବା ପାଇଁ କୌଣସି ବୟସର ସୀମା ନାହିଁ । ଏହାର ଏକ ଉଦାହରଣ ପାଲଟିଛନ୍ତି ଚିତ୍ତୋରଗଡ଼ ସହର ନିବାସୀ ସତପାଲ ଅରୋରା , ଯିଏକି ୮୧ ବର୍ଷ ବୟସରେ ଆଇନ ପଢିବା ପାଇଁ କଲେଜରେ ନାଁ ଲେଖାଇଛନ୍ତି।

ଚିତ୍ତୋରଗଡ଼ ସହରର ପ୍ରତାପଗଡ ନିବାସୀ ସତପାଲ ସିଂହ ଅରୋରା  ଲ’ କଲେଜରେ   ପ୍ରବେଶ ନେବା ପାଇଁ ଯେବେ ପହଞ୍ଚିଲେ , ସେଠାରେ ସବୁ ଷ୍ଟାଫ୍‌ ଆଶ୍ଚର୍ଯ୍ୟ ହୋଇ ଗଲେ। ସବୁ କଲେଜର ବୟସ୍କ ବିଦ୍ୟାର୍ଥୀ ତାଙ୍କର ଏପରି ନିଷ୍ଠାରେ ଖୁବ୍‌ ପ୍ରଭାବିତ ହୋଇ ଥିଲେ। ନୂଆ ପିଢିର ଛାତ୍ରଛାତ୍ରୀଙ୍କ ପରି ତାଙ୍କ ଠାରେ ମଧ୍ୟ ଶିଖିବାର ଦୃଢ ଇଚ୍ଛା ଦେଖିବାକୁ ମିଳିଥିଲା। 

୮୧ ବର୍ଷିୟ ସତପାଲ ସିଂହ ଅରୋରା ସାବ୍ୟସ୍ତ କରିଛନ୍ତି ଯେ, ପାଠ ପଢିବାର ବୟସ ଆପଣଙ୍କ ଉପରେ ନିର୍ଭର କରେ। ଆପଣ ନିଜର ରୁଚି ଓ ଲକ୍ଷ୍ୟ ହିସାବରେ କେବେ ବି ପାଠ ପଢି ପାରିବେ। ସେ ଏହି ପରିଣତ ବୟସରେ ବି ନିୟମିତ କଲେଜ ଆସୁଛନ୍ତି। ନିଜ ବୟସ ଠାରୁ ଖୁବ୍‌ ଅଳ୍ପ ବୟସର ଛାତ୍ରଛାତ୍ରୀଙ୍କ ସହ ବସି ନିୟମିତ ପଢିବା ଆଶ୍ଚର୍ଯ୍ୟଜନକ। ଏହି ବୟସରେ ଲ’ କରିବାର ଆଗ୍ରହ ତାଙ୍କୁ ଅନ୍ୟ ଲୋକଙ୍କ ମଧ୍ୟରେ ସ୍ୱତନ୍ତ୍ର କରିଛି , ଯେଉଁମାନେ ଏହି ବୟସରେ ଶିକ୍ଷା ଓ ଅଧ୍ୟବସାୟ ଠାରୁ ଦୂରେଇ ଯାଆନ୍ତି।

ସତପାଲ ସିଂହ ଲ’ ପଢା ପାଇଁ ଏହା ପୂର୍ବରୁ ଏମଏ କରିଥିଲେ। ସେ ଲ’ କରିବା ପାଇଁ ନିଜର ପରିଚିତ ଏମଏଲବି କଲେଜର ଲେକଚରଙ୍କ ମତ ନେଲେ , ସେ ମାର୍ଗଦର୍ଶନ କରି ଥିଲେ। ସତପାଲ ଅରୋରାଙ୍କ କହିବାନୁସାରେ , ପାଠ ପଢିବାର କୌଣସି ବୟସ ନଥାଏ, କୌଣସି ବି ବୟସରେ ପାଠପଢି ଡିଗ୍ରୀ ହାସଲ କରି ପାରିବେ। ପାଠ ପଢାରେ ତାଙ୍କୁ କୌଣସି ସମସ୍ୟା ହୋଇ ନଥାଏ। ସେ ପାଖାପାଖି ୪୦ ବର୍ଷ ପରେ ପୁଣି ଥରେ କଲେଜରେ ପାଦ ଦେଇଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ବୟସ ପରେ ମଧ୍ୟ ବଞ୍ଚିବା ପାଇଁ କିଛି ନା କିଛି କରିବା ଉଚିତ୍‌। 

ସତପାଲ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କର ପୂରା ଫୋକସ ଏଲଏଲବି ପଢା ଉପରେ , କିନ୍ତୁ ସେ ଆଗକୁ ପିଏଚଡି ମଧ୍ୟ କରିବାକୁ ଚାହାନ୍ତି । ସେ କହିଛନ୍ତି କି ତାଙ୍କର ଦୁଇ ଜଣ ପୁଅ ଅଛନ୍ତି। ଉଭୟ ଇଂଜନିୟରିଂ ପାର୍ଟସର ବିକ୍ରି କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.